Advertisment

ଫେଲ୍‌ ମାରିବ କି ଇମ୍ରାନଙ୍କ ଚାଲ୍‌? ଜାଣନ୍ତୁ ନିର୍ବାଚନ ନେଇ କ'ଣ କହିଲେ EC

ଇସଲାମାବାଦ: ପାକିସ୍ତାନରେ ଜାରି ରହିଛି ରାଜନୈତିକ ହଲଚଲ। ରାଷ୍ଟ୍ରପତି ଆରିଫ ଅଲଭି ଇମ୍ରାନ ଖାନଙ୍କ ସୁପାରିଶ କ୍ରମେ ପାକ୍‌ ଆସେମ୍ବଲିକୁ ଭଙ୍ଗ କରିଛନ୍ତି। ଏବେ କୁହାଯାଉଛି ୯୦ ଦିନ ମଧ୍ୟରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ପାକିସ୍ତାନର ନିର୍ବାଚନ କମିଶନ କିନ୍ତୁ ଆଗାମୀ ତିନି ମାସ ମଧ୍ୟରେ ସାଧାରଣ ନିର୍ବାଚନ କରିବାକୁ ଅସମର୍ଥତା ପ୍ରକାଶ କରିଛନ୍ତି। ଅନେକ ଆଇନଗତ ବାଧା ହେତୁ ଆସନ୍ତା ତିନିମାସ ମଧ୍ୟରେ ସାଧାରଣ ନିର୍ବାଚନ ହୋଇପାରିବ ନାହିଁ ବୋଲି ନିର୍ବାଚନ ଆୟୋଗ […]

ଅଦ୍ୟତନ ହୋଇଛି
ଫେଲ୍‌ ମାରିବ କି ଇମ୍ରାନଙ୍କ ଚାଲ୍‌? ଜାଣନ୍ତୁ ନିର୍ବାଚନ ନେଇ କ'ଣ କହିଲେ EC

IMRAN KHAN

Advertisment

ଇସଲାମାବାଦ: ପାକିସ୍ତାନରେ ଜାରି ରହିଛି ରାଜନୈତିକ ହଲଚଲ। ରାଷ୍ଟ୍ରପତି ଆରିଫ ଅଲଭି ଇମ୍ରାନ ଖାନଙ୍କ ସୁପାରିଶ କ୍ରମେ ପାକ୍‌ ଆସେମ୍ବଲିକୁ ଭଙ୍ଗ କରିଛନ୍ତି। ଏବେ କୁହାଯାଉଛି ୯୦ ଦିନ ମଧ୍ୟରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ପାକିସ୍ତାନର ନିର୍ବାଚନ କମିଶନ କିନ୍ତୁ ଆଗାମୀ ତିନି ମାସ ମଧ୍ୟରେ ସାଧାରଣ ନିର୍ବାଚନ କରିବାକୁ ଅସମର୍ଥତା ପ୍ରକାଶ କରିଛନ୍ତି। ଅନେକ ଆଇନଗତ ବାଧା ହେତୁ ଆସନ୍ତା ତିନିମାସ ମଧ୍ୟରେ ସାଧାରଣ ନିର୍ବାଚନ ହୋଇପାରିବ ନାହିଁ ବୋଲି ନିର୍ବାଚନ ଆୟୋଗ କହିଛନ୍ତି।

Advertisment

ଯଦି ପାକିସ୍ତାନରେ ସବୁ କିଛି ଠିକ୍‌ ରହିଥାନ୍ତା ତେବେ ଆଗଷ୍ଟ ୨୦୨୩ରେ ଏଠାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥାଆନ୍ତା। କିନ୍ତୁ ରଜନୈତିକ ସଙ୍କଟ ହେତୁ ଦେଢ଼ ବର୍ଷ ପୂବରୁ ଏଠାରେ ଗୃହ ଭଙ୍ଗ ହୋଇଯାଇଛି। ଇମ୍ରାନ ଖାନ ବିରୋଧୀ ଦଳକୁ ଟାର୍ଗେଟ୍‌ କରି କହୁଛନ୍ତି, 'ଆମେ ତାଙ୍କୁ ନିର୍ବାଚନରେ ​​ଲଢ଼ିବାକୁ କହିଲି କିନ୍ତୁ ସେମାନେ ସୁପ୍ରିମକୋର୍ଟରେ ପହଞ୍ଚିଗଲେ।'

ହେଲେ ଏବେ କିନ୍ତୁ ଇମ୍ରାନଙ୍କ ପୁନଃ ନିର୍ବାଚନ ଯୋଜନା ଫେଲ୍‌ ମାରିବାକୁ ଯାଉଥିବା ମନେହେଉଛି। ନିର୍ବାଚନ ଆୟୋଗ କହିଛନ୍ତି ଯେ ଏତେ କମ ସମୟ ମଧ୍ୟରେ ନିର୍ବାଚନ କରିବା କଷ୍ଟକର। ଏଥିରେ କେବଳ ସାମ୍ବିଧାନିକ ବାଧା ବିଘ୍ନ ନୁହେଁ ବରଂ ଅନ୍ୟାନ୍ୟ ସମସ୍ୟା ମଧ୍ୟ ରହିଛି।

Advertisment

ପାକିସ୍ତାନୀ ଖବରକାଗଜ 'ଡନ୍' ନିର୍ବାଚନ ଆୟୋଗ ସହ ଜଡିତ ଜଣେ ବରିଷ୍ଠ ଅଧିକାରୀଙ୍କ ଉଦ୍ଧେଶ୍ୟରେ କହିଛି ଯେ ପୁନଃ ନିର୍ବାଚନ କରିବାକୁ ଅତି କମରେ ୬ ମାସ ସମୟ ଲାଗିବ। ଏହା ସହିତ ଭୋଟର ତାଲିକାକୁ ମଧ୍ୟ ଅପଡେଟ୍‌ କରିବାକୁ ପଡିବ। ଏଭଳି ସ୍ଥିତିରେ, ଏହି ସମ୍ପୂର୍ଣ୍ଣ କାମ ଶେଷ କରିବାକୁ ଅତିକମରେ ତିନି ମାସ ସମୟ ଲାଗିଯିବ।

ଅଧିକାରୀ ଆହୁରି କହିଛନ୍ତି 'ଏତେ ଶୀଘ୍ର ନିର୍ବାଚନ ସାମଗ୍ରୀ କିଣିବା, ବାଲାଟ ପେପର ବ୍ୟବସ୍ଥା ଏବଂ ମତଦାନ କର୍ମଚାରୀଙ୍କ ନିଯୁକ୍ତି ତଥା ତାଲିମ ଇତ୍ୟାଦିରେ ଅନେକ ଚ୍ୟାଲେଞ୍ଜ ରହିଛି। ସେ କହିଛନ୍ତି ଯେ ଆଇନ ଅନୁଯାୟୀ ୱାଟର ମାର୍କ ବାଲାଟ ପେପର ବ୍ୟବହାର କରାଯିବା ଉଚିତ ଯାହା ଦେଶରେ ଏବେ ଉପଲବ୍ଧ ନାହିଁ। ଏହାକୁ ବାହାରୁ ଆଣିବାକୁ ପଡିବ। ନିର୍ବାଚନ ଆଇନର ଧାରା ୧୪ ଅନୁଯାୟୀ ନିର୍ବାଚନ ଆୟୋଗକୁ ନିର୍ବାଚନର ଚାରିମାସ ପୂର୍ବରୁ ନିର୍ବାଚନ ଯୋଜନା ଘୋଷଣା କରିବାକୁ ପଡିବ।'

ସୂଚନା ମୁତାବକ, ପାକିସ୍ତାନ ସଂସଦରେ ଅନାସ୍ତା ପ୍ରସ୍ତାବ ଖାରଜ ହେବା ଏବଂ ନ୍ୟାସନାଲ୍ ଆସେମ୍ଲି ଭଙ୍ଗ କରାଯିବା ମାମଲାରେ ପରବର୍ତ୍ତୀ ଶୁଣାଣି ଆଜି ହେବ। ପାକିସ୍ତାନ ପିପୁଲ୍ସ ପାର୍ଟି ଆବେଦନ କରିଥିବା ମାମଲାରେ ଗତକାଲି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ତେବେ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ୧୬ ଜଣିଆ ଫୁଲ୍ ବେଞ୍ଚରେ ଶୁଣାଣି କରିବାକୁ ଆବେଦନ କରାଯାଇଥିଲା, ଯାହାକୁ ୩ ଜଣିଆ ଖଣ୍ଡପୀଠ ଖାରଜ କରି ଦେଇଥିଲେ।

ସଂସଦର ପ୍ରକ୍ରିୟା ନେଇ ସମୀକ୍ଷା ହେବା ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ମାମଲାରେ ସବୁ ପକ୍ଷକୁ ନୋଟିସ୍ ଜାରି କରାଯାଇଛି। ଆଜି ପରବର୍ତ୍ତୀ ଶୁଣାଣି ହେବ। ଅନ୍ୟପଟେ ପାକ୍ ରାଷ୍ଟ୍ରପତି ଆରିଫ୍ ଆଲ୍ଭୀ କହିଛନ୍ତି କେୟାରଟେକର୍ ପ୍ରଧାନମନ୍ତ୍ରୀ ନିଯୁକ୍ତି ପର୍ଯ୍ୟନ୍ତ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ରହିବେ

ସେପଟେ ହାତରୁ ଶାସନ ଯିବା ପରେ ଇମ୍ରାନ ଖାନଙ୍କୁ ପୁଣି ବଡ଼ ଝଟକା ଲାଗିଛି। ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ଡକ୍ଚର ମୋଇଦ ୟୁସୁଫି ଇସ୍ତଫା ଦେଇଛନ୍ତି। ଏହା ପୂର୍ବରୁ ଇମ୍ରାନଙ୍କ ଚିଫ୍ ସେକ୍ରେଟାରୀ ଆଜମ ଖାନ ଏବଂ ପରାମର୍ଶଦାତା ଶହଜାଦ ଆକବର ମଧ୍ୟ ଇସ୍ତଫା ଦେଇ ସାରିଛନ୍ତି।

Pakistan Imran Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe