ସେପ୍ଟେମ୍ବର ୩୦ ଯାଏ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: ପୂର୍ବଭଳି ଅନଲକ-୪ରେ ବି ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ। ସେପ୍ଟେମ୍ବର ୩୦ ଯାଏ ସମସ୍ତ ପ୍ରକାରର ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ ରଖିବାକୁ ଆଜି ଡିଜିସିଏ ପକ୍ଷରୁ କୁହାଯାଇଛି। ତେବେ କିଛି ନିର୍ଦ୍ଦିଷ୍ଟ ସ୍ଥାନକୁ ସହମତି ଭିତ୍ତିରେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରାଯାଇପାରିବ। ଏଥିପାଇଁ ସରକାରୀ ସ୍ତରରେ ଆଲୋଚନା ଚାଲିଛି। ଖୁବଶୀଘ୍ର ଏହା ଉପରେ ନିଷ୍ପତ୍ତି ନିଆଯିବ। ସେହିପରି ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା ବନ୍ଦ ରହିଥିଲେ ହେଁ ଜରୁରୀ ସାମଗ୍ରୀ ନେବା […]

d

d

Hemant Lenka
  • Published: Monday, 31 August 2020
  • Updated: 31 August 2020, 01:28 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବଭଳି ଅନଲକ-୪ରେ ବି ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ। ସେପ୍ଟେମ୍ବର ୩୦ ଯାଏ ସମସ୍ତ ପ୍ରକାରର ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ ରଖିବାକୁ ଆଜି ଡିଜିସିଏ ପକ୍ଷରୁ କୁହାଯାଇଛି। ତେବେ କିଛି ନିର୍ଦ୍ଦିଷ୍ଟ ସ୍ଥାନକୁ ସହମତି ଭିତ୍ତିରେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରାଯାଇପାରିବ।

ଏଥିପାଇଁ ସରକାରୀ ସ୍ତରରେ ଆଲୋଚନା ଚାଲିଛି। ଖୁବଶୀଘ୍ର ଏହା ଉପରେ ନିଷ୍ପତ୍ତି ନିଆଯିବ। ସେହିପରି ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା ବନ୍ଦ ରହିଥିଲେ ହେଁ ଜରୁରୀ ସାମଗ୍ରୀ ନେବା ଆଣିବା କାର୍ଯ୍ୟ ଜାରି ରହିବ ବୋଲି ଡିଜିସିଏ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୩ରୁ ହିଁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲାଗିଥିଲା। କିନ୍ତୁ ବିଦେଶରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ବନ୍ଦେ ଭାରତ ମିଶନ ଜରିଆରେ କିଛି ଦେଶକୁ ବିମାନ ଉଡ଼ାଣ ମେ’ ମାସରୁ ଆରମ୍ଭ ହୋଇଥିଲା। ଏବେ ବି ବନ୍ଦେ ଭାରତ ମିଶନ ଜରିଆରେ ବିମାନ ସେବା ଜାରି ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos