କାହିଁକି କମିଲା ମ୍ୟାଜିକ୍ ନମ୍ବର?

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ସରକାର ପ୍ରଥମଥର ପାଇଁ ଅନାସ୍ଥା ଭୋଟ୍‌ର ସମ୍ମୁଖୀନ ହୋଇଛନ୍ତି। ତେବେ ଏହି ଅନାସ୍ଥା ଭୋଟ୍‌ରେ ସରକାର ଗଠନ ପାଇଁ ପୂର୍ବରୁ ମ୍ୟାଜିକ୍ ନମ୍ବର ୨୭୨ ଥିବାବେଳେ ଗତକାଲି ସୁଦ୍ଧା ଏହା ୨୬୮ରେ ପହଞ୍ଚିଥିଲା। କାରଣ ଲୋକସଭାର ମୋଟ୍‌ ଆସନ ସଂଖ୍ୟା ୫୪୫ ହୋଇଥିବା ବେଳେ ବାଚସ୍ପତି ଓ ୧୦ଟି ପଦବୀ ଖାଲି ପଡ଼ିଥିବାରୁ ଏହି ସଂଖ୍ୟା ୫୩୪କୁ ଖସି ଆସିଥିଲା। ସେହିପରି ଗତକାଲି ଓଡ଼ିଶାରେ କ୍ଷମତାସୀନ ବିଜେଡି ସାଂସଦ ବୈଜୟନ୍ତ […]

Parliament_protest-PTI-3x2

Parliament_protest-PTI-3x2

Rakesh Mallick
  • Published: Friday, 20 July 2018
  • Updated: 20 July 2018, 08:33 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ସରକାର ପ୍ରଥମଥର ପାଇଁ ଅନାସ୍ଥା ଭୋଟ୍‌ର ସମ୍ମୁଖୀନ ହୋଇଛନ୍ତି। ତେବେ ଏହି ଅନାସ୍ଥା ଭୋଟ୍‌ରେ ସରକାର ଗଠନ ପାଇଁ ପୂର୍ବରୁ ମ୍ୟାଜିକ୍ ନମ୍ବର ୨୭୨ ଥିବାବେଳେ ଗତକାଲି ସୁଦ୍ଧା ଏହା ୨୬୮ରେ ପହଞ୍ଚିଥିଲା। କାରଣ ଲୋକସଭାର ମୋଟ୍‌ ଆସନ ସଂଖ୍ୟା ୫୪୫ ହୋଇଥିବା ବେଳେ ବାଚସ୍ପତି ଓ ୧୦ଟି ପଦବୀ ଖାଲି ପଡ଼ିଥିବାରୁ ଏହି ସଂଖ୍ୟା ୫୩୪କୁ ଖସି ଆସିଥିଲା। ସେହିପରି ଗତକାଲି ଓଡ଼ିଶାରେ କ୍ଷମତାସୀନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ଓ କେରଳର କଂଗ୍ରେସ ସାଂସଦ ଜୋସ୍‌ କେ.ମଣି ନିଜ ପଦରୁ ଇସ୍ତଫା ଦେଇଥିବା ବାଚସ୍ପିତି ଗୃହକୁ ଅବଗତ କରାଇଥିଲେ। ଫଳରେ ଲୋକସଭାର ଆସନ ସଂଖ୍ୟା ୫୩୨କୁ ଖସି ଆସିଥିଲା। ଆଜି ସକାଳୁ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପୂର୍ବରୁ ବିଜେଡିର ୧୯ ଜଣ ଓ ଶିବସେନାର ୧୮ ଜଣ ସାଂସଦ ଅନାସ୍ଥା ଭୋଟ୍‌ରୁ ଦୂରେଇ ଯାଇଥିଲେ। ବିଜଡି କକ୍ଷତ୍ୟାଗ କରିଥିବା ବେଳେ ଶିବସେନା ଭୋଟିଂରେ ସାମିଲ ହେବନାହିଁ ବୋଲି କହିଛନ୍ତି। ଏହି ୩୭ ଜଣ ସାଂସଦଙ୍କ ଅନୁପସ୍ଥିତି ଯୋଗୁ ଲୋକସଭା ଆସନ ସଂଖ୍ୟା ୪୯୫କୁ ଖସି ଆସିଛି। ତେଣୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୪୯। ବିଜେପି ପାଖରେ ଏକାକୀ ୨୭୩ ଜଣ ସାଂସଦ ଥିବା ବେଳେ ଶିବସେନାକୁ ବାଦ୍ ଦେଇ ଏନଡିଏ ସାଂସଦଙ୍କ ସଂଖ୍ୟା ହେଉଛି ୨୯୫। ଏଆଇଏଡିଏମ୍‌କେ ବିଜେପିକୁ ସମର୍ଥନ କରିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos