ପାକିସ୍ତାନରେ ପ୍ରବଳ ହିଂସା, ମେଟ୍ରୋ ଷ୍ଟେସନରେ ନିଆଁ ଲଗାଇଲେ ଇମ୍ରାନଙ୍କ ସମର୍ଥକ
ଇସଲାମାବାଦ: ଅଶାନ୍ତ ହେଲା ପଡୋଶୀ ଦେଶ ପାକିସ୍ତାନ। ଦିନକୁ ଦିନ ପରିସ୍ଥିତି ବିଗିଡିବାରେ ଲାଗିଛି। ଏଠାରେ ସତ୍ତା ପରିବର୍ତ୍ତନ ପରେ ପରିସ୍ଥିତି ସୁଧୁରିବା ବଦଳରେ ଆହୁରି ଅଧିକ ଜଟିଳ ହେବାରେ ଲାଗିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହରିକ୍ ଏ ଇନସାଫ(ପିଟିଆଇ) ଦଳର ନେତା ଇମ୍ରାନ ଖାନଙ୍କ ‘ଆଜାଦ’ ମାର୍ଚ୍ଚକୁ ନେଇ ଉତ୍ତେଜନା ଦେଖାଦେଇଛି। ରାଜଧାନୀ ଇସଲାମାବାଦ ସମେତ, ରାଓ୍ୱଲପିଣ୍ଡି, କରାଚୀ, ଲାହୋର ସହ ଖାଇବର ପଖତୁନଓ୍ୱା ଅଞ୍ଚଳରେ ହିଂସାକାଣ୍ଡ ଦେଖାଦେଇଛି।
Told you guys KP imran khan ka GHQ hai.pic.twitter.com/gLgYU5wUsy
— Mr Shelby ™ (@Farrukh_Shahzad) May 25, 2022
ଇସଲାମାବାଦରେ ଇମ୍ରାନ୍ ଖାନ ପ୍ରବେଶ କରିବା ମାତ୍ରେ ସମର୍ଥକ ବିଭିନ୍ନ ସ୍ଥାନରେ ଜଳାପୋଡ଼ା କରିଛନ୍ତି। ମେଟ୍ରେ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି ଇମ୍ରାନଙ୍କ ସମର୍ଥକ। ଦେଶରେ ସାଧାରଣ ନିର୍ବାଚନ କରିବାକୁ ଦାବି କରି ରାଲି କରୁଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ନିର୍ବାଚନ ନେଇ ପରବର୍ତ୍ତୀ ତାରିଖ ଘୋଷଣା ନହେବା ପର୍ଯ୍ୟନ୍ତ ସେ ଇସଲାମାବାଦ ଛାଡିବେନି ବୋଲି ଚେତାବନୀ ଦେଇଛନ୍ତି।
وفاقی دارالحکومت کے مرکزی علاقہ بلیو ایریا میں پی ٹی آئی کارکنان نے درختوں اور گرین بیلٹ کو نذر آتش کردیا pic.twitter.com/nznKg6x5ts
— Ghazanfar Abbas (@ghazanfarabbass) May 25, 2022
ସମର୍ଥକଙ୍କୁ ଘଉଡ଼ାଇବାକୁ ବିଭିନ୍ନ ସ୍ଥାନରେ ପୁଲିସ ସହ ମୁହାଁମୁହିଁ ମଧ୍ୟ ହୋଇଛନ୍ତି। କିଛି ସ୍ଥାନରେ ଲାଠି ଚାର୍ଜର ଖବର ମିଳିଛି। ଇସଲାମାବାଦରେ ସମସ୍ତ ସରକାରୀ ବିଲ୍ଡିଂର ସୁରକ୍ଷା ଲାଗି ସେନା ମୁତୟନ କରିଛନ୍ତି ପାକିସ୍ତାନ ସରକାର। ରେଡ୍ ଜୋନ୍ରେ ଆସୁଥିବା ସମସ୍ତ ସରକାରୀ କୋଠାର ସୁରକ୍ଷା ଲାଗି ସେନା ମୁତୟନ କରାଯାଇଥିବା ପାକିସ୍ତାନ ଗୃହମନ୍ତ୍ରୀ କହିଛନ୍ତି।
ہم پنجاب میں داخل ہوچکے ہیں اور انشاءاللہ اسلام آباد کی جانب بڑھیں گے۔ اس امپورٹڈ سرکار کی جانب سے جبر و فسطائیت کا کوئی بھی حربہ ہمیں ڈرا سکتاہے نہ ہی ہمارے مارچ کا رستہ روک سکتا ہے۔ #حقیقی_آزادی_مارچ pic.twitter.com/21snq9kG40
— Imran Khan (@ImranKhanPTI) May 25, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।