ଇମ୍ରାନ୍‌ ଖାନଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଆଉ ୩ ଗିରଫ

ଇସଲାମାବାଦ: ଗତ ବର୍ଷ ଏକ ରାଲିରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ହତ୍ୟା ଉଦ୍ୟମ ମାମଲାରେ ପୁଲିସ ଆଉ ୩ ଜଣଙ୍କୁ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ ପିଏମଏଲ-ଏନର କାର୍ଯ୍ୟକର୍ତ୍ତା ମୁଦାସର ନାଜିର ଏବଂ ଅହସାନ ଅଲି।  ଏମାନେ ସୋଶାଲ ମିଡିଆରେ ଧମକପୂର୍ଣ୍ଣ ପୋଷ୍ଟ କରିଥିବାରୁ  ଗିରଫ କରାଯାଇଛି। ଅନ୍ୟ ସନ୍ଦିଗ୍ଧ ଅଭିଯୁକ୍ତ ହେଉଛନ୍ତି ତାଇୟାବ ବଟ । ଇମ୍ରାନଙ୍କୁ  ଆକ୍ରମଣରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ନବଙ୍କୁ ସାହାଯ୍ୟ […]

Imran-khan

Imran-khan

Tapas Behera
  • Published: Monday, 16 January 2023
  • Updated: 16 January 2023, 08:45 PM IST

Sports

Latest News

ଇସଲାମାବାଦ: ଗତ ବର୍ଷ ଏକ ରାଲିରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ହତ୍ୟା ଉଦ୍ୟମ ମାମଲାରେ ପୁଲିସ ଆଉ ୩ ଜଣଙ୍କୁ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ ପିଏମଏଲ-ଏନର କାର୍ଯ୍ୟକର୍ତ୍ତା ମୁଦାସର ନାଜିର ଏବଂ ଅହସାନ ଅଲି।  ଏମାନେ ସୋଶାଲ ମିଡିଆରେ ଧମକପୂର୍ଣ୍ଣ ପୋଷ୍ଟ କରିଥିବାରୁ  ଗିରଫ କରାଯାଇଛି। ଅନ୍ୟ ସନ୍ଦିଗ୍ଧ ଅଭିଯୁକ୍ତ ହେଉଛନ୍ତି ତାଇୟାବ ବଟ । ଇମ୍ରାନଙ୍କୁ  ଆକ୍ରମଣରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ନବଙ୍କୁ ସାହାଯ୍ୟ କରିବାରେ ସମ୍ପୃକ୍ତ ଥିବାରୁ ତାଙ୍କୁ ଗିରଫ କରାଯାଇଛି। ଗତ ବର୍ଷ ନଭେମ୍ବର ୩ ତାରିଖରେ ପାକିସ୍ତାନର ଗୁଜରାନୱାଲାରେ ଇମ୍ରାନ ଖାନଙ୍କ ଆଜାଦି ମାର୍ଚ୍ଚରେ ଗୁଳିକାଣ୍ଡ ଘଟିଥିଲା। ଇମ୍ରାନଙ୍କ କଣ୍ଟେନର ନିକଟରେ ଏହି ଗୁଳିକାଣ୍ଡ ଘଟିଥିଲା।

ଏଥିରେ ଇମ୍ରାନଙ୍କ ସମେତ ୫ ଜଣ ଆହତ ହୋଇଥିଲେ । ଇମ୍ରାନଙ୍କ ଡାହାଣ ଗୋଡରେ ଗୁଳି ବାଜିଥିଲା। ଇମ୍ରାନ ଖାନ ୨୦୧୮ ମସିହାରୁ ୨୦୨୨ ଏପ୍ରିଲ  ଯାଏଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ । ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଅଣାଯାଇ ତାଙ୍କୁ ଗାଦିଚ୍ୟୁତ କରାଯାଇଥିଲା । ଏହା ପରେ ପାକିସ୍ତାନ ମୁସଲିମ ଲିଗ ( ନୱାଜ) ଗୋଷ୍ଠୀର ଶେହନାଜ ସରିଫ ପ୍ରଧାନମନ୍ତ୍ରୀ ହୋଇଥିଲେ । ପରେ ସରକାର ବିରୋଧରେ ଇମ୍ରାନ ଆନ୍ଦୋଳନ ଜାରି ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos