କାଲିଠୁ ମହିଳା ବିଶ୍ୱକପ୍ ହକି: ଉଦ୍‌ଘାଟନୀ ମ୍ୟାଚ୍‌ରେ ଇଂଲଣ୍ଡକୁ ଟକ୍କର୍‌ ଦେବ ଟିମ୍ ଇଣ୍ଡିଆ

ଭୁନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଠାରୁ ଆରମ୍ଭ ହେବ ମହିଳା ହକି ବିଶ୍ୱକପ। ଭାରତ ସମେତ ୧୬ଟି ଦେଶ ଏହି ବିଶ୍ୱକପ ପ୍ରତିଯୋଗିତାରେ ଭାଗ ନେବେ। ଇଂଲଣ୍ଡରେ ହେବାକୁ ଥିବା ଏହି ବିଶ୍ୱକପ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଉଦଘାଟନୀ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଆୟୋଜକ ଇଂଲଣ୍ଡକୁ ଭେଟିବ। କାଲି ଲଣ୍ଡନରେ ବାଜିବ୍ ବିଗୁଲ। ଆରମ୍ଭ ହେବ ମହିଳା ହକି ବିଶ୍ୱ ମହାକୁମ୍ଭ। ୧୬ଟି ଦେଶକୁ ନେଇ ହେବ ଟାଇଟଲ୍‌ ଟକ୍କର୍‌। ୧୭ ଦିନ ଯାଏ ଖେଳାଯିବାକୁ […]

cwgdunyulz-1529129106

cwgdunyulz-1529129106

Rakesh Mallick
  • Published: Friday, 20 July 2018
  • Updated: 20 July 2018, 06:36 PM IST

Sports

Latest News

ଭୁନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଠାରୁ ଆରମ୍ଭ ହେବ ମହିଳା ହକି ବିଶ୍ୱକପ। ଭାରତ ସମେତ ୧୬ଟି ଦେଶ ଏହି ବିଶ୍ୱକପ ପ୍ରତିଯୋଗିତାରେ ଭାଗ ନେବେ। ଇଂଲଣ୍ଡରେ ହେବାକୁ ଥିବା ଏହି ବିଶ୍ୱକପ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଉଦଘାଟନୀ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଆୟୋଜକ ଇଂଲଣ୍ଡକୁ ଭେଟିବ।

Image result for women hockey india team world cup for world cup

କାଲି ଲଣ୍ଡନରେ ବାଜିବ୍ ବିଗୁଲ। ଆରମ୍ଭ ହେବ ମହିଳା ହକି ବିଶ୍ୱ ମହାକୁମ୍ଭ। ୧୬ଟି ଦେଶକୁ ନେଇ ହେବ ଟାଇଟଲ୍‌ ଟକ୍କର୍‌। ୧୭ ଦିନ ଯାଏ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ୪ଟି ଗ୍ରୁପ୍‌ରେ ୧୬ଟି ଦେଶ ଭାଗନେବେ। ପ୍ରଥମ ରାଉଣ୍ଡ୍‌ରୁ ଦେଖିବାକୁ ମିଳିବ କଡ଼ା ମୁକାବିଲା। ଚଳିତ ବର୍ଷ ଡିଫେଣ୍ଡିଂ ଚାମ୍ପିଅନ୍ ନେଦରଲ୍ୟାଣ୍ଡ ଟ୍ରଫି ରେସ୍‌ରେ ସବୁଠୁ ଆଗରେ ଥିବାବେଳେ ଜର୍ମାନୀ, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା ଏବଂ ଆୟୋଜକ ଇଂଲଣ୍ଡ ବି କମ୍ ନୁହନ୍ତି।

Image result for women hockey india team world cup for world cup

ଭାରତ ମଧ୍ୟ କୌଣସି ଟିମ୍‌ ଠାରୁ ପଛରେ ନାହିଁ। ବିଶ୍ୱ ମାନ୍ୟତାରେ ଦଶମ ସ୍ଥାନରେ ଥିବା ଟିମ୍ ଇଣ୍ଡିଆକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି ଦର୍ଶକ। ଅଧିନାୟକ ରାଣୀ ରାମ୍ପାଲଙ୍କ ନେତୃତ୍ୱରେ ପ୍ରଥମ ବିଶ୍ୱକପ୍ ଟ୍ରଫି ଜିତିବା ସ୍ୱପ୍ନ ଦେଖୁଛି ଟିମ୍ ଇଣ୍ଡିଆ। ଏଥିରେ ଓଡିଆଙ୍କ କମାଲ୍ ବି ଦେଖିବାକୁ ମିଳିବ। ଟିମ୍ ଇଣ୍ଡିଆ ସ୍କ୍ୱାଡ୍‌ରେ ସ୍ଥାନ ପାଇଛନ୍ତି ୪ ଓଡ଼ିଆ। ଏହି ୪ଜଣ ହେଲେ ଦୀପଗ୍ରେସ ଏକ୍କା, ସୁନୀତା ଲାକ୍ରା, ନମିତା ଟପ୍ପୋ, ଲିଲିମା ମିଂଜ୍‌। ଆଉ ଏଥିପାଇଁ ଓଡ଼ିଶାରେ ବି ଦେଖିବାକୁ ମିଳିଛି ବେଶ୍ ଉତ୍ସାହ।Image result for women hockey india team world cup for world cup 2018

ଯୁବ ଖେଳାଳିଙ୍କୁ ନେଇ ଗଠିତ ଟିମ ଇଣ୍ଡିଆ ନିକଟରେ ରହିଛି ଅଭିଜ୍ଞତାର ଅଭାବ। ୧୮ ଜଣିଆ ଭାରତୀୟ ଦଳରୁ ୧୬ ଜଣ ଚଳିତ ଥର ବିଶ୍ୱକପ ପ୍ରତିଯୋଗିତରେ ପଦାର୍ପଣ କରିବେ। ତଥାପି ଏଥର ଟିମ୍‌ ଆକର୍ଷଣୀୟ ପ୍ରଦର୍ଶନ କରି ଟ୍ରଫି ହାତେଇବାକୁ ଲକ୍ଷ୍ୟ ରଖିଛି। ଭାରତ ଓ ଇଂଲଣ୍ଡ ସହ ଗ୍ରୁପ-ବି’ରେ ସ୍ଥାନ ପାଇଛନ୍ତି ଆମେରିକା ଓ ଆର୍ୟଲ୍ୟାଣ୍ଡ ଟିମ୍‌। ବିଶ୍ୱ ମହିଳା ହକି ମାନ୍ୟତାରେ ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଆମେରିକା ସପ୍ତମ, ଭାରତ ଦଶମ ଏବଂ ଆର୍ୟଲ୍ୟାଣ୍ଡ ୧୬ତମ ସ୍ଥାନରେ ଅଛି। ଭାରତ ଆସନ୍ତାକାଲି ଇଂଲଣ୍ଡକୁ ଭେଟୁଥିବା ବେଳେ ୨୬ରେ ଆର୍ୟଲ୍ୟାଣ୍ଡ ଏବଂ ୨୯ରେ ଆମେରିକା ସହ ଖେଳିବ। ଗତ ଥର ବିଶ୍ୱକପରେ କ୍ୱାଲିଫାଏ କରିପାରିନଥିବା ଟିମ୍ ଇଣ୍ଡିଆ ଏଥର ଭଲ ପ୍ରଦର୍ଶନ ପାଇଁ ଲକ୍ଷ୍ୟ ରଖିଛି।

Image result for 4 odia women hockey players

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos