ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ସୀମା ବନ୍ଦ ନିଷ୍ପତ୍ତି ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ-ଏନସିଆର ପାଇଁ ଗୋଟିଏ କମନ୍ ପାସ ବ୍ୟବସ୍ଥା କରିବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି। ଏହି କମନ୍ ପାସ୍ ହରିଆଣା, ୟୁପି ଏବଂ ଦିଲ୍ଲୀ ତିନି ରାଜ୍ୟ ପାଇଁ ପ୍ରଯୁଜ୍ୟ ହେବ ବୋଲି କୋର୍ଟ କହିଛନ୍ତି।
କରୋନା ସଂକ୍ରମଣ ବଢ଼ୁଥିବା ଦେଖି ଦିଲ୍ଲୀ ସୀମା ସିଲ୍ କରିଛନ୍ତି କେଜ୍ରିଓ୍ୱାଲ ସରକାର। ଏହାକୁ ନେଇ ଜନଅସନ୍ତୋଷ ବଢ଼ିଥିଲା। ପରେ ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ହୋଇଥିଲା। ଏବେ କୋର୍ଟ ସପ୍ତାହକ ମଧ୍ୟରେ ସମସ୍ୟାର ସମାଧାନ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ, ହରିଆଣା, ଉତ୍ତର ପ୍ରଦେଶ ସରକାରଙ୍କ ସହିତ ମିଶି ଏହି ସମସ୍ୟାର ସମାଧାନ କେନ୍ଦ୍ର କରିବା ଦରକାର ବୋଲି କୋର୍ଟ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମୁମ୍ବାଇ ୨୬/୧୧ ହମଲାକୁ ପୂରିଲା ୧୬ ବର୍ଷ: ଆତଙ୍କୀଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି
ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Crime
ସର୍ଭିସ ଆପାର୍ଟମେଣ୍ଟକୁ ଏକାଠି ଯାଇଥିଲେ, ୩ ଦିନ ପରେ ମିଳିଲା ପ୍ରେମିକାଙ୍କ ମୃତଦେହ
ଆପାର୍ଟମେଣ୍ଟ ଭିତରୁ ୩ ଦିନ ପରେ ମିଳିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ। ତାଙ୍କ ପ୍ରେମିକ ସେଠାରେ ନଥିବାରୁ ସେ ହିଁ ପୂରା ଘଟଣାର କାର୍ପଟଦାର ବୋଲି ପୁଲିସ ସନ୍ଦେହ କରୁଛି।
National
ରାହୁଲ ଗାନ୍ଧିଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗ: କେନ୍ଦ୍ରକୁ ଜବାବ ମାଗିଲେ କୋର୍ଟ
ଆଜିର ଏହାର ଶୁଶାଣି ବେଳେ କେନ୍ଦ୍ର ସରକାର ଘଟଣାର ଯାଞ୍ଚ କରୁଥିବା କୋର୍ଟଙ୍କୁ ଅବଗତ କରାଇଛନ୍ତି। ଏହା ଶୁଣିବା ପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ବିସ୍ତୃତ ତଥ୍ୟ ଦେବାକୁ ୩ ସପ୍ତାହର ସମୟ ଦେଇଛନ୍ତି।
National
ରାସ୍ତାରେ ବହିଲା ରକ୍ତର ସ୍ରୋତ! ଲୋକେ ଭୟଭୀତ
ରାସ୍ତାରେ ଯେମିତି ରକ୍ତର ସ୍ରୋତ ଚାଲିଛି ବୋଲି ଆଶଙ୍କା କରି ଲୋକମାନେ ପୂରା ଆତଙ୍କିତ ହୋଇପଡ଼ିଥିଲେ।