ଇସ୍ତାନବୁଲ: ତୁର୍କୀ ଇସ୍ତାନବୁଲର ଅତାତୁର୍କ ବିମାନବନ୍ଦରରେ ଏକ ବଡଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀଙ୍କ ଗୁଳିମାଡ ଓ ଆତ୍ମଘାତି ବିସ୍ଫୋରଣରେ ୩୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଏହି ଆକ୍ରମଣରେ ୨ ଜଣ ସୁରକ୍ଷାକର୍ମୀଙ୍କର ପ୍ରାଣହାନି ହୋଇଛି।
ଗତକାଲି ରାତି ୧୦ ଟା ବେଳେ ଆତଙ୍କବାଦୀମାନେ ବିମାନବନ୍ଦର ଟର୍ମିନାଲ ନିକଟରେ ଥିବା ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଆଖିବୁଜା ଗୁଳି ଚାଳନା କରିଥିଲେ। ପରେ ମାନବବୋମା ହୋଇ ଆସିଥିବା ୩ ଜଣ ଆତଙ୍କବାଦୀ ଜଣଙ୍କ ପରେ ଜଣେ ନିଜକୁ ବିସ୍ଫୋରଣରେ ଉଡାଇ ଦେଇଥିଲେ। ଏହି ଘଟଣା ପରେ ଦେଶର ସବୁଠାରୁ ବ୍ୟସ୍ତତମ ଅତାତୁର୍କ ବିମାନବନ୍ଦରକୁ ସମସ୍ତ ବିମାନ ଚଳାଚଳକୁ ବାତିଲ କରି ଦିଆଯାଇଛି। ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରି ନ ଥିବା ବେଳେ ଏହା ପଛରେ ଆଇଏସ୍ଆଇଏସ୍ ରହିଥିବା ତୁର୍କୀ ପ୍ରଧାନମନ୍ତ୍ରୀ କହିଛନ୍ତି।
ଚଳିତବର୍ଷ ଇସ୍ତାନବୁଲରେ ଏହା ଚତୁର୍ଥ ଆତଙ୍କବାଦୀ ଆକ୍ରମଣ ଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନିନ୍ଦା କରିଛନ୍ତି। ଏନେଇ ବିଶ୍ୱ ସମୁଦାୟ ନିନ୍ଦା କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।