୧୦ରୁ ୧୫ ଦିନ ଯାଏ ଅପରାଧ ନଘଟାଇବାକୁ କାହିଁକି ହାତଯୋଡ଼ି ନିବେଦନ କଲେ ମୋଦି

ପାଟନା : କୁଖ୍ୟାତ ଅପରାଧୀମାନଙ୍କୁ ଅତିକମ୍‌ରେ ୧୦ରୁ ୧୫ ଦିନ ଯାଏ କୌଣସି ଅପରାଧ ନ ଘଟାଇବାକୁ ହାତଯୋଡ଼ି ନିବେଦନ କରିଛନ୍ତି ବିହାରର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି। ଶ୍ରୀ ମୋଦିଙ୍କ ଏପରି ଅଜବ ନିବେଦନକୁ ନେଇ ସୋଶାଲ୍‌ ମିଡିଆରେ ଏହାକୁ ଅନେକ ଲୋକ ସମାଲୋଚନା କରିଛନ୍ତି।

ବୋଧଗୟାଠାରେ ପିତୃପକ୍ଷ (ଏହି ସମୟରେ ହିନ୍ଦୁଧର୍ମାବଲମ୍ବୀ ସେମାନଙ୍କ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରନ୍ତି ) କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ନିବେଦନ କରିଥିଲେ।

ଶ୍ରୀ ମୋଦି କହିଥିଲେ “ମୁଁ ସମସ୍ତ ଅପରାଧୀମାନଙ୍କୁ ହାତଯୋଡ଼ି ଗୋଟିଏ କଥା ନିବେଦନ କରୁଛି। ସେମାନେ ଅନ୍ତତଃ ଏବେଠାରୁ ୧୦ରୁ ୧୫ ଦିନ ଯାଏ କୌଣସି ଅପରାଧ ଘଟାନ୍ତୁ ନାହିଁ।”

ଶ୍ରୀ ମୋଦିଙ୍କ ଏଭଳି ବୟାନ ସାମ୍ନାକୁ ଆସିବା ପରେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ତୁରନ୍ତ ଟ୍ୱିଟ୍‌ କରି ଏହାର ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଶ୍ରୀ ମୋଦି କେବଳ ପୂଜାପର୍ବାଣୀରେ ଅପରାଧୀଙ୍କୁ ଅପରାଧ ନ ଘଟାଇବାକୁ କହୁଛନ୍ତି। କିନ୍ତୁ ବଳକା ସମୟରେ ଲୁଟ୍‌, ହତ୍ୟା ଓ ଅପହରଣ କରନ୍ତୁ ବୋଲି ପରୋକ୍ଷରେ ସେମାନଙ୍କୁ ପ୍ରବର୍ତ୍ତାଉଛନ୍ତି। ଏଥିରୁ ବିହାର ସରକାର କେମିତି କାମ କରୁଛି, ତାହା ଜଣାପଡ଼ୁଛି ବୋଲି ସେ ଟ୍ୱିଟ୍‌ କରିଛନ୍ତି।

ତେଜସ୍ୱୀଙ୍କ ଏହି ଟ୍ୱିଟ୍‌କୁ ଅନେକ ଲୋକ ଶେୟାର୍ କରିବା ସହ ଶ୍ରୀ ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
ଦେଖନ୍ତୁ ଭିଡିଓ:

ଆହୁରି ପଢ଼ନ୍ତୁ

ଆଇପିଏଲ ପାଇଁ ଭାରତ-ଇଂଲଣ୍ଡ ସିରିଜ୍‌ ୨୦୨୧ ଯାଏ ସ୍ଥଗିତ

ଲଗାଣ ବର୍ଷା ଯୋଗୁ ସ୍ଥିତି ବେହାଲ: ଭୂସ୍ଖଳନ ଯୋଗୁ ଗଲାଣି ୧୫ ଜୀବନ

ହସ୍ପିଟାଲରେ ଭର୍ତ୍ତି ହେଲେ ମୁଲାୟମ ସିଂହ ଯାଦବ

ୟୁପିଏସ୍‌ସିର ଅଧ୍ୟକ୍ଷ ହେଲେ ପ୍ରଫେସର ପ୍ରଦୀପ କୁମାର ଯୋଶୀ

ଆତ୍ମନିର୍ଭର ଆପ ଚ୍ୟାଲେଞ୍ଜ: ତୃତୀୟ ସ୍ଥାନରେ ଚିଙ୍ଗାରି, କମାଲ କରୁଛି ଦେଶୀ ଟିକଟକ

ଏହି ସାତଟି କାରଣ ପାଇଁ ହୋଇଥାଏ ଡାର୍କ ସର୍କଲ୍‌

ଦୁଇ ଥର ନେଗେଟିଭ ପରେ କରୋନା ପଜିଟିଭ ହୋଇଥିବା ପୁଲିସ ଇନସପେକ୍ଟରଙ୍କ ମୃତ୍ୟୁ

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ

ମୁମ୍ବାଇ ପୁଲିସର ମୁଖା ଖୋଲିଦେଲା ରିୟାଙ୍କ କଲ୍ ରେକର୍ଡସ୍

ଭାରତ ଓ ଆଉ କିଛି ଦେଶ ପାଇଁ ୧୦୦ ମିଲିୟନ କରୋନା ଟିକା ତିଆରି କରିବ ସେରମ ଇନଷ୍ଟିଚ୍ୟୁଟ

ବେରୁଟ ବିସ୍ଫୋରଣ: ଚେନ୍ନାଇ ପ୍ରତି ସୃଷ୍ଟି ହେଲା ବିପଦ

ସିଂହ ସହ ଲଢ଼େଇ କରୁଛନ୍ତି ଛୋଟ ପଶୁ, ଦେଖନ୍ତୁ ଭିଡିଓ