ମଙ୍ଗୁଆଳ ପରିବର୍ତ୍ତନ ନେଇ କଂଗ୍ରେସରେ ଦ୍ୱିମତ

ନୂଆଦିଲ୍ଲୀ: କଂଗ୍ରେସରେ ଗାନ୍ଧୀ ପରିବାରର ନେତୃତ୍ୱକୁ ଦଳର କଛି ନେତା ଚ୍ୟାଲେଞ୍ଜ କରିଛନ୍ତି। ଏହାକୁ ନେଇ ଏବେ ଦଳ ଭିତରେ ବିବାଦ ତେଜିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଗାନ୍ଧୀ ପରିବାରର ନେତୃତ୍ୱକୁ ନେଇ ହେଉଥିବା ଚ୍ୟାଲେଞ୍ଜକୁ ବିରୋଧ କରିଛନ୍ତି। ଏବେ ଏଭଳି ପ୍ରସଙ୍ଗ ଉଠାଇବା ସମୟ ନୁହେଁ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି। ସିଂହ କହିଛନ୍ତି ଯେ ଦେଶର ସାମ୍ବିଧାନିକ ମୂଲ୍ୟବୋଧ ତଥା ଗଣତାନ୍ତ୍ରିକ ନୀତିକୁ ନଷ୍ଟ କରୁଥିବା ବିଜେପି ନେତୃତ୍ୱାଧୀନ ଏନଡିଏ ବିରୋଧରେ ଏବେ […]

sonia-gandhi

sonia-gandhi

Subhransu Sekhar
  • Published: Sunday, 23 August 2020
  • Updated: 23 August 2020, 06:04 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସରେ ଗାନ୍ଧୀ ପରିବାରର ନେତୃତ୍ୱକୁ ଦଳର କଛି ନେତା ଚ୍ୟାଲେଞ୍ଜ କରିଛନ୍ତି। ଏହାକୁ ନେଇ ଏବେ ଦଳ ଭିତରେ ବିବାଦ ତେଜିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଗାନ୍ଧୀ ପରିବାରର ନେତୃତ୍ୱକୁ ନେଇ ହେଉଥିବା ଚ୍ୟାଲେଞ୍ଜକୁ ବିରୋଧ କରିଛନ୍ତି। ଏବେ ଏଭଳି ପ୍ରସଙ୍ଗ ଉଠାଇବା ସମୟ ନୁହେଁ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସିଂହ କହିଛନ୍ତି ଯେ ଦେଶର ସାମ୍ବିଧାନିକ ମୂଲ୍ୟବୋଧ ତଥା ଗଣତାନ୍ତ୍ରିକ ନୀତିକୁ ନଷ୍ଟ କରୁଥିବା ବିଜେପି ନେତୃତ୍ୱାଧୀନ ଏନଡିଏ ବିରୋଧରେ ଏବେ ଦୃଢ଼ ବିରୋଧ କରିବାର ଆବଶ୍ୟକତା ରହିଛି। ମିଳିତ ଭାବରେ ବିରୋଧ ହେଉନଥିବାରୁ ଏନଡିଏ ସଫଳତା ପାଇଛି। ତେଣୁ ଏଭଳି ସ୍ଥିତିରେ ଦଳରେ ନେତୃତ୍ୱ ପରିବର୍ତ୍ତନ ଆଣିବାକୁ ଚାହୁଁଥିବା କଂଗ୍ରେସ ନେତାଙ୍କ ପଦକ୍ଷେପ ଦଳର ସ୍ୱାର୍ଥ ତଥା ଦେଶର ସ୍ୱାର୍ଥ ପାଇଁ କ୍ଷତିକାରକ ହେବ ବୋଲି ଅମରିନ୍ଦର କହିଛନ୍ତି।

ସେ କହିଛନ୍ତି, "ସୋନିଆ ଗାନ୍ଧୀ ଯେତେଥର ଚାହିଁବେ କଂଗ୍ରେସର ନେତୃତ୍ୱ ନେବେ।" ଏହା ପରେ ରାହୁଲ ଗାନ୍ଧୀ ଏହି ଦଳର ଦାୟିତ୍ୱ ତୁଲାଇବା ଉଚିତ୍ କାରଣ ସେ ଦଳର ନେତୃତ୍ୱ ନେବାକୁ ସଂପୂର୍ଣ୍ଣ ଯୋଗ୍ୟ।

ସୋମବାର କଂଗ୍ରେସର କାର୍ଯ୍ୟ କମିଟିର ବୈଠକ ରହିଛି। ଏହା ପୂର୍ବରୁ ଦଳ ଭିତରୁ ନେତୃତ୍ୱକୁ ନେଇ ଭିନ୍ନ ମତ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, କଂଗ୍ରେସ ସରକାରରେ ଥିବା କିଛି ମନ୍ତ୍ରୀଙ୍କ ସମେତ ଦଳୀୟ ନେତା ସଭାପତି ସୋନିଆ ଗାନ୍ଧୀଙ୍କୁ ସଂଗଠନରେ ପରିବର୍ତ୍ତନ ଏବଂ ନେତୃତ୍ୱରେ ପରିବର୍ତ୍ତନ ପାଇଁ ଚିଠି ଲେଖିଛନ୍ତି। ଏହାପରେ ଅମିରନ୍ଦର ଏଭଳି ମତ ରଖିଛନ୍ତି।

ନେତୃତ୍ୱରେ ପରିବର୍ତ୍ତନର ଦାବିକୁ ‘ଅଯଥା’ ବୋଲି କହି ଅମରିନ୍ଦର ସିଂହ କହିଛନ୍ତି ଯେ ବ୍ରିଟିଶ ପାଖରୁ ଦେଶ ସ୍ୱାଧୀନତା ପାଇବା ପରଠାରୁ ଗାନ୍ଧୀ ପରିବାର ଦେଶର ପ୍ରଗତିରେ ଏକ ପ୍ରମୁଖ ଅବଦାନ ରଖିଛି। ଯେଉଁ ସମୟରେ ଦେଶର ସାମ୍ବିଧାନିକ କ୍ଷମତା ବିପଦରେ ପଡ଼ିଛି ସେହି ସମୟରେ ଗାନ୍ଧୀ ପରିବାର ନେତୃତ୍ୱ ନେଇଛି ବୋଲି ଅମରିନ୍ଦର କହିଛନ୍ତି।

ବର୍ତ୍ତମାନ କଂଗ୍ରେସରେ କୌଣସି ନେତା ନାହାଁନ୍ତି ଯିଏକି ଗାନ୍ଧୀ ପରିବାର ଭଳି ଦୃଢ଼ ନେତୃତ୍ୱ ନେଇପାରିବେ। ଏବେ ସମସ୍ତ ନେତା ଦଳ ତଥା ଦେଶର ସ୍ୱାର୍ଥରେ ଏକଜୁଟ ହେବାକୁ ଅନୁରୋଧ କରିଛନ୍ତି ଅମରିନ୍ଦର ସିଂହ। ଖାଲି ଦଳୀୟ ନେତା ନୁହଁ ଦେଶବାସୀ ଏକଜୁଟ ହୋଇ ଏନଡ଼ିଏ ସରକାର ବିରୋଧରେ ଏକାଠି ହେବା ଦରକାର ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, କଂଗ୍ରେସର 23 ବରିଷ୍ଠ ନେତା, 5 ପୂର୍ବତନ ମୁଖ୍ୟମନ୍ତ୍ରୀ, ଅନେକ କଂଗ୍ରେସ ୱାର୍କିଂ କମିଟିର ସଦସ୍ୟ, ସାଂସଦ ତଥା ବହୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତା ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖାଇ ଦଳରେ ଆମୁଳ ଚୂଳ ପରିବର୍ତ୍ତନ ପାଇଁ ନିବେଦନ କରିଛନ୍ତି। ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଏହି ଚିଠି ଦଳୀୟ ନେତା ଲେଖିଥିବା ସୂଚନା ରହିଛି। ଯେଉଁଥିରେ ଦଳର ସଂସ୍କାର ବିଷୟରେ ବିସ୍ତୃତ ସୂଚନା ଦିଆଯାଇଛି।

ରାଜ୍ୟସଭାର ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ, ଦଳର ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଆନନ୍ଦ ଶର୍ମା, କପିଲ ସିବଲ, ମନୀଷ ତିୱାରୀ, ଶଶି ଥରୁର ଭଳି ପ୍ରମୁଖ ନେତା ସୋନିଆଙ୍କୁ ଚିଠି ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos