ଚିନ୍ମୟାନନ୍ଦ ମାମଲା: ଉଦ୍ଧାର ଯୁବତୀଙ୍କୁ କୋର୍ଟରେ ହାଜର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ୬ ଦିନ ହେବ ନିଖୋଜ ଥିବା ୨୩ ବର୍ଷୀୟ ଯୁବତୀ ଆଜି ରାଜସ୍ଥାନରୁ ଉଦ୍ଧାର ହୋଇଛନ୍ତି। ଏବେ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ଉକ୍ତ ଯୁବତୀଙ୍କୁ କୋର୍ଟରେ ହାଜର କରିବା ପାଇଁ କହିଛନ୍ତି। ସୁପ୍ରିମକୋର୍ଟରେ ତାଙ୍କୁ ହାଜର କରିବାକୁ କେତେ ସମୟ ଲାଗିବ, କେଉଁଠୁ ପ୍ରକୃତରେ ଯୁବତୀ ଜଣଙ୍କ ଉଦ୍ଧାର ହୋଇଛନ୍ତି, ଏ ସବୁ ବାବଦରେ ୟୁପି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ କୋର୍ଟ। […]

swamichinmayanda

swamichinmayanda

Subhransu Sekhar
  • Published: Friday, 30 August 2019
  • Updated: 30 August 2019, 03:07 PM IST

Sports

Latest News

ନୂଆଦିଲ୍ଲୀ: ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ୬ ଦିନ ହେବ ନିଖୋଜ ଥିବା ୨୩ ବର୍ଷୀୟ ଯୁବତୀ ଆଜି ରାଜସ୍ଥାନରୁ ଉଦ୍ଧାର ହୋଇଛନ୍ତି। ଏବେ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ଉକ୍ତ ଯୁବତୀଙ୍କୁ କୋର୍ଟରେ ହାଜର କରିବା ପାଇଁ କହିଛନ୍ତି। ସୁପ୍ରିମକୋର୍ଟରେ ତାଙ୍କୁ ହାଜର କରିବାକୁ କେତେ ସମୟ ଲାଗିବ, କେଉଁଠୁ ପ୍ରକୃତରେ ଯୁବତୀ ଜଣଙ୍କ ଉଦ୍ଧାର ହୋଇଛନ୍ତି, ଏ ସବୁ ବାବଦରେ ୟୁପି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ କୋର୍ଟ। ଯାହାର ଉତ୍ତର ୫ ମିନିଟ୍ ମଧ୍ୟରେ ରଖିବାକୁ ୟୁପି ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ।

ଏହାପରେ ୟୁପି ସରକାର କୋର୍ଟରେ ଜବାବ ରଖି କହିଛନ୍ତି ରାଜସ୍ଥାନର ଫତେପୁର ଶିକ୍ରୀରେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। କୋର୍ଟରେ ହାଜର କରିବାକୁ ୨ ଘଣ୍ଟା ୩୦ ମିନିଟ୍ ସମୟ ଲାଗିବ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ଶାହଜାହାଁପୁରରେ ଥିବା ଚିନ୍ମୟାନନ୍ଦ ଲ କଲେଜରେ ଏଲଏଲବି ପଢ଼ୁଥିବା ଛାତ୍ରୀ ଜଣଙ୍କ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଯାହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ନାଟକୀୟ ଭାବରେ ଅଭିଯୋଗ ଆଣିଥିବା ଛାତ୍ରୀ ଜଣଙ୍କ ନିଖୋଜ ହୋଇ ଯାଇଥିଲେ।

ଏହାପରେ ଓକିଲ ମାନେ ‘ଉନ୍ନାଓ ଘଟଣା’ ସହିତ ଏହି ମାମଲା ସମାନ ବୋଲି କହିଥିଲେ। ଯାହାକୁ ଗୁରୁତ୍ୱ ଦେଇ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ଜବାବ ତଲବ କରିଛନ୍ତି। ଓକିଲଙ୍କ ଦ୍ୱାରା ଅଣାଯାଇଥିବା ଅଭିଯୋଗକୁ ଚିନ୍ମୟନନନ୍ଦ ଏକ ଷଡ଼ଯନ୍ତ୍ର ବୋଲି ପୂର୍ବରୁ କହିଥିଲେ।

ଉତ୍ତର ପ୍ରଦେଶ ପୁଲିସ ଏହି 'ନିଖୋଜ ଯୁବତୀ'ଙ୍କୁ ଠାବ କରିବାକୁ ୭ଟି ଟିମ୍ ପ୍ରସ୍ତୁତ କରି ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା। ଏହାପରେ ଗତକାଲି ଦିଲ୍ଲୀରେ ନିଖୋଜ ଯୁବତୀ ଜଣଙ୍କ ଥିବା ନେଇ ମୋବାଇଲ୍ ଟ୍ରାକ୍ କରି ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ଆଜି ସକାଳେ ରାଜସ୍ଥାନର ଫତେପୁର ନିକଟରୁ ଯୁବତୀ ଓ ତାଙ୍କ ବନ୍ଧୁ ସଞ୍ଜୟ ସିଂହଙ୍କୁ ଉଦ୍ଧାର କରିଥିଲା। ଉଭୟଙ୍କୁ ଲକ୍ଷ୍ନୌ ନେଇ ପୁଲିସ ପଚରା ଉଚରା କରିବ ବୋଲି ୟୁପି ଡିଜିପି ଓପି ସିଂହ କହିଥିଲେ ଏବଂ ଅପହରଣ ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos