ଯୁଦ୍ଧ ବନ୍ଦ କରିବାକୁ ଇସ୍ରାଏଲ ଓ ହମାସ ରାଜି, ୧୧ ଦିନ ପରେ ଗାଜାରେ ବନ୍ଦ ହେଲା ସଂଘର୍ଷ

ଗାଜା ସିଟି: ଇସ୍ରାଏଲ ଓ ହମାସ ମଧ୍ୟରେ ଦୀର୍ଘ ୧୧ ଦିନ ହେଲା ଚାଲିଥିବା ଘମାଘୋଟ ଲଢ଼େଇରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଉଭୟ ଦେଶ ଯୁଦ୍ଧ ବିରତି ଘୋଷଣା କରିଛନ୍ତି। ଅସ୍ତ୍ର ବିରତି ଚୁକ୍ତି ଉଭୟ ଦେଶ କରିବା ପରେ ଗାଜାରେ ଚାଲିଥିବା ଯୁଦ୍ଧରେ ବିରାମ ଲାଗିଛି। ଇସ୍ରାଏଲ୍ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗାଜାରେ ୧୧ ଦିନ ହେଲା ଇସ୍ରାଏଲ ଚଳାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସୁରକ୍ଷା କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। […]

Attack

Attack

Hemant Lenka
  • Published: Friday, 21 May 2021
  • Updated: 21 May 2021, 08:16 AM IST

Sports

Latest News

ଗାଜା ସିଟି: ଇସ୍ରାଏଲ ଓ ହମାସ ମଧ୍ୟରେ ଦୀର୍ଘ ୧୧ ଦିନ ହେଲା ଚାଲିଥିବା ଘମାଘୋଟ ଲଢ଼େଇରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଉଭୟ ଦେଶ ଯୁଦ୍ଧ ବିରତି ଘୋଷଣା କରିଛନ୍ତି। ଅସ୍ତ୍ର ବିରତି ଚୁକ୍ତି ଉଭୟ ଦେଶ କରିବା ପରେ ଗାଜାରେ ଚାଲିଥିବା ଯୁଦ୍ଧରେ ବିରାମ ଲାଗିଛି। ଇସ୍ରାଏଲ୍ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗାଜାରେ ୧୧ ଦିନ ହେଲା ଇସ୍ରାଏଲ ଚଳାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସୁରକ୍ଷା କ୍ୟାବିନେଟ୍ ମଞ୍ଜୁରୀ ଦେଇଛି।

ହମାସର ଜଣେ ଅଧିକାରୀ ମଧ୍ୟ ଏହି ସୂଚନାକୁ ନିଶ୍ଚିତ କରିଛନ୍ତି। ଉଭୟ ଦେଶ ଅସ୍ତ୍ରବିରତିକୁ ଅନୁମତି ଦେଇଥିବାରୁ କେହି କାହା ଉପରେ ଆକ୍ରମଣ କରିବେ ନାହିଁ। ଶୁକ୍ରବାର ଭୋର ୨ଟାରୁ ଏହି ଅସ୍ତ୍ରବିରତି ଚୁକ୍ତି କାର୍ଯ୍ୟକାରୀ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବିବାଦର ସମାଧାନ ପାଇଁ ଇଜିପ୍ଟ ମଧ୍ୟସ୍ଥି ଭାବେ କାମ କରିଥିଲା। ଇଜିପ୍ଟ ମଧ୍ୟସ୍ଥିମାନେ ଇସ୍ରାଏଲକୁ ବୁଝାଇବା ସହ ଅସ୍ତ୍ର ବିରତିରେ ରାଜି ହେବାକୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ଇସ୍ରାଏଲର ସୁରକ୍ଷା କ୍ୟାବିନେଟ୍‌ ଗ୍ରହଣ କରିଛି।

ଗାଜାରେ ଇସ୍ରାଏଲ ଚଳାଇଥିବା ହମଲାକୁ ବନ୍ଦ କରିବାକୁ ଚାରିଆଡ଼ୁ ଚାପ ପ୍ରୟୋଗ କରାଯାଇଥିଲା। ଦେଶର ଘନିଷ୍ଠ ସହଯୋଗୀ ଆମେରିକା ମଧ୍ୟ ହମାସ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ସହ ଉଭୟ ଦେଶକୁ ସଂଯମତା ଓ ଶାନ୍ତି ବିଜାୟୀ ରଖିବାକୁ ଅନୁରୋଧ କରିଥିଲେ।

ତଥାପି ଇସ୍ରାଏଲ୍ କିଛି ନ ଶୁଣି ନିଜର ଆକ୍ରମଣକୁ ଜୋରଦାର କରିଥିଲା। ଆକ୍ରମଣକୁ ଗୋଟିଏ ନିର୍ଣ୍ଣାୟକ ମୋଡ଼କୁ ନିଆଯିବ ବୋଲି ଇସ୍ରାଏଲ କହିଥିଲା। କିନ୍ତୁ ଗୁରୁବାର ହଠାତ୍‌ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ସୁରକ୍ଷା କ୍ୟାବିନେଟ ବସିଥିଲା। ଏଠାରେ ସର୍ବସମ୍ମତି କ୍ରମେ ଗାଜାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ନ କରିବାକୁ ନିଷ୍ପତ୍ତି ହୋଇଥିଲା।

ସୁରକ୍ଷା କ୍ୟାବିନେଟ୍‌ ବେଳେ ପ୍ରତିରକ୍ଷା ବିଭାଗର ଅଧିକାରୀମାନେ ମନ୍ତ୍ରୀମାନଙ୍କୁ କହିଥିଲେ ଯେ ଇସ୍ରାଏଲ ଉପକୂଳବର୍ତ୍ତୀ ଅଞ୍ଚଳରେ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ସମସ୍ତ ଅଭିଯାନ ସଫଳତାର ସହ ଶେଷ ହୋଇଛି। ଏଠାରେ ସକ୍ରିୟ ଥିବା ଗୋଷ୍ଠୀ ଏବେ ଛିନଛତ୍ର ହୋଇଯାଇଛନ୍ତି।

ଇସ୍ରାଏଲର କାର୍ଯ୍ୟାନୁଷ୍ଠାନରେ ହମାସ ବହୁତ ଭୟଭୀତ ଥିବା ବେଳେ ଅନେକ କ୍ଷତି ସହିବାରେ ଲାଗିଛି। ତେଣୁ ଏବେ ଗାଜାରେ ଅସ୍ତ୍ରବିରତି ଲାଗୁ କରିବାର ସମୟ ଆସି ଯାଇଛି ବୋଲି ସେମାନେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହାପରେ ଗାଜାରେ ଅସ୍ତ୍ରବିରତି ଲାଗୁ ହେବାକୁ ଭୋଟିଂ ହୋଇଥିଲା।

ଇସ୍ରାଏଲ ସହିତ ଅସ୍ତ୍ରବିରତି ବୁଝାମଣା ହୋଇଥିବା କଥାକୁ ହମାସ ମଧ୍ୟ ସୁନିଶ୍ଚିତ କରିଛି। ଇଜିପ୍ଟ ଗଣମାମଧ୍ୟମ ମଧ୍ୟ ଏହାର ସୂଚନା ଦେଇଛି। ହମାସର ଜଣେ ଅଧିକାରୀ ରଏଟର୍ସକୁ କହିଛନ୍ତି, ଇସ୍ରାଏଲ ସହ ପାରସ୍ପରିକ ଓ ସମସାମୟିକ ଅସ୍ତ୍ରବିରତି ବୁଝାମଣା ହୋଇଛି। ଏଥିସହିତ ଗାଜାରେ ୧୧ ଦିନଧରି ଚାଲିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ସୂଚନାଯୋଗ୍ୟ, ଇସ୍ରାଏଲ ଓ ହମାସ ମଧ୍ୟରେ ୧୦ ଦିନ ତଳେ ସଂଘର୍ଷ ଆରମ୍ଭ ହୋଇଥିଲା। ଉଗ୍ରବାଦୀ ସଂଗଠନ ଜେରୁଜେଲମ ଉପରେ ପ୍ରଥମେ ରେକଟ ମାଡ଼ କରିଥିଲେ। ଏହାପୂର୍ବରୁ ଅଲ-ଆକସା ମସଜିଦରେ ପାଲେଷ୍ଟାଇନର ବିକ୍ଷୋଭକାରୀ ଓ ଇସ୍ରାଏଲ ପୁଲିସ୍‌ ମଧ୍ୟରେ ପ୍ରବଳ ସଂଘର୍ଷ ଦେଖିବାକୁ ମିଳିଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଆରମ୍ଭ ହୋଇଥିଲା।

ଏହା ପରେ ଇସ୍ରାଏଲ ହମାସକୁ ଟାର୍ଗେଟ କରି ବିମାନ ଦ୍ୱାରା ଆକ୍ରମଣ କରିଥିଲା। ହମାସ ଓ ଅନ୍ୟ ଉଗ୍ରବାଦୀ ବାଦୀ ଗୋଷ୍ଠୀ ମଧ୍ୟ ଇସ୍ରାଏଲ୍ ଉପରକୁ ୪ ହଜାରରୁ ଅଧିକ ରକେଟ୍ ମାଡ଼ କରିଥିଲେ। ଫଳରେ ଇସ୍ରାଏଲ ଆକ୍ରମଣରୁ ଆହୁରି ଜୋରଦାର କରିଥିଲା।

ଦେଶର ସ୍ଥଳ ସେନା ଗାଜାରେ ଆକ୍ରମଣ କରିଥିଲେ। ବାୟୁସେନା ଆକଶ ମାର୍ଗରୁ ଘନଘନ ‌ବୋମା ମାଡ଼ କରିଥିଲା। ଗାଜାରେ ଥିବା ବଡ଼ବଡ଼ କୋଠା ଇସ୍ରାଏଲ ଆକ୍ରମଣରେ ମାଟିରେ ମିଶିବା ଆରମ୍ଭ ହୋଇଥିଲା। ହସ୍ପିଟାଲ ଠାରୁ ଆରମ୍ଭ କରି ସାଧାରଣ ଲୋକ ରହୁଥିବା କୋଠା କେହି ବି ଇସ୍ରାଏଲ ରକେଟ ମାଡ଼ରୁ ବର୍ତ୍ତି ନଥିଲେ।

ଗାଜା ସ୍ୱାସ୍ଥ୍ୟ ବିଭାଗ କହିଛି ଆକ୍ରମଣରେ ୬୪ ଜଣ ଶିଶୁ ଓ ୩୮ ଜଣ ମହିଳାଙ୍କ ସମେତ ପ୍ରାୟ ୨୨୭ ଜଣ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଛନ୍ତି। ସେହିପରି ୧୬୨୦ ଜଣ ଆହତ ହୋଇଛନ୍ତି। ସଂଘର୍ଷ ବଢ଼ୁଥିବାରୁ ପ୍ରାୟ ୫୮ ହଜାର ପାଲେଷ୍ଟାଇନର ଲୋକ ନିଜ ଘର ଛାଡ଼ି ଅନ୍ୟତ୍ର ଚାଲି ଯାଇଛନ୍ତି। ହମାସ ଆକ୍ରମଣରେ ଇସ୍ରାଏଲର ଜଣେ ପାଞ୍ଚ ବର୍ଷର ବାଳକ, ୧୬ ବର୍ଷର ବାଳିକା ଓ ଜଣେ ସୈନ୍ୟଙ୍କ ସମେତ ୧୨ ଜଣଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos