ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଜିଲ୍ଲା ଅନ୍ତର୍ଗତ ଦୋମ୍ବିଭିରେ ଗୁରୁବାର ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣାରେ ମୃତକଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଆଜି ଧ୍ୱସ୍ତ ଫ୍ୟାକ୍ଟ୍ରି ତଳୁ ଆଉ ଏକ ମୃତଦେହ ଉଦ୍ଧାର କରାଯିବା ସହ ମୃତକଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି।
ଏନ୍ଡିଆର୍ଏଫ୍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,“ଗତକାଲି ପର୍ଯ୍ୟନ୍ତ ଏହି ଘଟଣାର ମୃତକଙ୍କ ସଂଖ୍ୟା ୧୧ ଥିଲା। ଗୁରୁବାର ୬ଟି ମୃତଦେହ ଉଦ୍ଧାର କରାଯାଇଥିଲା। ଗତକାଲି ଆଉ ୪ଟି ମୃତଦେହ ଜବତ କରାଯାଇଥିଲା। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଜି ସକାଳେ ଘଟଣାସ୍ଥଳରୁ ଆଉ ଏକ ଶବ ଉଦ୍ଧାର କରାଯାଇଛି।’
ଗୁରୁବାର ଘଟିଥିବା ଏହି ବିସ୍ଫୋରଣରେ ପୂରା ଦୋମ୍ବିଭି ଥରି ଉଠିଥିଲା। ଫ୍ୟାକ୍ଟ୍ରିଠାରୁ ଦୁଇ କିଲୋମିଟର ଦୂରରେ ଥିବା ୬୦୦ରୁ ଅଧିକ ଘର, ଅଫିସ୍ ଓ ଦୋକାନ ଘର ଏହି ବିସ୍ଫୋରଣ ଯୋଗୁଁ ପ୍ରଭାବିତ ହୋଇଛି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ରାଜଧାନୀରେ ଭୟଙ୍କର ବିସ୍ଫୋରଣ, PVR ସିନେମା ନିକଟରେ ବ୍ଲାଷ୍ଟ
ଲୋକେ ଭୟଭୀତ ହୋଇ ପଡିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।
National
ହାତରେ ସମ୍ବିଧାନ ଧରି ଶପଥ ନେଲେ ପ୍ରିୟଙ୍କା ଗାନ୍ଧି
ଶପଥ ଗ୍ରହଣ ସମୟରେ ପ୍ରିୟଙ୍କା ଗାନ୍ଧି କେରଳର ପାରମ୍ପରିକ କାସାଭୁ ଶାଢ଼ୀ ପିନ୍ଧିଥିବା ନଜର ଆସିଛନ୍ତି।
National
ମୋଦିଙ୍କୁ ହତ୍ୟା ପାଇଁ ଚାଲିଛି ଷଡ଼ଯନ୍ତ୍ର, ପୁଲିସ ପାଖକୁ ଆସିଲା କଲ୍
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ଫୋନ୍ କରିଥିବା ବ୍ୟକ୍ତି ଦାବି କରିଛନ୍ତି।
National
ଯାଞ୍ଚ ପାଇଁ ଯାଇଥିବା ଇଡି ଟିମ୍ ଉପରେ ଆକ୍ରମଣ, ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଆହତ
ପିପିପିଏଲ୍ ସାଇବର ଆପ୍ ଠକେଇ ମାମଲାର ଯାଞ୍ଚ ପାଇଁ ଇଡି ଟିମ୍ ପହଞ୍ଚିଥିଲା। ଏହି ସମୟରେ ସ୍ଥାନୀୟ ପୁଲିସ ମଧ୍ୟ ତାଙ୍କ ସହ ଥିଲା।
National
ଆଜି ବାତ୍ୟାର ରୂପ ନେବ ଫେଙ୍ଗଲ! ରେଡ୍ ଆଲର୍ଟ ଜାରି
ସତର୍କତା ଦୃଷ୍ଟିରୁ ଆଜି ପୁଡୁଚେରୀରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି।