ମହାନତା ଦେଖାଇଲା ଭାରତୀୟ ସେନା, ଉପହାର ସହ ଦୁଇ ନାବାଳିକାଙ୍କୁ ପିଓକେ ଫେରାଇ ଦେଲେ
ନୂଆଦିଲ୍ଲୀ: ଅନେକ ସମୟରେ ଲୋକଙ୍କୁ ଦେଶର ସୀମା ପାର୍ କରୁଥିବା ଦେଖିବାକୁ ମିଳେ। ଏହା ପରେ ସେମାନଙ୍କୁ ନିଜ ନିଜର ଦେଶକୁ ହସ୍ତାନ୍ତର କରିବା ପାଇଁ ସମସ୍ତ ଆଇନର ସହାୟତା ନିଆଯାଇଥାଏ। ତେବେ ଏହି ପ୍ରକ୍ରିୟାକୁ ବହୁତ ସମୟ ଲାଗିଯାଏ। ଏହାସହ ଅଜାଣତରେ ସୀମା ଭିତରକୁ ପଶି ଆସିଥିବା ବ୍ୟକ୍ତିଙ୍କ ମନରେ ଭୟ ଥାଏ ଯେ ସେମାନଙ୍କ ସହ କିପରି ବ୍ୟବହାର କରାଯିବ। କିନ୍ତୁ ଭାରତୀୟ ସେନା ଏବେ ଏମିତି ଏକ କାମ କରିଛନ୍ତି, ଯାହା ପଡ଼ୋଶୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।
#WATCH | We lost our way & entered Indian territory. We feared that Army personnel will beat us up but they treated us in a very good manner. We had thought that they would not allow us to go back but today we are being sent home. People are very good here: Laiba Zabair https://t.co/u6DXgPEf7C pic.twitter.com/2rkf8hOdxk
— ANI (@ANI) December 7, 2020
ପାକ୍ ଅଧିକୃତ କଶ୍ମୀର (ପିଓକେ)ର ଦୁଇ ନାବାଳିକା ଭୁଲବଶତଃ ଭାରତ ସୀମାକୁ ପଳାଇ ଆସିଥିଲେ, ଯାହା ପରେ ଦୁହିଁଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି। ଏହି ଅବସରରେ ଦୁଇ ଭଉଣୀ ଭାରତୀୟ ସେନାକୁ ଧନ୍ୟବାଦ ବ୍ୟକ୍ତ କରି କହିଛନ୍ତି, ସେମାନେ ନିଜ ଘରକୁ ଫେରିବାର ଆଶା ଛାଡ଼ି ଦେଇଥିଲେ। ଦୁଇ ଭଉଣୀଙ୍କୁ ପ୍ରଶାସନ ଓ ସେନା ପକ୍ଷରୁ ଉପହାର ଦେଇ ପଠାଯାଇଥିଲା।
ପିଓକେର ନିବାସୀ ଲାଇବା ଜବୈର୍ (୧୭) ଓ ତାଙ୍କର ସାନ ଭଉଣୀ ସାନା ଜବୈର (୧୩)ଙ୍କୁ ଭାରତୀୟ ସେନା ରବିବାର ଅଟକ ରଖିଥିଲେ। ଏନେଇ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି, ଆବାସପୁରର ଏହି ଦୁଇ ନାବାଳିକା ଅଜାଣତରେ ପୁଞ୍ଚରେ ଥିବା ଭାରତୀୟ ସୀମାକୁ ପ୍ରବେଶ କରିଆସିଥିଲେ। ଉଭୟଙ୍କୁ ଆଜି ଚାକନ ଦା ବାଗ୍ (ସିଡିବି) କ୍ରସିଂ ପଏଣ୍ଟରେ ପାକିସ୍ତାନ ଅଧିକାରୀଙ୍କୁ ହସ୍ତାନ୍ତର କରିଦିଆ ଯାଇଛି। ଏହାସହ ଦୁହିଁଙ୍କୁ ଭାରତୀୟ ସେନା ପକ୍ଷରୁ ଉପହାର ଓ ମିଠା ଦିଆଯାଇଥିଲା।
ଦୁଇ ଭଉଣୀଙ୍କ ମଧ୍ୟରୁ ଲାଇବା ଜବୈର କହିଛନ୍ତି, ଆମେ ରାସ୍ତା ଭୁଲିଯାଇଥିଲୁ ଏବଂ ଭାରତୀୟ ସୀମାରେ ପ୍ରବେଶ କରିଥିଲୁ। ଆମେ ଡରି ଯାଇଥିଲୁ ଯେ ଭାରତୀୟ ସେନା ଆମ ସହ ମାରପିଟ୍ କରିବେ, କିନ୍ତୁ ସେମାନେ ଆମ ସହ ଭଲ ବ୍ୟବହାର କଲେ। ଆମେ ଭାବିଥିଲୁ ଯେ ସେମାନେ ଆମକୁ ଆଉ ପଠାଇବେ ନାହିଁ, କିନ୍ତୁ ଆଜି ଆମକୁ ଘରକୁ ପଠାଯାଇଛି। ସେଠାକାର ଲୋକେ ବହୁତ ଭଲ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।