ଜନ୍ମଦିନ କେକ୍ ବନ୍ଧୁକରେ କାଟି ଦୁଇ ଗିରଫ
ଲକ୍ଷ୍ନୌ: ଜନ୍ମଦିନରେ କେକ୍ କାଟି ଗିରଫ ହେଲେ ଦୁଇ ଯୁବକ। ଗିରଫ ହେବାର କାରଣ କେକକୁ ସେ ପିସ୍ତଲରେ କାଟିଥିଲେ। ଆଉ ୨୦ସେକେଣ୍ଡର ସେହି କେକ୍ କଟା ଭିଜୁଆଲ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।
बर्थडे पार्टी पर तमंचे से केक काटकर जश्न मनाते हुए सोशल मीडिया पर वायरल वीडियो के सम्बन्ध में थाना हापुड नगर पुलिस ने त्वरित कार्यवाही करते हुए 02 आरोपियों को किया गिरफ्तार, जिनके कब्जे से केक काटने में प्रयुक्त असलहा बरामद।@Uppolice@dgpup@adgzonemeerut#Hapurpolice pic.twitter.com/gfz6XSAsTb
— HAPUR POLICE (@hapurpolice) January 15, 2021
ଭିଜୁଆଲରେ କେକ୍ କାଟିବା ବେଳେ ବନ୍ଧୁକ ଧରି ହ୍ୟାପି ବାର୍ଥ ଡେ’ ଗାଉଥିବା ଦେଖିବାକୁ ମିଳିଛି। ଲାଲ୍ ରଙ୍ଗର ଡ୍ରେସ ସାର୍ଟ ପିନ୍ଧିଥିବା ଯୁବକ ଜଣଙ୍କର ଜନ୍ମଦିନ ଥିଲା ବୋଲି ଜଣାପଡ଼ିଛି। ପାଖରେ ନୀଳ ରଙ୍ଗରେ ସାର୍ଟ ପିନ୍ଧିଥିବା ବ୍ୟକ୍ତି ତାର ସାଙ୍ଗ ବୋଲି ଜଣାପଡ଼ିଛି। ଗିରଫ ଦୁଇ ଜଣ ହେଲେ ଶାହନବାଜ ଓରଫ ଗୁଡ୍ଡୁ ଏବଂ ଶାକିବ ଓରଫ ଭୁରା। ଉତ୍ତର ପ୍ରଦେଶର ହାପୁଡ ନଗର ପୁଲିସ କେକ୍ କଟା ଭିଡିଓର ତଦନ୍ତ କରି ଏହି ଗିରଫ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।