ଜାମିନ ଅବଧି ସରିବା ପରେ ଗିରଫ ହେବେ ଇମ୍ରାନ ଖାନ!

ଇସଲାମାବାଦ: ଅନାସ୍ଥା ଭୋଟରେ ହାରି ପ୍ରଧାନମନ୍ତ୍ରୀ ପଦ ହରାଇଥିବା ଇମ୍ରାନ ଖାନଙ୍କ ଅଡ଼ୁଆ ବଢ଼ିଛି। ଜାମିନ ଅବଧି ସରିବା ପରେ ସେ ଗିରଫ ହେବେ ବୋଲି ସୂଚନା ଦେଇଛନ୍ତି ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସାନାଉଲ୍ଲା। ସେ କହିଛନ୍ତି, ଇମ୍ରାନ ଖାନ ନାଁରେ ଦଙ୍ଗା, ଦେଶଦ୍ରୋହ ଭଳି ୨୪ରୁ ଅଧିକ ମାମଲା ରହିଛି। ସୁରକ୍ଷାକର୍ମୀମାନେ ତାଙ୍କୁ ଗିରଫ କରିବା ପାଇଁ ଅପେକ୍ଷା କରିଛନ୍ତି। ତାଙ୍କ ଜାମିନ ଅବଧି ଶେଷ ହେବା ପରେ ସେ ଗିରଫ ହେବେ। ଗଣତାନ୍ତ୍ରିକ […]

Imran-Khan

Hemant Lenka
  • Published: Monday, 06 June 2022
  • , Updated: 06 June 2022, 12:19 PM IST

ଇସଲାମାବାଦ: ଅନାସ୍ଥା ଭୋଟରେ ହାରି ପ୍ରଧାନମନ୍ତ୍ରୀ ପଦ ହରାଇଥିବା ଇମ୍ରାନ ଖାନଙ୍କ ଅଡ଼ୁଆ ବଢ଼ିଛି। ଜାମିନ ଅବଧି ସରିବା ପରେ ସେ ଗିରଫ ହେବେ ବୋଲି ସୂଚନା ଦେଇଛନ୍ତି ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସାନାଉଲ୍ଲା। ସେ କହିଛନ୍ତି, ଇମ୍ରାନ ଖାନ ନାଁରେ ଦଙ୍ଗା, ଦେଶଦ୍ରୋହ ଭଳି ୨୪ରୁ ଅଧିକ ମାମଲା ରହିଛି।

ସୁରକ୍ଷାକର୍ମୀମାନେ ତାଙ୍କୁ ଗିରଫ କରିବା ପାଇଁ ଅପେକ୍ଷା କରିଛନ୍ତି। ତାଙ୍କ ଜାମିନ ଅବଧି ଶେଷ ହେବା ପରେ ସେ ଗିରଫ ହେବେ। ଗଣତାନ୍ତ୍ରିକ ସମାଜରେ କେମିତି ଲୋକଙ୍କୁ ଦଙ୍ଗା ପାଇଁ ଉସକାଉଥିବା ଜଣେ ବ୍ୟକ୍ତି କୌଣସି ରାଜନୀତିକ ଦଳର ମୁଖ୍ୟ ହେବେ? କେମିତି ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଗ୍ରହଣ ନ କରି ବିରୋଧୀଙ୍କୁ ଦେଶଦ୍ରୋହୀ କହୁଥିବା ଜଣେ ବ୍ୟକ୍ତି କେମିତି ଶାସନ କରିବେ ବୋଲି ରାଣା ପ୍ରଶ୍ନ କରିଛନ୍ତି।

ଏକାଧିକ ମାମଲାରେ ‍ଫସିଥିବା ଇମ୍ରାନ ଖାନଙ୍କୁ ପେଶାୱର ହାଇକୋର୍ଟ ଜୁନ୍‌ ୨ରେ ୩ ସପ୍ତାହର ଜାମିନ ଦେଇଛନ୍ତି। ଏହି ଅବଧି ସରିବା ପରେ ହିଁ ସେ ଗିରଫ ହେବେ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ପାକିସ୍ତାନ ମୁସଲିମ ଲଗ ନୱାଜ କହିଛି ଯେ ଇମ୍ରାନ ଖାନ, ତାଙ୍କ ପତ୍ନୀ ବୁଶରା ବିବି ଓ ତାଙ୍କ ସାଙ୍ଗ ଫରା ଗୋଗି ପିଟିଆର ଶାସନ ବେଳେ କୋଟି ଟଙ୍କା ବେଆଇନ ଭାବେ ଠୁଳ କରିଛନ୍ତି। ଏହି ବେଆଇନ କାରବାର ମଞ୍ଜି ୨୦୧୯ରୁ ଆରମ୍ଭ ହୋଇଥିଲା। ଅଶନ ଜମିଲ ଗୁଜ୍ଜର ଫରାଙ୍କ ସ୍ୱାମୀ ୩୨୦ ମିଲିୟନ ପାକିସ୍ତାନ ମୁଦ୍ରା ଇମ୍ରାନ ଖାନଙ୍କୁ ଦେଇଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ବେଆଇନ କାମ ପାଇଁ ବ୍ୟାପକ ଲାଞ୍ଚ କାରବାର ହୋଇଥିବା ଦଳ ଅଭିଯୋଗ କରିଛି।

Related story