ଟିକା ନେବାର ସପ୍ତାହକ ପରେ ନର୍ସ କରୋନା ପଜିଟିଭ୍

ନ୍ୟୁୟର୍କ:  କରୋନା ଲଢ଼େଇ ପାଇଁ ପ୍ରସ୍ତୁତ ହୋଇଥିବା ଟିକା ‘ଫାଇଜର’କୁ ନେଇ ପ୍ରଶ୍ନ ଉଠିଛି। ସପ୍ତାହକ ତଳେ ଜଣେ ନର୍ସ ଏହି ଟିକା ନେଇଥିଲେ। ଏବେ ସଂପୃକ୍ତ ନର୍ସ ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ଆମେରିକାର କାଲିଫର୍ଣ୍ଣିଆରେ ରହୁଛନ୍ତି ଏହି ନର୍ସ। ତାଙ୍କ ନାମ ମାଥ୍ୟୁ ଡବ୍ଲ୍ୟୁ (Matthew W)। ଆମେରିକାର ଏବିସି ନ୍ୟୁଜ ଏହି ରିପୋର୍ଟ ପ୍ରକାଶ କରିଛି। ଟିକା ନେବା ପରେ ମାଥ୍ୟୁ ଫେସବୁକ ଜରିଆରେ ନିଜର ମତାମତ ରଖିଛନ୍ତି। ଟିକା […]

pfizer

pfizer

Subhransu Sekhar
  • Published: Wednesday, 30 December 2020
  • Updated: 30 December 2020, 06:09 PM IST

Sports

Latest News

ନ୍ୟୁୟର୍କ:  କରୋନା ଲଢ଼େଇ ପାଇଁ ପ୍ରସ୍ତୁତ ହୋଇଥିବା ଟିକା ‘ଫାଇଜର’କୁ ନେଇ ପ୍ରଶ୍ନ ଉଠିଛି। ସପ୍ତାହକ ତଳେ ଜଣେ ନର୍ସ ଏହି ଟିକା ନେଇଥିଲେ। ଏବେ ସଂପୃକ୍ତ ନର୍ସ ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ଆମେରିକାର କାଲିଫର୍ଣ୍ଣିଆରେ ରହୁଛନ୍ତି ଏହି ନର୍ସ। ତାଙ୍କ ନାମ ମାଥ୍ୟୁ ଡବ୍ଲ୍ୟୁ (Matthew W)। ଆମେରିକାର ଏବିସି ନ୍ୟୁଜ ଏହି ରିପୋର୍ଟ ପ୍ରକାଶ କରିଛି।

ଟିକା ନେବା ପରେ ମାଥ୍ୟୁ ଫେସବୁକ ଜରିଆରେ ନିଜର ମତାମତ ରଖିଛନ୍ତି। ଟିକା ନେବା ପରେ ତାଙ୍କ ହାତରେ ଘା’ ହୋଇଥିଲା ବୋଲି ଏବିସି ନ୍ୟୁଜକୁ କହିଛନ୍ତି। ଏହାବାଦ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନଥିବା ସେ କହିଛନ୍ତି। ଡିସେମ୍ୱର ୧୮ରେ ସେ ଟିକା ନେଇଥିଲେ ବୋଲି ଫେସବୁକ ଜରିଆରେ କହିଥିଲେ।

ତେବେ ଖ୍ରୀଷ୍ଟ୍ରମାସ ଦିନ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ମାଂସପେଶୀରେ ଯନ୍ତ୍ରଣା ଏବଂ ଅଳସୁଆ ପଣ ଅନୁଭବ କରିବା ପରେ ମାଥ୍ୟୁ କରୋନା ଟେଷ୍ଟ କରାଇଥିଲେ। ରିପୋର୍ଟ ପଜିଟିଭ୍ ବୋଲି ଜଣାପଡ଼ିଛି।

ମାଥ୍ୟୁଙ୍କ ପାଖରେ ଦେଖାଦେଇଥିବା ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଣେ ବିଶେଷଜ୍ଞ ଖ୍ରୀଷ୍ଟିଆନ୍ ରମେର୍ସ। ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମାଥ୍ୟୁଙ୍କ ପାଖରେ ଦେଖାଯାଇଥିବା ଲକ୍ଷଣ କେବେ ଆଶା କରାଯାଉନଥିଲା। ଟିକାର ଯେତେବେଳେ କ୍ଲିନିକାଲ ଟ୍ରାଏଲ ହେଉଥିଲା ସେତେବେଳେ ଶରୀରକୁ ସୁରକ୍ଷା ଦେବା ପାଇଁ ୧୦ରୁ ୧୪ ଦିନ ଆବଶ୍ୟକ ଥିଲା। ପ୍ରଥମ ଟିକା ୫୦ ପ୍ରତିଶତ ସଫଳ ହୁଏ ଦ୍ୱିତୀୟ ଟିକା ୯୫ ପ୍ରତିଶତ ସଫଳ ସାବ୍ୟସ୍ତ ହୁଏ ବୋଲି ବିଶେଷଜ୍ଞ ଜଣଙ୍କ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos