Advertisment

ହ୍ୱାଇଟ୍‌ ହାଉସ୍‌ ନିକଟରେ ଆଖିବୁଜା ଗୁଳିମାଡ଼, ପୁଲିସ ସମେତ ଅନେକ ଆହତ

ୱାଶିଂଟନ: ଆମେରିକାରେ ଥମୁନି ଗୁଳିକାଣ୍ଡ। ୱାଶିଂଟନ୍ ଡିସିରେ ଏକ ମ୍ୟୁଜିକ୍ କନସର୍ଟ ନିକଟରେ ଆଖିବୁଜା ଗୁଳିମାଡ ହୋଇଛି। କିଛି ଦୁର୍ବୃତ୍ତମାନେ ମୁଖ୍ୟ ରାସ୍ତାମଝିରେ ଗୁଳିମାଡ କରିଛନ୍ତି। ଏଥିରେ ଜଣେ ପୁଲିସ ଅଧିକାରୀଙ୍କ ସମେତ ଅନେକ ଆହତ ହୋଇଛନ୍ତି। ଆମେରିକା ଗଣମାଧ୍ୟମ ତରଫରୁ ଏନେଇ ସ୍ପଷ୍ଟ କରାଯାଇଛି। ତେବେ ଗୁଳିକାଣ୍ଡରେ କେତେ ଜଣ ମୃତାହତ ହୋଇଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଘଟଣାସ୍ଥଳରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ଗୁଳିକାଣ୍ଡର କାରଣ ମଧ୍ୟ ଅସ୍ପଷ୍ଟ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ହ୍ୱାଇଟ୍‌ ହାଉସ୍‌ ନିକଟରେ ଆଖିବୁଜା ଗୁଳିମାଡ଼, ପୁଲିସ ସମେତ ଅନେକ ଆହତ

Firing near washington-dc

ୱାଶିଂଟନ: ଆମେରିକାରେ ଥମୁନି ଗୁଳିକାଣ୍ଡ। ୱାଶିଂଟନ୍ ଡିସିରେ ଏକ ମ୍ୟୁଜିକ୍ କନସର୍ଟ ନିକଟରେ ଆଖିବୁଜା ଗୁଳିମାଡ ହୋଇଛି। କିଛି ଦୁର୍ବୃତ୍ତମାନେ ମୁଖ୍ୟ ରାସ୍ତାମଝିରେ ଗୁଳିମାଡ କରିଛନ୍ତି। ଏଥିରେ ଜଣେ ପୁଲିସ ଅଧିକାରୀଙ୍କ ସମେତ ଅନେକ ଆହତ ହୋଇଛନ୍ତି। ଆମେରିକା ଗଣମାଧ୍ୟମ ତରଫରୁ ଏନେଇ ସ୍ପଷ୍ଟ କରାଯାଇଛି।

Advertisment

ତେବେ ଗୁଳିକାଣ୍ଡରେ କେତେ ଜଣ ମୃତାହତ ହୋଇଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଘଟଣାସ୍ଥଳରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ଗୁଳିକାଣ୍ଡର କାରଣ ମଧ୍ୟ ଅସ୍ପଷ୍ଟ ଥିବା ଜଣାପଡିଛି।

ସୂଚନା ମୁତାବକ, ୱାଶିଂଟନ ଡିଜିର ହ୍ୱାଇଟ୍‌ ହାଉସଠାରୁ ତିନି କିଲୋମିଟର ଦୂରରେ ଏହି ଗୁଳିମାଡ ହୋଇଛି। ଏକ ମ୍ୟୁଜିକ ଇଭେଣ୍ଟ ବେଳେ ଏହି ଗୁଳିମାଡ ହୋଇଥିବା ସୂଚନା ମିଳିଛି। ଏହି କନ୍‌ସର୍ଟ Juneteenth ଉତ୍ସବ ପାଇଁ ହୋଇଥିଲେ। ୧୪ ଏବଂ ୟୁ ଷ୍ଟ୍ରିଟ୍‌ ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି। ବର୍ତ୍ତମାନ ମେଟ୍ରୋପଲିଟନ ପୁଲିସ ବିଭାଗ ଘଟଣାର ତଦନ୍ତ ଜାରି ରଖିଛି।

Advertisment

ସୂଚନାଯୋଗ୍ୟ, ଆମେରିକାରେ ଲଗାତର ଭାବେ ଗୁଳିମାଡ ଘଟଣା ବଢିବାରେ ଲାଗିଛି। ଯାହାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚିନ୍ତିତ ହୋଇପଡିଛନ୍ତି। ଏପରି ସ୍ଥଳେ ଦେଶରେ ନାଗରିକଙ୍କ ସୁରକ୍ଷା ପାଇଁ ବନ୍ଧୁକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ ବୋଲି ବାଇଡେନ୍ କହିଛନ୍ତି। ତେବେ ବନ୍ଧୁକ କିଣିବାର ବୟସ ୧୮ ବର୍ଷ ରୁ ବଢାଇ ୨୧ ବର୍ଷ କରିବାକୁ ଘୋଷଣା ହୋଇପାରେ ବୋଲି ସୂଚନା ରହିଛି।

କିଛିଦିନ ତଳେ ଉତ୍ତର ମେରିଲ୍ୟାଣ୍ଡରେ ଜଣେ ବନ୍ଧୁକଧାରୀ ଏକ କାରଖାନାରେ ଆଖିବୁଜା ଗୁଳିମାଡ କରିଥିଲା। ଯେଉଁଥିରେ ୩ ଜଣ ପ୍ରାଣ ହରାଇଥିଲେ। ଏହାସହ ଜଣେ ଗୁରୁତର ହୋଇଥିଲେ। ସେହିପରି ଗତ ମାସରେ ଏକ ସ୍କୁଲରେ ଗୁଳିକାଣ୍ଡ ହେବା ଫଳରେ ୨୧ ଜଣ ପ୍ରାଣ ହରାଇଥିଲେ। ସେହିପରି ଏକ ହସ୍ପିଟାଲରେ ଗୁଳିକାଣ୍ଡ ହୋଇଥିଲା। ଯେଉଁଥିରେ ଏକାଧିକ ମୃତାହତ ହୋଇଥିଲେ । ଆହୁରି ମଧ୍ୟ ଏକ ସପିଂ ମଲ୍ ଓ ଶ୍ମଶାନରେ ଗୁଳିକାଣ୍ଡର ଖବର ଆସିଥିଲା।

https://twitter.com/Breaking_4_News/status/1538692648730513409?s=20&t=SG076xaA0bmxueaNu-tkAg

Terror Attack USA