କାଲିଠୁ ଏହି ରାଜ୍ୟରେ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ, ମାସ୍କ ନ ଥିଲେ ମିଳିବନି ରାସନ

ଲକ୍ଷ୍ନୌ:  ଦେଶରେ ୪୦୦ ମୁହାଁ ହେଲାଣି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ଏପରି ସ୍ଥିତିରେ ଘାରିଲାଣି ଭୟ।  ଏହାର ମୁକାବିଲା ପାଇଁ ନାଇଟ କର୍ଫ୍ୟକୁ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କଲେଣି ବହୁ ରାଜ୍ୟ। ଗତକାଲିଠୁ ମଧ୍ୟପ୍ରଦେଶ ସରକାର ନାଇଟ କର୍ଫ୍ୟୁ ଲାଗୁ କରି ଦେଇଥିବା ବେଳେ ଆସନ୍ତା କାଲିଠୁ ଉତ୍ତରପ୍ରଦେଶରେ ଲାଗୁ ହେବ ଏହି କଟକଣା। ଶନିବାର ରାତି ୧୧ଟାରୁ ଏହି କଟକଣା ଲାଗୁ ହେବ । ପ୍ରତିଦିନ ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହା […]

night-corfew

night-corfew

Niharika Rout
  • Published: Friday, 24 December 2021
  • Updated: 24 December 2021, 02:32 PM IST

Sports

Latest News

ଲକ୍ଷ୍ନୌ:  ଦେଶରେ ୪୦୦ ମୁହାଁ ହେଲାଣି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ଏପରି ସ୍ଥିତିରେ ଘାରିଲାଣି ଭୟ।  ଏହାର ମୁକାବିଲା ପାଇଁ ନାଇଟ କର୍ଫ୍ୟକୁ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କଲେଣି ବହୁ ରାଜ୍ୟ।

ଗତକାଲିଠୁ ମଧ୍ୟପ୍ରଦେଶ ସରକାର ନାଇଟ କର୍ଫ୍ୟୁ ଲାଗୁ କରି ଦେଇଥିବା ବେଳେ ଆସନ୍ତା କାଲିଠୁ ଉତ୍ତରପ୍ରଦେଶରେ ଲାଗୁ ହେବ ଏହି କଟକଣା। ଶନିବାର ରାତି ୧୧ଟାରୁ ଏହି କଟକଣା ଲାଗୁ ହେବ । ପ୍ରତିଦିନ ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହା ଲାଗୁ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

କେବଳ ସେତିକି ନୁହେଁ ସର୍ବସାଧାରଣ ସ୍ଥାନରେ ଜନସାଧାରଣଙ୍କ ସମାଗମ ଉପରେ ବି ରୋକ୍‌ ଲଗାଇ ଦେଇଛନ୍ତି ଯୋଗୀ ସରକାର। ଏଣିକି ବିବାହ, ବ୍ରତ ଆଦି ସମାରୋହରେ ୨୦୦ ଲୋକଙ୍କୁ ଏକତ୍ରିତ ହେବାର ଅନୁମତି ମିଳିଛି। ଏହାଠୁ ଅଧିକ ଲୋକ ଏକତ୍ରିତ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହ ମାସ୍କ ପିନ୍ଧିବାକୁ କଡ଼ାକଡ଼ି ପାଳନ କରିବାକୁ କହିବା ସହ ଟେଷ୍ଟିଂ, ଟ୍ରେସିଙ୍ଗ ବଢ଼ାଇବାକୁ ନିଜ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ।

ଏଣିକି ୟୁପି ବଜାରରେ ମାସ୍କ ନାହିଁ ତ ରାସନ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦିଆଯାଇଛି। ବିନା ମାସ୍କରେ ଆସୁଥିବା ଗ୍ରାହକଙ୍କୁ ରାସନ ସାମଗ୍ରୀ ନ ଦେବାକୁ ଦୋକାନୀମାନଙ୍କୁ କୁହାଯାଇଛି। ସଡ଼କ, ବଜାର ସବୁଠି ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ ଓ ପୁଲିସ୍‌ ଅତର୍କିତ ଭାବେ ଯାଞ୍ଚ କରିବ । ଦେଶର ଅନ୍ୟ ରାଜ୍ୟରୁ ଉତ୍ତରପ୍ରଦେଶ ସୀମାରେ ପ୍ରବେଶ କରୁଥିବା ସବୁ ବ୍ୟକ୍ତିଙ୍କର ଟେଷ୍ଟିଂ ଓ ଟ୍ରେସିଂ କରାଯିବ । ବସ୍‌ ଷ୍ଟେଶନ, ରେଲୱେ ଷ୍ଟେଶନ ଓ ଏୟାରପୋର୍ଟରେ ଅତିରିକ୍ତ ସତର୍କତା ଅବଲମ୍ବନ କରାଯିବ ।

ଓମିକ୍ରନକୁ ଆଖି ଆଗରେ ରଖି ଗାଁ ଓ ସହରରେ ବି କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ବାହାରୁ ଆସୁଥିବା ପ୍ରତି ବ୍ୟକ୍ତିଙ୍କର ଟେଷ୍ଟିଂ ହେବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନିୟମିତ ନଜର ରଖାଯିବ । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବ ନଚେତ କ୍ୱାରେଣ୍ଟାଇନ୍‌ରେ ରଖାଯିବ ।

ସ୍ଥିତିକୁ ନଜରରେ ରଖି ରାଜ୍ୟରେ କୋଭିଡ ହେଲପ୍‌ ଡେସ୍କ ଓ ଡେ କେୟାର ସେଣ୍ଟରକୁ ଆକ୍ଟିଭ କରାଯିବ। ଏହାବାଦ ପ୍ରଥମ ଓ ଦ୍ୱିତୀୟ ଲହର କୋଭିଡ ସମୟରେ ରାଜ୍ୟରେ ଯେପରି ହସ୍ପିଟାଲ ଚାଲୁ ରହୁଥିଲା, ଆବଶ୍ୟକ ପଡ଼ିଲେ ସେପରି ଚାଲୁ କରିବାକୁ ପଦକ୍ଷେପ ନିଆଯିବ ।  ଏହାବାଦ ରାଜ୍ୟରେ ଭ୍ୟାକସିନେସନକୁ ଶତ ପ୍ରତିଶତ କରିବାକୁ ଯଥାସମ୍ଭବ ଉଦ୍ୟମ କରାଯାଉଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ରାଜ୍ୟର ୮୪.୨୩ ପ୍ରତିଶତ ପ୍ରଥମ ଡୋଜ ନେଇଥିବା ବେଳେ ୪୫.୬୬ ପ୍ରତିଶତ ଦ୍ୱିତୀୟ ଡୋଜ ଟିକା ନେଇ ସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story