ସାମ୍ବାଦିକ ମେଘାଙ୍କୁ ପୁଲିଜର ପୁରସ୍କାର, ଚାଇନାର ଅସଲ ମୁଖାର ପର୍ଦ୍ଦାଫାସ କରିଥିଲେ

ନ୍ୟୁୟର୍କ: ଭାରତୀୟ ବଂଶୋଦ୍ଭବ ସାମ୍ବାଦିକ ମେଘା ରାଜଗୋପାଲନଙ୍କୁ ପ୍ରସିଦ୍ଧ ପୁଲିଜର ପୁରସ୍କାରର ମିଳିଛି। ପୁଲିଜର ହେଉଛି ସାମ୍ବାଦିକତା କ୍ଷେତ୍ରର ସର୍ବୋଚ୍ଚ ସମ୍ମାନ। ଆମେରିକା ପକ୍ଷରୁ ଏହି ପୁରସ୍କାର ଦିଆଯାଇ ଥାଏ। ଚାଇନାର ଅସଲ ଚେହେରାକୁ ସାରା ବିଶ୍ୱ ଆଗରେ ପର୍ଦ୍ଦାଫାସ କରିଥିବାରୁ ମେଘାଙ୍କୁ ଏହି ପୁରସ୍କାର ମିଳିଛି। ତାଙ୍କ ସହ ଆଉ ଦୁଇ ଜଣଙ୍କୁ ମଧ୍ୟ ପୁଲିଜର ପୁରସ୍କାର ମିଳିଛି। ସେମାନଙ୍କ ମଧ୍ୟରେ ମଧ୍ୟ ଜଣେ ଭାରତୀୟ ବଂଶୋଦ୍ଭବ ରହିଛନ୍ତି। ଚାଇନା ମୁସଲମାନ ଓ ଅନ୍ୟ ସଂଖ୍ୟାଲଘୁ […]

Megha

Megha

Hemant Lenka
  • Published: Saturday, 12 June 2021
  • Updated: 12 June 2021, 04:36 PM IST

Sports

Latest News

ନ୍ୟୁୟର୍କ: ଭାରତୀୟ ବଂଶୋଦ୍ଭବ ସାମ୍ବାଦିକ ମେଘା ରାଜଗୋପାଲନଙ୍କୁ ପ୍ରସିଦ୍ଧ ପୁଲିଜର ପୁରସ୍କାରର ମିଳିଛି। ପୁଲିଜର ହେଉଛି ସାମ୍ବାଦିକତା କ୍ଷେତ୍ରର ସର୍ବୋଚ୍ଚ ସମ୍ମାନ। ଆମେରିକା ପକ୍ଷରୁ ଏହି ପୁରସ୍କାର ଦିଆଯାଇ ଥାଏ। ଚାଇନାର ଅସଲ ଚେହେରାକୁ ସାରା ବିଶ୍ୱ ଆଗରେ ପର୍ଦ୍ଦାଫାସ କରିଥିବାରୁ ମେଘାଙ୍କୁ ଏହି ପୁରସ୍କାର ମିଳିଛି। ତାଙ୍କ ସହ ଆଉ ଦୁଇ ଜଣଙ୍କୁ ମଧ୍ୟ ପୁଲିଜର ପୁରସ୍କାର ମିଳିଛି। ସେମାନଙ୍କ ମଧ୍ୟରେ ମଧ୍ୟ ଜଣେ ଭାରତୀୟ ବଂଶୋଦ୍ଭବ ରହିଛନ୍ତି।

ଚାଇନା ମୁସଲମାନ ଓ ଅନ୍ୟ ସଂଖ୍ୟାଲଘୁ ଗୋଷ୍ଠୀଙ୍କୁ ଅଟକ ରଖିବା ପାଇଁ କେଉଁଭଳି ଅଟକକେନ୍ଦ୍ର ପ୍ରସ୍ତୁତ କରିଥିଲା, ସେକଥା ମେଘା ତାଙ୍କ ଅନୁସନ୍ଧାନମୂଳକ ରିପୋର୍ଟରେ ଖୁଲାସା କରିଥିଲା। ଚାଇନା ପକ୍ଷରୁ ଜିନଜିଆଙ୍ଗ ରିଜନରେ ଏହି ଅଟକ କ୍ୟାମ୍ପ ଓ ଜେଲ ତିଆରି କରାଯାଇଥିଲା। ସାରା ବିଶ୍ୱ ଏହି ରିପୋର୍ଟ ଦେଖି ସ୍ତବ୍ଧ ହୋଇଯାଇଥିଲା। ଏହା ପଛରେ ମେଘାଙ୍କ ଭୂମିକା ହିଁ ରହିଥିଲା।

ମେଘା ରାଜଗୋପାଲନ୍ ବଜଫିଡ୍ ନ୍ୟୁଜରେ କାମ କରନ୍ତି। ମେଘାଙ୍କ ଜିନଜିଆଙ୍ଗ ସିରିଜ ଇଣ୍ଟରନ୍ୟାଶନାଲ ରିପୋର୍ଟିଂ କ୍ୟାଟାଗୋରୀରରେ ପୁଲିଜର ପୁରସ୍କାର ଜିତିଛି। ୨୦୧୭ରେ ଚାଇନା ପକ୍ଷରୁ ହଜାର ହଜାର ମୁସିଲମ ସଂପ୍ରଦାୟର ଲୋକଙ୍କୁ ଜିନଜିଆଙ୍ଗ ଅଟକ କେନ୍ଦ୍ରରେ ରଖାଯାଇଥିଲା।

ସେଠାକୁ କାହାରିକୁ ଯିବାକୁ ଅନୁମତି ମିଳି ନଥିଲା। କିନ୍ତୁ ମେଘା ପ୍ରଥମ ସାମ୍ବାଦିକ ଭାବେ ସେଠାକୁ ଯାଇ ଗୁପ୍ତ ଭାବେ ପୂରା ଘଟଣାର ରିପୋର୍ଟିଂ କରିଥିଲେ। ଏକଥା ଜଣାପଡ଼ିବା ପରେ ଚାଇନା ସରକାର ତାଙ୍କୁ ଚୁପ କରାଇବାକୁ ଚେଷ୍ଟା କରିଥିଲେ। ତାଙ୍କର ଭିସାକୁ ରଦ୍ଦ କରାଯାଇଥିବା ବେଳେ ମେଘାଙ୍କୁ ଦେଶରୁ ତଡ଼ି ଦିଆଯାଇଥିଲା।

ଲଣ୍ଡନରେ ରହିଥିବା ବେଳେ ମେଘା ଚୁପ ବସି ନଥିଲେ ସେ ତାଙ୍କର ଦୁଇ ସହଯୋଗୀ ଅଲୀସନ କିଲିଙ୍ଗ ଓ ଖ୍ରୀଷ୍ଟୋ ବୁସଚେକ୍‌ଙ୍କ ସହାୟତାରେ ଜିନଜିଆଙ୍ଗ ଉପରେ ତଥ୍ୟ ସଂଗ୍ରହ କରିଥିଲେ। ସେଠାରେ ମାନବାଧିକାରକୁ କ୍ଷେମିତି କ୍ଷୁଣ୍ଣ କରାଯାଉଥିଲା, ତା’ର ଟିକିନିକି ତଥ୍ୟ ସେ ପ୍ରକାଶ କରିଥିଲେ।

ସେ କାଜଖସ୍ତାନ ମଧ୍ୟ ଯାଇଥିଲେ। ସେଠାରେ ଶରଣାର୍ଥୀ ଭାବେ ରହିବାକୁ ନିବେଦନ କରୁଥିବା ଚାଇନିଜ ମୁସଲିମଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ସହାୟତାରେ ସେ ଜିନଜିଆଙ୍ଗ କ୍ୟାମ୍ପ ବିଷୟରେ ଅଧିକ ତଥ୍ୟ ହାସଲ କରିଥିଲେ। ଜିନଜିଆଙ୍ଗ ଅଟକ ଶିବରରେ ନିର୍ଯାତନ ସହି କାଜଖସ୍ତାନରେ ଆଶ୍ରୟ ନେଇଥିବା ପ୍ରାୟ ୨୪ ଜଣଙ୍କୁ ମେଘା ଓ ତାଙ୍କ ସହଯୋଗୀମାନେ ଠାବ କରିଥିଲେ। ସେମାନଙ୍କ ବିଶ୍ୱାସ ଜିତି ସେମାନଙ୍କ ସହ ଘଟିଥିବା ଘଟଣା ବିଷୟରେ ତଥ୍ୟ ହାସଲ କରିଥିଲେ। ଏହାପରେ ପୂରା ବିଶ୍ୱ ଚାଇନାର ଅତ୍ୟାଚାର ସମ୍ପର୍କରେ ଜାଣିଥିଲା।

ଶୁକ୍ରବାର ମେଘାଙ୍କ ସହ ଆଉ ଦୁଇ ଜଣ ମଧ୍ୟ ପୁଲିଜର ପୁରସ୍କାର ପାଇଛନ୍ତି। ଏହି ଦୁଇ ଜଣଙ୍କ ମଧ୍ୟରେ ଭାରତୀୟ ବଂଶୋଦ୍ଭବ ନୀଲ ବେଦୀ ରହିଛନ୍ତି। ସେ Tampa Bay Timesରେ କାମ କରନ୍ତି। ଲୋକାଲ ରିପୋର୍ଟିଂ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି। ଏହି ଦୁଇ ଜଣଙ୍କ ବ୍ୟବତୀତ କ୍ୟାଥେଲୀନ ମ୍ୟାକଗ୍ରୋରୀ ମଧ୍ୟ ସମ୍ମାନୀତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos