ୟୁଏଇରେ ପରସ୍ପରକୁ ଭେଟିବେ କି ଭାରତ ଓ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ?

ଆବୁଧାବି: ନିକଟରେ ତାଜାକିସ୍ତାନରେ ହାର୍ଟ ଅଫ୍ ଏସିଆ ସମ୍ମିଳନୀ ଅବସରରେ  ଭାରତ ଏବଂ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଏକା ସାଙ୍ଗରେ ଉପସ୍ଥିତ ଥିଲେ। ଏବେ ପୁଣିଥରେ ୟୁଏଇରେ ଏକ କାର୍ଯ୍ୟକ୍ରମରେ ଉଭୟ ମନ୍ତ୍ରୀ ପୁଣିଥରେ ଏକା ସମୟରେ ଉପସ୍ଥିତ ଅଛନ୍ତି। କହିବାକୁ ଗଲେ ଗୋଟିଏ ମାସ ଭିତରେ ଦୁଇ ନେତା ଦ୍ୱିତୀୟ ଥର ପାଇଁ ଉପସ୍ଥିତ ଉପସ୍ଥିତ ହୋଇଛନ୍ତି। ତେଣୁ ଦୁଇ ଦେଶର ନେତା ପରସ୍ପରକୁ ଭେଟିବେ ବୋଲି ଚର୍ଚ୍ଚା ଜୋର ଧରିଛି। କହି ରଖୁଛୁ ସର୍ଜକାଲ […]

jayshankar-qureshi

jayshankar-qureshi

Subhransu Sekhar
  • Published: Sunday, 18 April 2021
  • Updated: 19 April 2021, 12:25 AM IST

Sports

Latest News

ଆବୁଧାବି: ନିକଟରେ ତାଜାକିସ୍ତାନରେ ହାର୍ଟ ଅଫ୍ ଏସିଆ ସମ୍ମିଳନୀ ଅବସରରେ  ଭାରତ ଏବଂ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଏକା ସାଙ୍ଗରେ ଉପସ୍ଥିତ ଥିଲେ। ଏବେ ପୁଣିଥରେ ୟୁଏଇରେ ଏକ କାର୍ଯ୍ୟକ୍ରମରେ ଉଭୟ ମନ୍ତ୍ରୀ ପୁଣିଥରେ ଏକା ସମୟରେ ଉପସ୍ଥିତ ଅଛନ୍ତି। କହିବାକୁ ଗଲେ ଗୋଟିଏ ମାସ ଭିତରେ ଦୁଇ ନେତା ଦ୍ୱିତୀୟ ଥର ପାଇଁ ଉପସ୍ଥିତ ଉପସ୍ଥିତ ହୋଇଛନ୍ତି। ତେଣୁ ଦୁଇ ଦେଶର ନେତା ପରସ୍ପରକୁ ଭେଟିବେ ବୋଲି ଚର୍ଚ୍ଚା ଜୋର ଧରିଛି। କହି ରଖୁଛୁ ସର୍ଜକାଲ ଷ୍ଟ୍ରାଇକ ପରେ ଦୁଇ ଦେଶ ମଧ୍ୟରେ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ ରହିଛି।

ତେବେ ଦୁଇ ଦେଶ ପରସ୍ପର ଗୋଟିଏ ଟେବୁଲରେ ଆଲୋଚନା କରିବା ନେଇ ଚର୍ଚ୍ଚା ହେବା ପଛର କାରଣ ହେଲା ନିକଟରେ ୟୁଏଇର ଜଣେ ପ୍ରମୁଖ ଅଧିକାରୀ କହିଥିଲେ, ଦୁଇ ଦେଶର ନେତା ତାଙ୍କ ଦେଶକୁ ଏକା ସମୟରେ ଆସୁଛନ୍ତି। ଗୋଟିଏ ଟେବୁଲରେ ଉଭୟଙ୍କୁ ଏକାଠି କରି ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାରିବାକୁ ପ୍ରୟାସ କରାଯିବ ବୋଲି ସେ କହିଥିଲେ।

ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀ ଏବେ ୟୁଏଇରେ ଅଛନ୍ତି। ଉଭୟ ୟୁଏଇ ସହିତ ଅଲଗା ଅଲଗା ଦ୍ୱିପାକ୍ଷାକ ଚୁକ୍ତି ନେଇ ୟୁଏଇରେ ପହଞ୍ଚିଛନ୍ତି। କିଛି ଦିନ ପୂର୍ବରୁ ୟୁଏଇର ଜଣେ ବରିଷ୍ଠ କୂଟନୀତିଜ୍ଞ ଦୁଇ ଦେଶର ନେତାଙ୍କ ଗସ୍ତ ବାବଦରେ ସୂଚନା ଦେଇଥିଲେ।

ଏହାପରେ ଜୟଶଙ୍କର ରବିବାର ତିନି ଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି। ତେବେ ନୂଆଦିଲ୍ଲୀ କିମ୍ୱା ଇସଲାମାବାଦ ପରସ୍ପର ସହ ଗୋଟିଏ ଟେବୁଲରେ ଆଲୋଚନା ପାଇଁ କୌଣସି କାର୍ଯ୍ୟକ୍ରମ ସ୍ଥିର ହୋଇନଥିବା ବୈଦେଶିକ ମନ୍ତ୍ରାଳୟର ତରଫରୁ ସୂଚନା ମିଳିଛି।

ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଶନିବାର କହିଥିଲେ ଯେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ୟୁଏଇ ଗସ୍ତରେ ଅଛନ୍ତି। ୟୁଏଇ ବୈଦେଶିକ ମନ୍ତ୍ରୀ ଶେଖ ଅବଦୁଲ୍ଲା ବିନ୍ ଜାଏଦ ଅଲ ନାହିନ ତାଙ୍କୁ ନିମନ୍ତ୍ରଣ କରିଥିଲେ। ତାଙ୍କ ନିମନ୍ତ୍ରଣ କ୍ରମେ ଆବୁଧାବି ଯାଇଛନ୍ତି ଜୟଶଙ୍କର। ଦୁଇ ଦେଶ ଅର୍ଥନୀତିକ ପରସ୍ପର ମଧ୍ୟରେ ସଭଭାଗୀତା ଏବଂ ଉଭୟ ସମ୍ପ୍ରଦାୟର ଉନ୍ନତୀ ବାବଦରେ ଆଲୋଚନା କରିବେ ବୋଲି ଜଣାପଡିଛି।

ସେହିପରି ପାକିସ୍ତାନର ବୈଦେଶିକ ମନ୍ତ୍ରୀ କୁରେଶୀ କହିଛନ୍ତି ଯେ ୟୁଏଇକୁ ଅର୍ଥନୀତି, କୂଟନୀତି ଉପରେ ସକାରାତ୍ମକ ଆଲୋଚନା ପାଇଁ ଆସିଥିଲେ। ୟୁଏଇ ପାକିସ୍ତାନ ସହ ବ୍ୟବସାୟ କରିବା ଦିଗରେ ସକାରାତ୍ମକ ରହିଛି। ଏହା ଦୁଇ ଦେଶର ସମ୍ପର୍କକୁ ମଜବୁତ କରିବ। ଏହାପୂର୍ବରୁ ମାର୍ଚ୍ଚ ୩୦ରେ ହାର୍ଟ ଅଫ୍ ଏସିଆ ସମ୍ମିଳନୀରେ ଯୋଗଦେବା ପାଇଁ ତାଜିକିସ୍ତାନର ରାଜଧାନୀ ଦୁଶାମ୍ଵେରେ ପହଞ୍ଚିଥିଲେ କୁରେଶୀ ଏବଂ ଜୟଶଙ୍କର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos