ତେଜୁଛି ହିଜାବ ବିରୋଧୀ ଆନ୍ଦୋଳନ: ପୁଲିସ୍‌ ଆକ୍ରମଣରେ ଗଲାଣି ୩୧ ଜୀବନ

ପ୍ୟାରିସ: ଇରାନରେ ଚାଲିଥିବା ହିଜାବ ବିରୋଧୀ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ପୁଲିସ୍‌ ମଧ୍ୟ କଠୋର ହୋଇ ଉଠିଛି। ଆନ୍ଦୋଳନକାରୀଙ୍କୁ ଦମନ କରିବା ପାଇଁ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛାଉ ନାହିଁ। କେଉଁଠି ଲାଠଚାର୍ଜ କରାଯାଉଛି ତ ଆଉ କେଉଁଠି ଗୁଳି ମାଡ଼ କରୁଛି ଇରାନ ପୁଲିସ୍‌। ପୁଲିସ୍‌ର ଏପରି ବର୍ବର ଆକ୍ରମଣ ଯୋଗୁ ଏଯାଏ ଆନ୍ଦୋଳନ କରୁଥିବା ୩୧ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ଓସଲୋ ଭିତ୍ତିକ ଏନଜିଓ ସଂସ୍ଥା ଆଜି ତଥ୍ୟ […]

Hijab

Hijab

Hemant Lenka
  • Published: Thursday, 22 September 2022
  • Updated: 22 September 2022, 08:59 PM IST

Sports

Latest News

ପ୍ୟାରିସ: ଇରାନରେ ଚାଲିଥିବା ହିଜାବ ବିରୋଧୀ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ପୁଲିସ୍‌ ମଧ୍ୟ କଠୋର ହୋଇ ଉଠିଛି। ଆନ୍ଦୋଳନକାରୀଙ୍କୁ ଦମନ କରିବା ପାଇଁ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛାଉ ନାହିଁ। କେଉଁଠି ଲାଠଚାର୍ଜ କରାଯାଉଛି ତ ଆଉ କେଉଁଠି ଗୁଳି ମାଡ଼ କରୁଛି ଇରାନ ପୁଲିସ୍‌। ପୁଲିସ୍‌ର ଏପରି ବର୍ବର ଆକ୍ରମଣ ଯୋଗୁ ଏଯାଏ ଆନ୍ଦୋଳନ କରୁଥିବା ୩୧ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ଓସଲୋ ଭିତ୍ତିକ ଏନଜିଓ ସଂସ୍ଥା ଆଜି ତଥ୍ୟ ଦେଇଛି।

ସଂସ୍ଥା ପକ୍ଷରୁ ଆନ୍ଦୋଳନ ଆରମ୍ଭ ହେବାର ୬ ଦିନ ପରେ ତଥ୍ୟ ସାର୍ବଜନୀନ କରାଯାଇଛି। ୬ ଦିନ ତଳେ ଇରାନରେ ଜଣେ ୨୨ ବର୍ଷୀୟ ଯୁବତୀ ହିଜାବ ପିନ୍ଧି ନଥିବାରୁ ତାଙ୍କୁ ଦେଶର ନୈତିକ ପୁଲିସ୍‌ ଗିରଫ କରିଥିଲା। ଗିରଫ ପରେ ହିଁ ସେ କୋମାକୁ ଚାଲି ଯାଇଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍‌ ହେପାଜତରେ ଥିବା ବେଳେ ୨୨ ବର୍ଷୀୟ ଯୁବତୀ ମହସା ଆମିନୀଙ୍କୁ ନିର୍ଯାତନା ଦିଆଯାଇଥିଲା।

ଏଥିଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରି ଶତାଧିକ ମହିଳା ଓ ଯୁବତୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନେ ଇରାନରେ ପ୍ରଚଳିତ ଡ୍ରେସ କୋଡ ଓ କଠୋର ହିଜାବ ପରିଧାନ ବ୍ୟବସ୍ଥାକୁ ବିରୋଧ କରୁଛନ୍ତି।

ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ବିକ୍ଷୋଭ ଦେଖାଯିବାରୁ ପୁଲିସ୍‌ ଆନ୍ଦୋଳନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ପୁଲିସ୍‌ ଅତ୍ୟଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ୩୧ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ଏନଜିଓ ସଂସ୍ଥା ଦାବି କରିଛି।

ଇରାନ ମାନବାଧିକାର(ଆଇଏଚ୍‌ଆର) ନିର୍ଦ୍ଦେଶକ ମହମ୍ମଦ ଆମିରୀ ମୋଘଦ୍ଦାମ କହିଛନ୍ତି, ଇରାନର ଲୋକମାନେ ସେମାନଙ୍କ ମୌଳିକ ଅଧିକାର ଓ ମାନବୀୟ ସମ୍ମାନ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। କିନ୍ତୁ ସରକାର ସେମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ଜବାବ ବୁଲେଟରେ ଦେଉଛନ୍ତି। ଦେଶର ୩୦ଟି ସିଟି ଓ ଅନ୍ୟାନ୍ୟ ଅର୍ବାନ ସେଣ୍ଟର୍ସରେ ବର୍ତ୍ତମାନ ଆନ୍ଦୋଳନ ଚାଲିଛି। ସରକାର ଏହାକୁ ଦମନ କରିବା ପାଇଁ ଗଣ ଗିରଫଦାରୀ କରୁଛନ୍ତି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସାମାଜିକ କର୍ମୀମାନଙ୍କୁ ଗିରଫ କରାଯାଉଛି। ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଯୋଗୁ ଅନେକ ଲୋକ ପ୍ରାଣ ହରାଇଥିବା ସେ କହିଛନ୍ତି।

ପ୍ରଥମେ ଗତ ୱିକେଣ୍ଡରେ ଆମିନୀ ରହୁଥିବା କୁରଦିସ୍ତାନ ପ୍ରଦେଶରେ ହିଜାବ ବିରୋଧୀ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହାପରେ ପୂରା ଦେଶକୁ ଏହି ଆନ୍ଦୋଳନ ନିଆଁ ବ୍ୟାପି ସାରିଲାଣି।

ଆନ୍ଦୋଳନ ବେଳେ ୩୧ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ରାତିରେ ନର୍ଦ୍ଦନ ମାଜନର୍ଦ୍ଦନ ପ୍ରଦେଶର ଅମୋଲ ସହରରେ ପୁଲିସ୍‌ ଗୁଳି ଚଳାଇବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ସମାନ ପ୍ରଦେଶର ବାବୋଲ ସହରରେ ମଧ୍ୟ ୬ ଜଣଙ୍କ ଜୀବନ ଯାଇଛି। ସେହିପରି ତାବରିଜ ସିଟିରେ ମଧ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ବୁଧବାର ରାତିରେ ହୋଇଛି। ଅନ୍ତର୍ଜାତୀୟ ସମୂହ କେବଳ ନିନ୍ଦା ଓ ଶୋକ ପ୍ରକାଶ କରି ଘଟଣାରେ ଚୁପ ରହିବାକୁ ମଧ୍ୟ ଅନେକ ବିରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story