ଜେଲେନସ୍କିଙ୍କୁ ବାଇଡେନ୍‌ କହୁଛନ୍ତି- ଆଇ ଲଭ୍‌ ୟୁ...କିନ୍ତୁ

ୱାଶିଂଟନ୍‌: ସମର୍ଥନ ଅଛି ହେଲେ ସହଯୋଗକୁ ନା। ବିଶ୍ୱ ଆଗରେ ବନ୍ଧୁ ଦେଶ ହେଲେ ଯୁଦ୍ଧରେ କିନ୍ତୁ ସିଧାସଳଖ ସାହାଯ୍ୟ କରିବାକୁ ନାରାଜ। ହାତ ମିଳାଉଛନ୍ତି କିନ୍ତୁ କାନ୍ଧରେ କାନ୍ଧ ମିଶାଇ ମଇଦାନକୁ ଓହ୍ଲାଇବାକୁ ପଛଘୁଞ୍ଚା ଦେଉଛନ୍ତି। ୟୁକ୍ରେନ ପ୍ରତି ଆମେରିକାର ଠିକ୍‌ ଏମିତି ରହିଛି ସମ୍ପର୍କ। ଜେଲେନସ୍କିଙ୍କୁ ଆଇ ଲଭ୍‌ ୟୁ… କହୁଛନ୍ତି ବାଇଡେନ୍‌। କିନ୍ତୁ ଏହି ସମ୍ପର୍କ ପ୍ରେମ ସମ୍ପର୍କ ନୁହେଁ ବରଂ ବନ୍ଧୁତ୍ୱର ସମ୍ପର୍କ। ଆମେରିକାର ଏବଂ ରୁଷ କିଏ କାହାଠାରୁ କମ୍‌ […]

biden and Zelenskyy

biden and Zelenskyy

Madhupriya Mistry
  • Published: Wednesday, 02 March 2022
  • Updated: 02 March 2022, 01:50 PM IST

ୱାଶିଂଟନ୍‌: ସମର୍ଥନ ଅଛି ହେଲେ ସହଯୋଗକୁ ନା। ବିଶ୍ୱ ଆଗରେ ବନ୍ଧୁ ଦେଶ ହେଲେ ଯୁଦ୍ଧରେ କିନ୍ତୁ ସିଧାସଳଖ ସାହାଯ୍ୟ କରିବାକୁ ନାରାଜ। ହାତ ମିଳାଉଛନ୍ତି କିନ୍ତୁ କାନ୍ଧରେ କାନ୍ଧ ମିଶାଇ ମଇଦାନକୁ ଓହ୍ଲାଇବାକୁ ପଛଘୁଞ୍ଚା ଦେଉଛନ୍ତି। ୟୁକ୍ରେନ ପ୍ରତି ଆମେରିକାର ଠିକ୍‌ ଏମିତି ରହିଛି ସମ୍ପର୍କ। ଜେଲେନସ୍କିଙ୍କୁ ଆଇ ଲଭ୍‌ ୟୁ… କହୁଛନ୍ତି ବାଇଡେନ୍‌। କିନ୍ତୁ ଏହି ସମ୍ପର୍କ ପ୍ରେମ ସମ୍ପର୍କ ନୁହେଁ ବରଂ ବନ୍ଧୁତ୍ୱର ସମ୍ପର୍କ।

ଆମେରିକାର ଏବଂ ରୁଷ କିଏ କାହାଠାରୁ କମ୍‌ ନୁହନ୍ତି। ଉଭୟ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ। ଏଭଳି ପରିସ୍ଥିତିରେ ଉଭୟ ଦେଶ ପରସ୍ପର ପ୍ରତି ଥିବା ତିକ୍ତତାକୁ ବୁଝିବା ଜରୁରୀ। ରୁଷକୁ ରୋକିବା ପାଇଁ ବାଇଡେନ ଗୋଟିଏ ପରେ ଗୋଟିଏ ପ୍ରତିବନ୍ଧକ ଲଗାଇ ଚାଲିଛନ୍ତି। ତେବେ ଯୁଦ୍ଧଗ୍ରସ୍ତ ଦେଶ ପାଇଁ ନିହାତି ଜରୁରୀ ଥିବା ସହାୟତା ଠାରୁ ଦୂରତା ବଜାୟ ରଖିଛନ୍ତି ବାଇଡେନ୍‌।

ବାଇଡେନ୍‌ ୟୁକ୍ରେନ୍‌କୁ ସମର୍ଥନ କରୁଛନ୍ତି। କିନ୍ତୁ ପଠାଉନାହାନ୍ତି ସହଯୋଗ। ବାଇଡେନ ନିଜ ସୈନ୍ୟମାନଙ୍କୁ କିଭ୍‌ ପଠାଇବା ପାଇଁ ପ୍ରସ୍ତୁତ ନାହାନ୍ତି। ଏ ପର୍ଯ୍ୟନ୍ତ ସେ ୟୁକ୍ରେନ୍‌କୁ ନିଜ ହତିଆର ମଧ୍ୟ ପଠାଇ ନାହାନ୍ତି। ତେବେ ଆମେରିକା ୟୁକ୍ରେନ୍‌କୁ ଆର୍ଥିକ ସହାୟତା ଯୋଗାଇଛି। ୫୪ ମିଲିଅନ୍‌ ଡଲାରର ଅତିରିକ୍ତ ସହାୟତା ଯୋଗାଇଛି ଆମେରିକା।

ରୁଷ ୟୁକ୍ରେନ ସଙ୍ଘର୍ଷ ଭିତରେ କିଭ୍‌କୁ ସମର୍ଥନ କରି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଣି ପୁଣି ସମାନ କଥା ଦୋହରାଇଛନ୍ତି। ରୁଷ  ସେନା ବିରୁଦ୍ଧରେ ତାଙ୍କ ଦେଶ ୟୁକ୍ରେନକୁ ସୈନ୍ୟ ପଠାଇବ ନାହିଁ। ଆମ ସାମରିକ ବଳ ରୁଷ ସହ ସଙ୍ଘର୍ଷରେ ସାମିଲ ହେବ ନାହିଁ ବୋଲି ବାଡେଇନ୍‌ ନିଜ ବୟାନରେ ସ୍ପଷ୍ଟ କରିଛନ୍ତି। ତେବେ ଚାଲିଥିବା ଏହି ସଙ୍ଘର୍ଷ ଭିତରେ କିନ୍ତୁ ଆମେରିକା ୟୁକ୍ରେନ୍‌ ସହ ଛିଡା ହୋଇଛି।

ଉଲ୍ଲେଖଯୋଗ୍ୟ ଯେ,  ଯୁଦ୍ଧ ପରିସ୍ଥିତି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଲଗାତର ନିଜ ବୟେନ ଜରିଆରେ ୟୁକ୍ରେନ ପ୍ରତି ନିଜ ପ୍ରତିବଦ୍ଧତା ଜାହିର କରୁଛନ୍ତି। ତେବେ ସେ ନେଇଥିବା ନିଜ ନିଷ୍ପତ୍ତିରେ ଆଜି ବି ଅଟଳ ଅଛନ୍ତି। ରୁଷ ବିରୋଧରେ ଯୁଦ୍ଧ କରିବା ପାଇଁ ନିଜ ସୈନିକମାନଙ୍କୁ ୟୁକ୍ରେନ୍‌ ପଠାଇବେ ନାହିଁ। ଆମେରିକା ନିକଟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଦେଶ ଛାଡିବା ପାଇଁ ପ୍ରସ୍ତାବ ଦେଇଥିଲା। ବିମାନ ପଠାଇବା ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲା। ତେବେ ଏହି ପ୍ରସ୍ତାବକୁ କିନ୍ତୁ ୟୁକ୍ରେନ୍‌ ସିଧାସଳଖ ମନା କରିଦେଇଥିଲେ। ସେହି ସମୟରେ ଜେଲେନସ୍କି କହିଥିଲେ 'ଯଦି କିଛି ସହାୟତା କରିବାକୁ ଚାହୁଁଛ ତା'ହେଲେ ଯୁଦ୍ଧ ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ଜିନିଷ ପଠାନ୍ତୁ।'

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story