ଭୋପାଳ: ମୋତେ ଗୋଟିଏ କୋଠରୀରେ ୬ ମାସ ଧରି ବନ୍ଦ କରି ରଖିଲେ। ଆଉ ପର୍ଣ୍ଣ ଭିଡିଓ ଦେଖାଇ ବଳାତ୍କାର କଲେ। ଏମିତି ଏକ ସାଂଘାତିକ ଅଭିଯୋଗ ଜଣେ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କ ନାମରେ ଆସିଛି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଅବଧପୁରୀସ୍ଥିତ ଜଣେ ହଷ୍ଟେଲ ସୁପରିଟେଣ୍ଡେଣଙ୍କ ନାମରେ ଏଭଳି ଅଭିଯୋଗ ଆସିଛି। ଇଣ୍ଡୋର ହୀରାନଗର ପୁଲିସ ଷ୍ଟେଶନରେ ଏନେଇ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଅଶ୍ୱିନି କୁମାରଙ୍କୁ ଗିରଫ କରିଛି ପୁଲିସ। ଜଣେ ୨୩ ବର୍ଷୀୟ ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ଗୋଟିଏ କୋଠରୀରେ ବନ୍ଧକ ରଖି ଲଗାତାର ୬ ମାସ ଧରି ଦୁଷ୍କର୍ମ କରିଥିଲେ।
ଅନେକଥର ଜବରଦସ୍ତ ପର୍ଣ୍ଣ ଭିଡିଓ ଦେଖାଇ ବଳାତ୍କାର କରିଥିଲେ। ଏହି ମାମଲାରେ ପୁଲିସ ଆଇପିସି ଧାରା ୩୭୬, ୩୭୭, ୩୫୪, ୫୦୬ରେ ମାମଲା ରୁଜୁ କରିଛି। ଏହି ସବୁ ଦଫାରେ ବଳାତ୍କାର, ଅପ୍ରାକୃତିକ ଯୌନ ସମ୍ପର୍କ ଏବଂ ଶାରିରୀକ ନିର୍ଯାତନା ଆଦି ଅନ୍ତର୍ଭୃକ୍ତ ରହିଛି। ଏନେଇ ଭୋପାଳ ଡିଆଇଜି ଧର୍ମେନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ସେ ଏହି ମାମଲାରେ ଇଣ୍ଡୋର ପୁଲିସ ସହ ସମ୍ପର୍କରେ ଅଛନ୍ତି।
ସମ୍ପୃକ୍ତ ସୁରିଟେଣ୍ଡେଣ୍ଟ ଏମିତି ୪ ଜଣଙ୍କୁ ବଳାତ୍କାର କରିଥିବା ଅଭିଯୋଗ ଆସିଛି। ଅନ୍ୟପଟେ କଂଗ୍ରେସର ଜଣେ ପ୍ରବକ୍ତା ଏନେଇ ସାଂଘାତିକ୍ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଅଭିଯୁକ୍ତ ଅଶ୍ୱିନି କୁମାରଙ୍କ ସହ ଆରଏସ୍ଏସ୍ର ସମ୍ପର୍କ ରହିଛି। ମଧ୍ୟପ୍ରଦେଶର ବିଜେପି ସରକାର ଥିବା ବେଳେ ରାଜନୈତିକ ଛତ୍ରଛାୟା ତଳେ ଅଭିଯୁକ୍ତ ଅଶ୍ୱିନି କୁମାର ଏଭଳି ହୀନ କାମ କରି ଆସୁଥିବା ସେ ଅଭିଯୋଗ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।