ମୋଦି ଓ ଶାହଙ୍କର ଘନିଷ୍ଠ ଥିଲେ ଜେଟଲୀ

ନୂଆଦିଲ୍ଲୀ: କୁହାଯାଏ ବିପଦ ବେଳର ହିଁ ପ୍ରକୃତ ବନ୍ଧୁ। ସେଥିପାଇଁ ଆଜି ଜେଟଲୀଙ୍କ ବିୟୋଗରେ ବିଜେପି ସଭାପତି ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଟୁଇଟରେ ଶୋକ ପ୍ରକାଶ କରିବାକୁ ଯାଇ ଲେଖିଛନ୍ତି ମୁଁ ମୋର ଜଣେ ବନ୍ଧୁ ନୁହେଁ ବରଂ ପରିବାରର ସଦସ୍ୟଙ୍କୁ ହରାଇଲି। ସେହିପରି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଜେଟଲୀଙ୍କ ଉଦ୍ଦେଶ୍ୟରେ କରିଥିବା ସିରିଜ୍ ଟୁଇଟରୁ ଜଣାପଡ଼ିଛି ପ୍ରଧାନମନ୍ତ୍ରୀ କେତେ ମର୍ମାହତ। ଏହାର କାରଣ ଜାଣିଲେ ଆପଣ ବି କହିବେ ଜେଟଲୀ ହିଁ ସେମାନଙ୍କ ପାଇଁ […]

MODI SAHA JAITLEY

MODI SAHA JAITLEY

Subhransu Sekhar
  • Published: Saturday, 24 August 2019
  • Updated: 24 August 2019, 05:06 PM IST

ନୂଆଦିଲ୍ଲୀ: କୁହାଯାଏ ବିପଦ ବେଳର ହିଁ ପ୍ରକୃତ ବନ୍ଧୁ। ସେଥିପାଇଁ ଆଜି ଜେଟଲୀଙ୍କ ବିୟୋଗରେ ବିଜେପି ସଭାପତି ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଟୁଇଟରେ ଶୋକ ପ୍ରକାଶ କରିବାକୁ ଯାଇ ଲେଖିଛନ୍ତି ମୁଁ ମୋର ଜଣେ ବନ୍ଧୁ ନୁହେଁ ବରଂ ପରିବାରର ସଦସ୍ୟଙ୍କୁ ହରାଇଲି। ସେହିପରି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଜେଟଲୀଙ୍କ ଉଦ୍ଦେଶ୍ୟରେ କରିଥିବା ସିରିଜ୍ ଟୁଇଟରୁ ଜଣାପଡ଼ିଛି ପ୍ରଧାନମନ୍ତ୍ରୀ କେତେ ମର୍ମାହତ। ଏହାର କାରଣ ଜାଣିଲେ ଆପଣ ବି କହିବେ ଜେଟଲୀ ହିଁ ସେମାନଙ୍କ ପାଇଁ ବିପଦ ବେଳର ବନ୍ଧୁ।

https://twitter.com/AmitShah/status/1165163023876722689

https://twitter.com/narendramodi/status/1165168647284973568

ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀ ଆଉ ନାହାନ୍ତି। କେବେ ପ୍ରତ୍ୟକ୍ଷ ନିର୍ବାଚନ ଜିତି ନଥିଲେ ମଧ୍ୟ ଦେଶର ଏହି ବରିଷ୍ଠ ଆଇନଜୀବୀ ରାଜ୍ୟସଭା ସଦସ୍ୟ ଭାବେ ଏନଡିଏ ସରକାରରେ ମନ୍ତ୍ରୀ ଥିଲେ। ବାଜପେୟୀ ସରକାରରେ ସେ ମନ୍ତ୍ରୀ ଥିଲେ। ମନମୋହନ ସିଂହ ସରକାର ସମୟରେ ରାଜ୍ୟସଭାରେ ବିପକ୍ଷ ନେତା ଥିଲେ। ମୋଦିଙ୍କ ପ୍ରଥମ ଦଫା ସରକାରରେ ସେ ଅର୍ଥ ଓ ପ୍ରତିରକ୍ଷା ମନ୍ତ୍ରୀ ଥିଲେ।

ଶାନ୍ତ, ବିନମ୍ର, ମାର୍ଜିତ କଥାବାର୍ତ୍ତା କରୁଥିବା ଏହି ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ସଭାପତି ଅମିତ ଶାହଙ୍କର ନିକଟତର ଥିଲେ। ୨୦୦୨ରେ ଗୁଜରାଟରେ ଯେତେବେଳେ ଦଙ୍ଗା ହୋଇଥିଲା ସେତେବେଳେ ଏବେକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ମୋଦି ଦଙ୍ଗାରେ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ମାମଲା ଯେତେବେଳେ କୋର୍ଟରେ ପହଞ୍ଚିଥିଲା ସେତେବେଳେ ଜେଟଲୀ ହିଁ ନରେନ୍ଦ୍ର ମୋଦିଙ୍କୁ ଆଇନ ପରାମର୍ଶ ଦେଉଥିଲେ। କାରଣ ସେ ପେସାରେ ଓକିଲ ଥିଲେ। ଯାହାକି ମୋଦିଙ୍କ ସହ ତାଙ୍କୁ ନିକଟତର କରାଇଥିଲା।

ଏହାପରେ ଅମିତ ଶାହଙ୍କ ନାଁରେ ଯେତେବେଳେ ୨୦୦୯ରେ ଫେକ୍ ଏନକାଉଣ୍ଟର ମାମଲା ରୁଜୁ ହୋଇଥିଲା ସେତେବେଳେ ସେ କିଛି ମାସ ଜେଲରେ ରହି ଜାମିନରେ ବାହାରିଥିଲେ। ଏହାପରେ ସେ ଗୁଜରାଟରୁ ଦୀର୍ଘ ୩ ବର୍ଷ ଧରି ବାହାରେ ରହୁଥିଲେ। ଏହି ସମୟରେ ଦିଲ୍ଲୀରେ ଜେଟଲୀଙ୍କ ବାସଭବନରେ ପ୍ରାୟତଃ ଅମିତ ଶାହଙ୍କୁ ଦେଖିବାକୁ ମିଳୁଥିଲା। ସପ୍ତାହକରେ ପ୍ରାୟ ସମୟରେ ଜେଟଲୀ ଓ ଶାହ ଏକାଠି ଖାଇବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଥିଲା।

ଏହାପରେ ୨୦୧୪ ନିର୍ବାଚନ ସମୟରେ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥିତ୍ୱ ନେଇ ଜେଟଲୀ ପରଦା ପଛରେ ଥାଇ ରାଜନାଥ ସିଂହ, ନୀତୀନ ଗଡ଼କରୀ, ଶିବରାଜ ସିଂହ ଚୌହ୍ୱାନ ଓ ସୁଷମା ସ୍ୱରାଜଙ୍କୁ ଏକମତ କରାଇଥିଲେ। ଏହାପରେ ମୋଦି ଯେତେବେଳେ ପ୍ରଧାନମନ୍ତ୍ରୀ ହୋଇଥିଲେ ସେତେବେଳେ ମନ୍ତ୍ରୀମଣ୍ଡଳ ଗଠନ ପୂର୍ବରୁ ସମସ୍ତେ ଅନୁମାନ କରିଥିଲେ ସୁବ୍ରମଣ୍ୟମ ସ୍ୱାମୀ କିମ୍ୱା ଅରୁଣ ସୌରୀ କେନ୍ଦ୍ର ଅର୍ଥ ମନ୍ତ୍ରୀ ହୋଇପାରନ୍ତି। ହେଲେ ଏହି ଦୁଇ ଅର୍ଥନୀତିଜ୍ଞଙ୍କ ଉପରେ ନରେନ୍ଦ୍ର ମୋଦି ଭରସା ନକରି ଜେଟଲୀଙ୍କ ଉପରେ ଭରସା କରିଥିଲେ।

ପରେ ପ୍ରତିରକ୍ଷା ମନ୍ତ୍ରୀପଦରୁ ଇସ୍ତଫା ଦେଇ ସ୍ୱର୍ଗତ ମନୋହର ପାରିକର ଗୋଆର ମୁଖ୍ୟମନ୍ତ୍ରୀ ହେବା ପରେ ଏହି ବିଭାଗର ଦାୟିତ୍ୱ ଜେଟଲୀଙ୍କୁ ଦେଇଥିଲେ ପ୍ରଧାନମନ୍ତ୍ରୀ। ଏହି ସମୟରେ ରାଫେଲ୍ ବିମାନ କିଣାରେ ଦୁର୍ନୀତି ହୋଇଛି ବୋଲି ବିରୋଧୀ ଦାବି କରୁଥିଲେ। ହେଲେ ଜେଟଲୀଙ୍କ ତଥ୍ୟ ଓ ଯୁକ୍ତି ବିରୋଧୀଙ୍କୁ ସ୍ତବ୍ଧ କରି ଦେଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos