ଅଧା ରହିଗଲା ଅଞ୍ଜୁଙ୍କ ପାଇଲଟ ହେବା ସ୍ୱପ୍ନ: ୧୬ ବର୍ଷ ତଳେ ସ୍ୱାମୀଙ୍କୁ ବି ହରାଇଥିଲେ

କାଠମାଣ୍ଡୁ: ୧୬ ବର୍ଷ ତଳେ ଅଞ୍ଜୁ କାଠିୱାଡାଙ୍କ ବିମାନ ଦୁର୍ଘଟଣାରେ ସ୍ୱାମୀଙ୍କୁ ହରାଇଥିଲେ। ତଥାପି ସେ ହାର ନମାନି ନିଜ ସ୍ୱପ୍ନ ପୂରଣ କରିବାକୁ ଆଗକୁ ବଢ଼ିଥିଲେ। ଲକ୍ଷ୍ୟ ଥିଲା ବିମାନର ପାଇଲଟ ବନିବେ। ପାଇଲଟ ହେବା ପୂର୍ବରୁ ସେ କୋ-ପାଇଲଟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। କୋ-ପାଇଲଟ ଭାବେ ସଫଳତାର ସହ କାମ ମଧ୍ୟ କରିଥିଲେ। ରବିବାର ତାଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଥିଲା। ସେ ରବିବାର ଦିନ ୧୧ଟାରେ ପାଇଲଟ ଭାବେ ଲାଇସେନ୍ସ ମଧ୍ୟ […]

anju

anju

Hemant Lenka
  • Published: Monday, 16 January 2023
  • Updated: 16 January 2023, 10:50 AM IST

କାଠମାଣ୍ଡୁ: ୧୬ ବର୍ଷ ତଳେ ଅଞ୍ଜୁ କାଠିୱାଡାଙ୍କ ବିମାନ ଦୁର୍ଘଟଣାରେ ସ୍ୱାମୀଙ୍କୁ ହରାଇଥିଲେ। ତଥାପି ସେ ହାର ନମାନି ନିଜ ସ୍ୱପ୍ନ ପୂରଣ କରିବାକୁ ଆଗକୁ ବଢ଼ିଥିଲେ। ଲକ୍ଷ୍ୟ ଥିଲା ବିମାନର ପାଇଲଟ ବନିବେ। ପାଇଲଟ ହେବା ପୂର୍ବରୁ ସେ କୋ-ପାଇଲଟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

କୋ-ପାଇଲଟ ଭାବେ ସଫଳତାର ସହ କାମ ମଧ୍ୟ କରିଥିଲେ। ରବିବାର ତାଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଥିଲା। ସେ ରବିବାର ଦିନ ୧୧ଟାରେ ପାଇଲଟ ଭାବେ ଲାଇସେନ୍ସ ମଧ୍ୟ ପାଇଥାଆନ୍ତେ। ଏଥିପାଇଁ ଅଞ୍ଜୁ ବେଶ ଖୁସି ଥିଲେ। ସେ କୋ-ପାଇଲଟ ଥିବା ବିମାନଟି ଲ୍ୟାଣ୍ଡ କରିବା ମାତ୍ରେ ତାଙ୍କୁ ପାଇଲଟ ଲାଇସେନ୍ସ ଦିଆଯାଇଥାଆନ୍ତା।

ହେଲେ ବିଧିରବିଧାନ କିଛି ଅଲଗା ଥିଲା। ଲ୍ୟାଣ୍ଡିଂର ୧୦ ସେକେଣ୍ଡ ପୂର୍ବରୁ ହିଁ ଯାତ୍ରୀବାହୀ ବିମାନଟି କରିଯାଇଥିଲା କ୍ରାଶ। ଆଉ ଏଥିରେ ବିମାନର କୋ-ପାଇଲଟ ଅଞ୍ଜୁଙ୍କ ମୃତ୍ୟୁ ହୋଇଛି। ସ୍ୱପ୍ନ ପୂରଣର ଅତି ନିକଟରେ ପହଞ୍ଚି ଏହାକୁ ହାସଲ ନ କରିପାରିଥିବା ଅଞ୍ଜୁଙ୍କ ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାରେ ବିଷୟ ପାଲଟିଛି।

ଅଞ୍ଜୁ ଗତକାଲି ନେପାଳର ପୋଖରାରେ କ୍ରାଶ ହୋଇଥିବା ୟେତି ଏୟାରଲାଇନ୍ସ ବିମାନରେ କୋ-ପାଇଲଟ ଥିଲେ। ତେବେ ବିମାନ ଦୁର୍ଘଟଣା ଯୋଗୁ ଅଞ୍ଜୁଙ୍କ ସମେତ ଏଥିରେ ଥିବା ସମସ୍ତ ୭୨ ଜଣ ଲୋକ ପ୍ରାଣ ହରାଇଛନ୍ତି। ଏହି ଘଟଣା ପୂରା ବିଶ୍ୱରେ ହଇଚଇ ହୋଇଥିବା ବେଳେ ଅଞ୍ଜୁଙ୍କ ଘଟଣା ସମସ୍ତଙ୍କୁ ବିଚଳିତ କରିଛି।

୧୬ ବର୍ଷ ତଳେ ଅଞ୍ଜୁଙ୍କ ସ୍ୱାମୀ ଦୀପକ ପୋଖରେଲ ମଧ୍ୟ ୟେତି ଏୟାରଲାଇନ୍ସରେ କୋ ପାଇଲଟ ଭାବେ କାମ କରୁଥିବା ବେଳେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ପୋଖରାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନର ମୁଖ୍ୟ ପାଇଲଟ ଥିଲେ କ୍ୟାପ୍ଟେନ କମଲ କେସି। ଅଞ୍ଜୁ ତାଙ୍କ ସହଯୋଗୀ ଭାବେ କୋ-ପାଇଲଟ ସିଟ୍‌ରେ ଥିଲେ। ତେବେ ଲ୍ୟାଣ୍ଡିଂର ୧୦ ସେକେଣ୍ଡ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନଟି ପୁରୁଣା ଘରୋଇ ଏୟାରପୋର୍ଟ ଓ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ମଝିରେ ଥିବା ସେତୀ ନଦୀ କୂଳର ଜଙ୍ଗଲିଆ ଅଞ୍ଚଳରେ ଖସି ପଡ଼ିଥିଲା। ଫଳରେ ଏଥିରେ ନିଆଁ ଲାଗି ଯାଇଥିଲା। ବିମାନରେ ଥିବା ୫ ଭାରତୀୟଙ୍କ ସମେତ ସମସ୍ତ ୭୨ ଜଣ ଲୋକ ପ୍ରାଣ ହରାଇଛନ୍ତି।

ଏମାନଙ୍କ ମଧ୍ୟରେ ଅଞ୍ଜୁ ଓ କ୍ୟାପ୍ଟେନ କମଲ ମଧ୍ୟ ରହିଛନ୍ତି। ୨୦୦୬ ମସିହା ଜୁନ ୨୧ରେ ୟେତି ଏୟାରଲାଇନ୍ସର ଗୋଟିଏ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ୬ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା। ଏମାନଙ୍କ ମଧ୍ୟରେ ଅଞ୍ଜୁଙ୍କ ସ୍ୱାମୀ ଦୀପକ ରହିଥିଲେ। ଦୀପକଙ୍କ ମୃତ୍ୟୁ ପରେ ଅଞ୍ଜୁ ମଧ୍ୟ ବିମାନ ଚଳାଇବା ତାଲିମ ନେଇଥିଲେ। ଏଥିସହ କୋ-ପାଇଲଟ ଭାବେ ୟେତି ଏୟାରଲାଇନ୍ସରେ ଯୋଗ ଦେଇଥିଲେ।

ତାଙ୍କର ଲକ୍ଷ୍ୟ ଥିଲା ପାଇଲଟ ହେବା। ନିୟମ ଅନୁସାରେ ୧୦୦ ଘଣ୍ଟା କୋ-ପାଇଲଟ ସଫଳତାର ସହ ବିମାନ ଚଳାଇ ପାରିଲେ, ତାଙ୍କୁ ପାଇଲଟ ଲାଇସେନ୍ସ ଦିଆଯିବ। ଏହିକ୍ରମରେ ଅଞ୍ଜୁ ପୋଖରାରେ ବିମାନ ଲ୍ୟାଣ୍ଡିଂ କରିବା ମାତ୍ରେ ୧୦୦ ଘଣ୍ଟାର ନିୟମକୁ ପୂରଣ କରିଥାଆନ୍ତେ। ଏଥିସହ ତାଙ୍କୁ ପାଇଲଟ ଭାବେ ମାନ୍ୟତା ମିଳିଥାଆନ୍ତା। ତେଣୁ କାଠମାଣ୍ଡୁରୁ ବିମାନ ଉଡ଼ାଣ ହେବା ମାତ୍ରେ କ୍ୟାପ୍ଟେନ କମଲ ତୁରନ୍ତ ଅଞ୍ଜୁଙ୍କୁ ନିଜ ଆସନ ଛାଡ଼ିଥିଲେ।

ଏଥିସହ ତାଙ୍କୁ ବିମାନ ଚଳାଇବାର ଆଉ କିଛି ତାଲିମ ଦେଇଥିଲେ। ଅଞ୍ଜୁ ପୂର୍ବରୁ ନେପାଳର ସବୁ ଏୟାରପୋର୍ଟରେ ବେଶ ସଫଳତାର ସହ ବିମାନ ଲ୍ୟାଣ୍ଡିଂ କରିବାର ଅଭିଜ୍ଞତା ରଖିଥିଲେ। ଆଶା ଥିଲା ପୋଖରାରେ ମଧ୍ୟ ସେ ସଫଳତାର ସହ ବିମାନକୁ ଲ୍ୟାଣ୍ଡିଂ କରାଇ ପାରିବେ। ହେଲେ ଲ୍ୟାଣ୍ଡିଂ ପ୍ରକ୍ରିୟାର ୧୦ ସେକେଣ୍ଡ ପୂର୍ବରୁ ବିମାନ କ୍ରାଶ ହୋଇଯାଇଥିଲା।

କ୍ୟାପ୍ଟେନ କମଲ ୩୫ ବର୍ଷ ହେଲା ପାଇଲଟ ଭାବେ କାମ କରି ଆସୁଥିଲେ। ସେ ଅନେକ ପାଇଲଟଙ୍କୁ ବେଶ ସଫଳତାର ସହ ତାଲିମ ଦେଇଥିଲେ। ଦୁର୍ଘଟଣାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story