ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କରୁଛି। ଡ୍ରଗ୍ସ କାରବାର ସାମ୍ନାକୁ ଆସିବା ପରେ ନାର୍କୋଟିକ୍ କଣ୍ଚ୍ରୋଲ ବ୍ୟୁରୋ (ଏନସିବି) ନେବା ପରେ ଜେଲ୍ ଭିତରକୁ ଜଣେ ପରେ ଜଣେ ଯାଉଛନ୍ତି। ରବିବାର ରିଆଙ୍କ ପାଳି ବୋଲି କୁହାଯାଉଛି। କାରଣ ଡ୍ରଗ୍ସ କାରବାରରେ ତାଙ୍କର ସଂପୃକ୍ତି ରହିଛି ବୋଲି ଏନସିବି ରିପୋର୍ଟରେ ଜଣାପଡ଼ିଛି। ଏହାବାଦ୍ ରିଆଙ୍କ ଭାଇ ସୌଭିକ୍, ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରଣ୍ଡା, ଚାକର ଦିପେଶ ସାଓ୍ୱନ୍ତ ଏବଂ ଅନ୍ୟ ଦୁଇ ଜଣ ଜେଲ୍ ଭିତରକୁ ଏଣ୍ଟ୍ରି କରି ସାରିଛନ୍ତି। ତେଣୁ ରିଆଙ୍କ ପାଳି ଖୁବଶୀଘ୍ର କୁହାଯାଉଛି।
ଜୁନ୍ ୧୪ରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ଏହି ମାମଲାର ତଦନ୍ତ ପ୍ରଥମେ ମୁମ୍ୱାଇ ପୁଲିସ କରିଥିଲା। ତେବେ ୬୬ ଦିନ ତଦନ୍ତ ମଧ୍ୟରେ ମୁମ୍ୱାଇ ପୁଲିସ କାହାକୁ ଗିରଫ କରିନଥିଲା। ଏହାପରେ ସିବିଆଇ ଏହି ମାମଲାର ତଦନ୍ତ କରୁଛି। ଏହାରି ଭିତରେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରେ ନାର୍କୋଟିକ୍ କଣ୍ଚ୍ରୋଲ ବ୍ୟୁରୋ ତଦନ୍ତ ଦାୟିତ୍ୱ ନେଇଛି। ଏନିସିବିର ମୁଖ୍ୟ ଅଛନ୍ତି ପୂର୍ବତନ ସିବିଆଇ ନିର୍ଦ୍ଦେଶକ ରାକେଶ ଆସ୍ଥାନା। ତେଣୁ ଡ୍ରଗ୍ସ କାରବାରର ଚେର ଏନସିବି ପହଞ୍ଚିବ ବୋଲି ବିଶ୍ୱାସ ରହିଛି।
ତେବେ ଏନିସିବି ଏହି ମାମଲାର ତଦନ୍ତ କରିବାର ୩୬ ଘଣ୍ଟା ଭିତରେ ୫ ଜଣଙ୍କୁ ଗିରଫ କରି ସାରିଛି। ଜଣେ କୋର୍ଟରୁ ଜାମିନ୍ ପାଇଛି। ତେବେ ଆଗାମୀ ଦିନରେ ଏନସିବି ଲେନ୍ସରେ ରିଆଙ୍କ ସମେତ ଅନେକ ଅଛନ୍ତି ବୋଲି କୁହାଯାଉଛି।
ହେଲେ ୬୬ ଦିନ ତଦନ୍ତ ମଧ୍ୟରେ ମୁମ୍ୱାଇ ପୁଲିସ ଡ୍ରଗ୍ସ ଲିଙ୍କର କୌଣସି ଟେର ପାଇନଥିଲା। ଯାହାକୁ ନେଇ ଏବେ ମୁମ୍ୱାଇ ପୁଲିସର ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି।
ଏହାକୁ ନେଇ ଶନିବାର ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି, ସିବିଆଇକୁ ମୁମ୍ୱାଇ ପୁଲିସ ସମ୍ପୂର୍ଣ୍ଣ ସହଯୋଗ କରୁଛି ଏହି ମାମଲାରେ। ତେବେ ଗଣାମାଧ୍ୟମ ପ୍ରତିନିଧି ଦେଶମୁଖଙ୍କୁ ପଚାରିଥିଲେ ମୁମ୍ୱାଇ ପୁଲିସ ୬୬ ଦିନ ତଦନ୍ତ ବେଳେ ଡ୍ରଗ୍ସ ଲିଙ୍କ ପାଇବାରେ ବିଫଳ ହୋଇଛି। ଜବାବରେ ଦେଶମୁଖ କିଛି ନକହି ହାତଯୋଡ଼ି ପଳାଇ ଯାଇଥିଲେ। କହି ରଖୁଛୁ ନିକଟରେ ମୁମ୍ୱାଇ ପୁଲିସର ଦକ୍ଷତାକୁ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ ବୋଲି କହିଥିଲେ। ସ୍କଟଲ୍ୟାଣ୍ଡ ପୁଲିସ ଭଳି ମୁମ୍ୱାଇ ପୁଲିସ ବୋଲି ଦେଶମୁଖ କହିଥିଲେ।
https://twitter.com/ANI/status/1302144904844337153
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।