ଏଫଏଟିଏଫ ନଜରରେ ବଦଳିନି ପାକିସ୍ତାନ, 'ଗ୍ରେ' ତାଲିକା ବଳବତ୍ତର

ଇସଲାମାବାଦ: ପାକିସ୍ତାନକୁ ଝଟକା। ଆତଙ୍କୀ ଫଣ୍ଡ ଉପରେ ନଜର ରଖୁଥିବା ଏଫଏଟିଏଫ (FATF) ନଜରରେ ବଦଳିନି ପାକିସ୍ତାନର ଭାବମୂର୍ତ୍ତି। ତେଣୁ ‘ଗ୍ରେ’ ତାଲିକାରେ ବଳବତ୍ତର ରହିଲା ପାକିସ୍ତାନ। FATF କହିଛି ଯେ ମନି ଲଣ୍ଡରିଂ ମାମଲାରେ ଆତଙ୍କବାଦୀ ଆର୍ଥିକ ମନିଟରିଂର ୨୭ ଟି ବାଧ୍ୟତାମୂଳକ ଶ୍ରେଣୀ ମଧ୍ୟରୁ ୬ଟି ଶ୍ରେଣୀ ପୂରଣ କରିବାରେ ପାକିସ୍ତାନ ବିଫଳ ହୋଇଛି। FATF ଅନୁଯାୟୀ, ଏହି ପ୍ରସଙ୍ଗରେ ଆସନ୍ତା ଜୁନରେ ପାକିସ୍ତାନ ବାବଦରେ ବିଚାର କରାଯିବ। ଆତଙ୍କବାଦୀ ଏବଂ ଏହାର ସହଯୋଗୀମାନଙ୍କୁ […]

Imran-Khan

Imran-Khan

Subhransu Sekhar
  • Published: Thursday, 25 February 2021
  • Updated: 25 February 2021, 11:07 PM IST

ଇସଲାମାବାଦ: ପାକିସ୍ତାନକୁ ଝଟକା। ଆତଙ୍କୀ ଫଣ୍ଡ ଉପରେ ନଜର ରଖୁଥିବା ଏଫଏଟିଏଫ (FATF) ନଜରରେ ବଦଳିନି ପାକିସ୍ତାନର ଭାବମୂର୍ତ୍ତି। ତେଣୁ ‘ଗ୍ରେ’ ତାଲିକାରେ ବଳବତ୍ତର ରହିଲା ପାକିସ୍ତାନ। FATF କହିଛି ଯେ ମନି ଲଣ୍ଡରିଂ ମାମଲାରେ ଆତଙ୍କବାଦୀ ଆର୍ଥିକ ମନିଟରିଂର ୨୭ ଟି ବାଧ୍ୟତାମୂଳକ ଶ୍ରେଣୀ ମଧ୍ୟରୁ ୬ଟି ଶ୍ରେଣୀ ପୂରଣ କରିବାରେ ପାକିସ୍ତାନ ବିଫଳ ହୋଇଛି।

FATF ଅନୁଯାୟୀ, ଏହି ପ୍ରସଙ୍ଗରେ ଆସନ୍ତା ଜୁନରେ ପାକିସ୍ତାନ ବାବଦରେ ବିଚାର କରାଯିବ। ଆତଙ୍କବାଦୀ ଏବଂ ଏହାର ସହଯୋଗୀମାନଙ୍କୁ ଅର୍ଥନୀତିକ ସାମଗ୍ରୀ ଯୋଗାଇବା ପ୍ରମାଣ ରହିଛି। ଏଥିସହ ପାକିସ୍ତାନ ଏପର୍ଯ୍ୟନ୍ତ ୩ଟି ଶ୍ରେଣୀରେ କୌଣସି ଉନ୍ନତ ପ୍ରଦର୍ଶନ କରିନାହିଁ। ତେଣୁ ଏବେ ପାଇଁ ଗ୍ରେ ଲିଷ୍ଟରେ ପାକିସ୍ତାନ ରହିବ ବୋଲି ଏଫଏଟିଏଫ କହିଛି।

ଆସନ୍ତା ଜୁନ୍ ମାସରେ ଏଫଏଟିଏଫ ଦେଖିବ ପାକିସ୍ତାନ ଏହି ସବୁ ପ୍ରସଙ୍ଗରେ କଣ କଣ ପଦକ୍ଷେପ ନେଇଛି। ଏହାର ମୂଲ୍ୟାଙ୍କନ ପରେ ହିଁ ସଦସ୍ୟ ଦେଶମାନେ ପାକିସ୍ତାନ କେଉଁ ତାଲିକାରେ ରହିବ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜୁନ୍ ୨୦୧୮ରେ FATF ପାକିସ୍ତାନକୁ 'ଗ୍ରେ’ ତାଲିକାରେ ସ୍ଥାନିତ କରିଥିଲା। ଏହାପରେ ୨୦୧୯ ଶେଷ ସୁଦ୍ଧା ପାକିସ୍ତାନକୁ ମନି ଲଣ୍ଡରିଂ ଏବଂ ଆତଙ୍କବାଦୀ ପାଣ୍ଠି ବନ୍ଦ କରିବାକୁ କହିଥିଲା FATF। ତେବେ କୋଭିଡ୍ ମହାମାରୀ ପାଇଁ ଏହି ସମୟସୀମା ବୃଦ୍ଧି କରାଯାଇଥିଲା।

ଅକ୍ଟୋବର ୨୦୨୦ ରେ, FATF ଏହି ପ୍ରସଙ୍ଗରେ ବୈଠକ କରିଥିଲା। ପରେ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ପାକିସ୍ତାନକୁ ‘ଗ୍ରେ’ ତାଲିକାରେ ରଖିବାକୁ ନିଷ୍ପତ୍ତି ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos