ସାଙ୍ଗମାନଙ୍କୁ ମାରି ସେମାନଙ୍କ କଞ୍ଚା ମାଂସ ଖାଇବାକୁ ଯୋଜନା କରୁଥିଲେ ଏହି ଦୁଇ ଛାତ୍ରୀ

ୱାଶିଂଟନ୍‌: ଆମେରିକା ଭଳି ଦେଶରରେ ବି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଛନ୍ତି ଦୁଇ ଜଣ ସ୍କୁଲ ଛାତ୍ରୀ। ସଇତାନ ଓ ବ୍ଲାକମ୍ୟାଜିକର ପୂଜକ ସାଜିଥିବା ଏହି ଦୁଇ ଛାତ୍ରୀ ସ୍କୁଲରେ ପଢ଼ୁଥିବା ସେମାନଙ୍କ ସାଙ୍ଗ ମାନଙ୍କୁ ମାରି ସେମାନଙ୍କ ରକ୍ତ ପିଇବା ଓ କଞ୍ଚା ମାଂସ ଖାଇବାକୁ ଯୋଜନା କରୁଥିବା ଜଣାପଡ଼ିଛି। ପୁଲିସ୍‌ ଏହି ଦୁଇ ନାବାଳିକା ଛାତ୍ରୀଙ୍କୁ ଗିରଫ କରିବା ପରେ ପୂରା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି।

କେନ୍ଦ୍ରୀୟ ଫ୍ଲରିଡାରେ ଥିବା ଏକ ମିଡିଲ୍‌ ସ୍କୁଲରେ ଏଭଳି ଘଟଣା ଘଟିଛି। ଗିରଫ ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କ ବୟସ ୧୧ ହୋଇଥିବା ବେଳେ ଆଉ ଜଣଙ୍କ ବୟସ ୧୨ ବର୍ଷ। ଏମାନେ ଧାରୁଆ ଅସ୍ତ୍ର ଧରି ସ୍କୁଲ ଆସିବା ସହ ନିଜର ସାଙ୍ଗମାନଙ୍କୁ ହତ୍ୟା କରିବାକୁ ସ୍କୁଲ ଶୌଚାଳୟରେ ଅପେକ୍ଷା କରିଥିଲେ। ତେବେ ସ୍ଥାନୀୟ ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇ କିଛି ବି ଅଘଟଣ ଘଟିବା ପୂର୍ବରୁ ସମ୍ପୃକ୍ତ ଦୁଇ ଜଣ ଛାତ୍ରୀଙ୍କୁ ଗିରଫ କରିଛି।

ଜେରା ବେଳେ ସାମାନେ ମଣିଷ ରକ୍ତ ପିଇବା ଓ ମାଂସ ଖାଇବାକୁ ପ୍ରବଳ ଇଚ୍ଛା ଥିବାରୁ ଏଭଳି କରିବାକୁ ଯୋଜନା କରିଥିଲେ। ଏପରି କି ମଣିଷ ରକ୍ତ ପିଇବା ଓ ମାଂସ ଖାଇବା ପରେ ସେମାନେ ନିଜକୁ ମଧ୍ୟ ହତ୍ୟା କରିଥାଆନ୍ତେ। ଏମାନେ ସଇତାନର ପୂଜକ ହୋଇଥିବାରୁ ‘ଉପରୁ ପାଇଥିବା ନିର୍ଦ୍ଦେଶ’ ଅନୁସାରେ ଏପରି କରୁଥିବା ପୁଲିସ୍‌ କହିଛି। ତେବେ ଏମାନଙ୍କୁ କି ଦଣ୍ଡ ମିଳିବ,ସେକଥା ଏଯାଏ ସ୍ପଷ୍ଟ ହୋଇନି।

ଆହୁରି ପଢ଼ନ୍ତୁ

ବିଜେଡି ଓ ବିଜେପି କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ: କୋଭିଡ୍ ନିୟମକୁ ଅଣଦେଖା

ଅର୍ଥ ପାଇଁ ରାଜ୍ୟର କେହି ଜଣେ ବି ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେନି: ମୁଖ୍ୟମନ୍ତ୍ରୀ

ଘରକୁ ଫେରୁଥିବା ବେଳେ ପିଟିଦେଲା ପିକ୍‌ଅପ୍‌ ଭ୍ୟାନ୍‌

ବର୍ଷା କଲା ବେହାଲ; ଭୁଶୁଡ଼ିଲା ପୋଲ, ଭାଙ୍ଗିଗଲା ଘର

ଲଗାଣ ବର୍ଷାରେ ବେହାଲ ଭଦ୍ରକ; ଭୁଶୁଡ଼ିଲା ୮ ଘର

ଏସ୍‌ବିଆଇ ଖୋଲିଲା ୨ ନୂଆ ଶାଖା ସହ ୨୮ ଡିଷ୍ଟିକ୍ଟ ସେଲ୍ସ ହବ୍

ଖଟିଆରେ ବୁହା ହେଲେ ରୋଗୀ, ଆମ୍ବୁଲାନ୍ସରେ ଗଲା ଜୀବନ

ଉଛୁଳା ନଦୀକୁ ଖସି ପଡ଼ିଲା ଟ୍ରକ୍‌

‘ରାଜ୍ୟରେ ଦିନକରେ ହେଲା ୪୭ ହଜାରରୁ ଊର୍ଦ୍ଧ୍ୱ କରୋନା ଟେଷ୍ଟ’

ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ସ୍ଥାନ ପାଇଲା ଓଡ଼ିଆ

କରୋନା କଟକଣା; ମାତ୍ର ୧୦ ଜଣଙ୍କ ଉପସ୍ଥିତିରେ ପାଳିତ ହେବ ସ୍ୱାଧୀନତା ଦିବସ

ରାସ୍ତା ଉପରେ ଲହଡ଼ି ମାରୁଛି ୩ ଫୁଟର ପାଣି