ନୂଆଦିଲ୍ଲୀ: ଯଦି ଜଣେ ନିଜ ନିଃଶ୍ୱାସକୁ ଗୋଟିଏ ମିନିଟ୍ ପାଇଁ ବନ୍ଦ କରି ରଖିପାରିବ ତା’ହେଲେ ସେହି ବ୍ୟକ୍ତି କରୋନାରେ ଆକ୍ରାନ୍ତ ନୁହନ୍ତି। ଏହା ଉଭୟ କରୋନାରେ ଆକ୍ରାନ୍ତ ଏବଂ ସନ୍ଦିଗ୍ଧଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ। ଯୋଗଗୁରୁ ବାବା ରାମଦେବ ଜାତୀୟ ଗଣମାଧ୍ୟମ ଆଜତକର ଇ-ଏଜେଣ୍ଡା ଆଜତକରେ ଏହା କହିଛନ୍ତି।
କରେନା ଭାଇରସ ପାଇଁ ଏହା ଏକ ସ୍ୱତନ୍ତ୍ର ପ୍ରାଣାୟମ। ଏହାକୁ 'ଉଜ୍ଜାଇ' କୁହନ୍ତି। ଏଥିରେ ପ୍ରଥମେ ଗଳାକୁ ବନ୍ଦ କରିବାକୁ ପଡ଼ିବ। ଏହା ପରେ ଶବ୍ଦ ସହିତ ପବନକୁ ଭିତରକୁ ନେବାକୁ ହେବ ଏବଂ ଏକ ମିନିଟ ଚାପି ରଖି ଧୀରେ ଧୀରେ ଅଟକି ରଖିଥିବା ପବନକୁ ଛାଡ଼ିବାକୁ ହେବ।
ହୃଦରୋଗୀ, ଡାଇବେଟିସ ଏବଂ ବୟସ୍କ ବ୍ୟକ୍ତି ୩୦ ସେକେଣ୍ଡ ପାଇଁ ନିଃଶ୍ୱାସ ବନ୍ଦ କରିପାରନ୍ତି। ଅନ୍ୟମାନେ ଗୋଟିଏ ମିନିଟ୍ ପାଇଁ ବନ୍ଦ କରିପାରିଲେ ସେ କରୋନା ସଂକ୍ରମିତ ନୁହନ୍ତି ବୋଲି ଜଣାପଡ଼ିଛି।
ଏହାବାଦ ରାମଦେବ କହିଛନ୍ତି, ନାକରେ ସୋରିଷ ତେଲ ଅଳ୍ପ ପକାଇବା ଦରକାର।। ଏହି ତେଲ ପକାଇବା ପରେ ନିଃଶ୍ୱାସ ପ୍ରଶ୍ୱାସ ନଳୀରେ କରୋନା ଭାଇରସ ଯେଉଁଠି ବି ଥିବ ତାହା ପାକସ୍ଥଳୀକୁ ପଳାଇବ। ପାକସ୍ଥଳୀ ଭିତରେ ଥିବା ଏସିଡରେ ଭାଇରସ ମରିଯିବ ବୋଲି ରାମଦେବ କହିଛନ୍ତି।
ଘରେ ରହି ଏଭଳି ପ୍ରାଣାୟମ କରିବାକୁ ରାମଦେବ ଆଜତକର ଇ-ଏଜେଣ୍ଡା ଜରିଆରେ ନିବେଦନ କରିଛନ୍ତି। ଶରୀରରେ ଅମ୍ଳଜାନର ମାତ୍ରା କମିଲେ ଜଣେ କରୋନାରେ ଆକ୍ରାନ୍ତ ହୋଇଥାଏ ବୋଲି ସେ ଦାବି କରିଛନ୍ତି। ଯୋଗ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ଫଳରେ ଶରୀର ସୁସ୍ଥ ରହିବ ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।