କର୍ଣ୍ଣାଟକ ନିର୍ବାଚନ: ୧୯-ଫାଇନାଲ୍ ପୂର୍ବରୁ କଂଗ୍ରେସ-ବିଜେପି ପାଇଁ କାଲି ସେମିଫାଇନାଲ୍‌

ରାତି ପାହିଲେ କର୍ଣ୍ଣାଟକ ବିଧାନସଭା ପାଇଁ ମତଦାନ। ଏଥିପାଇଁ ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି ନିର୍ବାଚନ କମିଶନ। ରାଜ୍ୟର ୨୨୪ଟି ଆସନ ମଧ୍ୟରୁ ଆସନ୍ତାକାଲି ୨୨୩ଟିରେ ଭୋଟ ଗ୍ରହଣ ହେବ। ପୋଲିଂ ପାଟି ବୁଥରେ ପହଞ୍ଚି ସାରିଥିବା ବେଳେ ଅନ୍ୟାନ୍ୟ ଆନୁସଂଗିକ ପ୍ରସ୍ତୁତି ବି ସରିଛି। ସକାଳ ୮ଟାରେ ମତଦାନ ଆରମ୍ଭ ହୋଇ ସଂନ୍ଧ୍ୟା ୫ଟା ଯାଏ ଚାଲିବ। ରାଜ୍ୟର ପ୍ରାୟ ୫ କୋଟି ଭୋଟର ୩ହଜାର ୩୭୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥର […]

64109054

64109054

Rakesh Mallick
  • Published: Friday, 11 May 2018
  • Updated: 11 May 2018, 05:13 PM IST

Sports

Latest News

ରାତି ପାହିଲେ କର୍ଣ୍ଣାଟକ ବିଧାନସଭା ପାଇଁ ମତଦାନ। ଏଥିପାଇଁ ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି ନିର୍ବାଚନ କମିଶନ। ରାଜ୍ୟର ୨୨୪ଟି ଆସନ ମଧ୍ୟରୁ ଆସନ୍ତାକାଲି ୨୨୩ଟିରେ ଭୋଟ ଗ୍ରହଣ ହେବ। ପୋଲିଂ ପାଟି ବୁଥରେ ପହଞ୍ଚି ସାରିଥିବା ବେଳେ ଅନ୍ୟାନ୍ୟ ଆନୁସଂଗିକ ପ୍ରସ୍ତୁତି ବି ସରିଛି। ସକାଳ ୮ଟାରେ ମତଦାନ ଆରମ୍ଭ ହୋଇ ସଂନ୍ଧ୍ୟା ୫ଟା ଯାଏ ଚାଲିବ। ରାଜ୍ୟର ପ୍ରାୟ ୫ କୋଟି ଭୋଟର ୩ହଜାର ୩୭୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ଏଥର ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କୁ ଗାଦିଚ୍ୟୁତ୍ କରିବା ଲାଗି ପୁରା ଦମ୍ ଲଗାଇଛି ବିଜେପି। ତେବେ ରାଜ୍ୟର ଭୋଟର ଶାସନ ଗାଦିରେ କାହାକୁ ବସାଉଛନ୍ତି ତାହା ଜାଣିବା ଲାଗି ୧୫ ତାରିଖ ଯାଏ ଅପେକ୍ଷା କରିବାକୁ ପଡିବ।

୧୯ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ନିର୍ବାଚନ ଉଭୟ କଂଗ୍ରେସ ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ। ଖାସ୍ କରି ଦେଶରେ କ୍ଷମତା ଦୃଷ୍ଟିରୁ ସଂକୁଚିତ ହୋଇଯାଇଥିବା କଂଗ୍ରେସ ପାଇଁ କର୍ଣ୍ଣାଟକ ବିଜୟ ମହୋଷଧୀ ସାବ୍ୟସ୍ତ ହୋଇପାରେ। ଆଉ ସେଥିଲାଗି ରାହୁଲଙ୍କଠାରୁ ଆରମ୍ଭ କରି ସୋନିଆଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଚାର ମଇଦାନରେ ବେଶ ଝାଳ ବୁହାଇଛନ୍ତି।

ଏପଟେ ଦକ୍ଷିଣ ଭାରତରେ ପୁଣି ସ୍ଥିତି ଜାହିର କରିବା ଲାଗି ବିଜେପି ପାଇଁ ଏହା ଆଉ ଏକ ମଉକା। ସେହିପରି କର୍ଣ୍ଣାଟକ ଜିତି ମୋଦିଙ୍କ ଜନପ୍ରିୟତାକୁ ସାବ୍ୟସ୍ତ କରିବା ଲକ୍ଷ୍ୟରେ ରହିଛି ବିଜେପି। ସେଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳ ସଭାପତି ଅମିତ୍ ଶାହାଙ୍କୁଠୁ ଆରମ୍ଭ କରି ଦଳର ତୁଙ୍ଗ ନେତାମାନେ ରାଜ୍ୟରେ ଡେରା ପକାଇବା ସହ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ପ୍ରୟାସ କରିଛନ୍ତି।

କଂଗ୍ରେସ ବିଜେପି ଲଢେଇ ମଧ୍ୟରେ ଆଞ୍ଚଳିକ ପାର୍ଟି ଦେବେଗୌଡ଼ାଙ୍କ ଜେଡିଏସକୁ ଉପେକ୍ଷା କରିହେବ ନାହିଁ। ରାଜ୍ୟର କିଛି ଅଞ୍ଚଳରେ ଏବେବି ଦଳର ବେଶ ପତିଆରା ରହିଛି। ପୂର୍ବରୁ ହୋଇଥିବା ଜନମତ ସର୍ଭେରେ କର୍ଣ୍ଣାଟକରେ ଝୁଲା ବିଧାନସଭା ହେବ ଏବଂ ଜେଡିଏସ୍ ନିଜ ଭୋଟ ବ୍ୟାଙ୍କ ବଜାୟ ରଖିବା ନେଇ ପୂର୍ବନୁମାନ କରାଯାଇଥିଲା। ସେପରି ହେଲେ କିଙ୍ଗ ମେକର ସିଟ୍‌ରେ ରହିବ ଜେଡିଏସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story