Advertisment

ଧଳା ଲାଞ୍ଜ ଥିବା ହରିଣଙ୍କ ଦେହରେ କରୋନା ଆଣ୍ଟିବଡି, କେମିତି ହେଲେ ସଂକ୍ରମିତ

ୱାଶିଂଟନ: ମହାମାରୀ କରୋନା କବଳରେ ମଣିଷମାନେ ଆଉଟୁପାଉଟୁ ହେଉଥିବାବେଳେ ବନ୍ୟଜନ୍ତୁମାନେ ମଧ୍ୟ ଏହି ଭାଇରାଲ ସଂକ୍ରମଣରୁ ବର୍ତ୍ତି ପାରିନାହାନ୍ତି। ଆମେରିକାର ଉତ୍ତର-ପୂର୍ବ ଭାଗରେ ଥିବା ପ୍ରାୟ ଏକ ତୃତୀୟାଂଶ ଧଳା ଲାଞ୍ଜ ବିଶିଷ୍ଟ ହରିଣଙ୍କ ଶରୀରରୁ ସାର୍ସ କୋଭ-୨ ବିରୋଧରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ଏହାର ଅର୍ଥ ସେମାନେ କରୋନାରେ ସଂକ୍ରମିତ ହୋଇଛନ୍ତି। ସୁସ୍ଥ ହେବା ପରେ ସେମାନଙ୍କ ଶରୀରରେ ଏପରି ଆଣ୍ଟିବଡି ସୃଷ୍ଟି ହୋଇଛି। ଏକ ନିର୍ଦ୍ଦିଷ୍ଟ ବନ୍ୟଜନ୍ତୁଙ୍କ ମଧ୍ୟରେ କରୋନା […]

author-image
Hemant Lenka
ଧଳା ଲାଞ୍ଜ ଥିବା ହରିଣଙ୍କ ଦେହରେ କରୋନା ଆଣ୍ଟିବଡି, କେମିତି ହେଲେ ସଂକ୍ରମିତ

deer

ୱାଶିଂଟନ: ମହାମାରୀ କରୋନା କବଳରେ ମଣିଷମାନେ ଆଉଟୁପାଉଟୁ ହେଉଥିବାବେଳେ ବନ୍ୟଜନ୍ତୁମାନେ ମଧ୍ୟ ଏହି ଭାଇରାଲ ସଂକ୍ରମଣରୁ ବର୍ତ୍ତି ପାରିନାହାନ୍ତି। ଆମେରିକାର ଉତ୍ତର-ପୂର୍ବ ଭାଗରେ ଥିବା ପ୍ରାୟ ଏକ ତୃତୀୟାଂଶ ଧଳା ଲାଞ୍ଜ ବିଶିଷ୍ଟ ହରିଣଙ୍କ ଶରୀରରୁ ସାର୍ସ କୋଭ-୨ ବିରୋଧରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି।

Advertisment

ଏହାର ଅର୍ଥ ସେମାନେ କରୋନାରେ ସଂକ୍ରମିତ ହୋଇଛନ୍ତି। ସୁସ୍ଥ ହେବା ପରେ ସେମାନଙ୍କ ଶରୀରରେ ଏପରି ଆଣ୍ଟିବଡି ସୃଷ୍ଟି ହୋଇଛି। ଏକ ନିର୍ଦ୍ଦିଷ୍ଟ ବନ୍ୟଜନ୍ତୁଙ୍କ ମଧ୍ୟରେ କରୋନା ସଂକ୍ରମଣ ବ୍ୟାପିବାରୁ ଗବେଷକମାନେ ବିଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ କରିଥିଲେ।

ଏହାପରେ ଏଗୁଡ଼ିକର ପରୀକ୍ଷା କରାଯାଇଥିଲା। ଗବେଷଣା ବେଳେ ସେରୋ ସର୍ଭେଲାନ୍ସ ପାଇଁ ଧଳା ଲାଞ୍ଜ ବିଶିଷ୍ଟ ହରିଣଙ୍କୁ ଟାର୍ଗେଟ କରାଯାଇଥିଲା। ଏମାନଙ୍କ ପ୍ରତି ସାର୍ସ କୋଭ-୨ର ବିପଦ ଅଧିକ ଥିବା ଆଶଙ୍କା ପ୍ରକାଶ ପାଇବା ପରେ ଏପରି ପଦକ୍ଷେପ ନିଆଯାଇଥିଲା।

Advertisment

ଗବେଷଣାରୁ ଜଣାପଡ଼ିଛି ଯେ ୪୦% ଧଳା ଲାଞ୍ଜ ବିଶିଷ୍ଟ ହରିଣଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇସାରିଛି। ସେମାନେ ସାର୍ସ କୋଭ-୨ର ସଂସ୍ପର୍ଶରେ ଆସିବା ପରେ ସେମାନଙ୍କ ଶରୀରରେ ଏପରି ଆଣ୍ଟିବଡି ସୃଷ୍ଟି ହୋଇଛି। ତଥାପି ଏହା ଉପରେ ଅଧିକ ଗବେଷଣା ଚାଲିଥିବା ପ୍ରକାଶିତ ରିପୋର୍ଟରେ ଗବେଷକମାନେ କହିଛନ୍ତି।

ପୂର୍ବରୁ ହୋଇଥିବା ଲ୍ୟାବ ପରୀକ୍ଷଣ ବେଳେ ଜଣାପଡ଼ିଥିଲା ଯେ ହରିଣମାନେ ସାର୍ସ କୋଭ-୨ରେ ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଛି। ସେହିପରି ସେମାନେ ଅନ୍ୟ ହରିଣମାନଙ୍କୁ ମଧ୍ୟ ସଂକ୍ରମିତ କରିବାର କ୍ଷମତା ରଖିଛନ୍ତି। ଏପରି ତଥ୍ୟ ଆସିବା ପରେ ସମସ୍ତେ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।

କାରଣ ଭାଇରସ ବନ୍ୟଜନ୍ତୁଙ୍କ କବଳରେ ସଂରକ୍ଷିତ ହୋଇ ଦୀର୍ଘଦିନ ଯାଏ ନିଜର କାୟା ବିସ୍ତାର କରିବ। ଲୋକମାନଙ୍କୁ ଟିକା ଦିଆଯାଇ ସୁରକ୍ଷିତ ରଖାଯାଉଛି। ହେଲେ ବନ୍ୟଜନ୍ତୁଙ୍କୁ ଭାଇରସ କବଳରୁ କେମିତି ରକ୍ଷା କରାଯିବ, ତା’ର ଉପାୟ ଏଯାଏ କେହି ପାଇନାହାନ୍ତି। ବୈଜ୍ଞାନିକମାନେ କହିଛନ୍ତି ଯେ ବନ୍ୟଜନ୍ତୁଙ୍କ ଠାରୁ ଏହି ଭାଇରସ ବ୍ୟାପିବା ସହ ପୁଣିଥରେ କୌଣସି ଉପାୟରେ ମାନବଜାତି ପାଖକୁ ନୂଆ ରୂପରେ ଫେରିବାର ଆଶଙ୍କା ରହିଛି।

ଗବେଷକମାନେ ଚଳିତବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ୩୮୫ଟି ରକ୍ତ ନମୁନା ସଂଗ୍ରହ କରିଥିଲେ। ଏହା ମଧ୍ୟରୁ ୧୫୨ଟି ନମୁନାରେ ଆଣ୍ଟିବଡି ରହିଛି। ଏହି ନମୁନାଗୁଡ଼ିକୁ ମିଚିଗାନ, ପେନସଲଭାନିୟା, ଇଲିନୋଇସ ଓ ନ୍ୟୁୟର୍କରୁ ସଂଗ୍ରହ କରାଯାଇଥିଲା।

କେବଳ ଧଳା ଲାଞ୍ଜ ହରିଣ ଭାଇସରେ ସଂକ୍ରମିତ ହୋଇନାହାନ୍ତି। ଇଣ୍ଡୋନେସିଆର ଗୋଟିଏ ଚିଡ଼ିଆଖାନାରେ ଥିବା ବରିଳ ସୁମାତ୍ରା ବାଘ ମଧ୍ୟ କରୋନାରେ ଆକ୍ରାନ୍ତ ହେବା ପରେ ସୁସ୍ଥ ହୋଇଛନ୍ତି। ଭାରତରେ ମଧ୍ୟ କିଛି ସିଂହ କରୋନାରେ ଆକ୍ରାନ୍ତ ହୋଇଥିଲେ।