ୱାଶିଂଟନ: ମହାମାରୀ କରୋନର ସହ ଲଢ଼େଇ କରୁଥିବା ବିଶ୍ୱବାସୀଙ୍କ ପାଇଁ ଭଲ ଖବର। ଆମେରିକୀୟ କମ୍ପାନୀ ନୋଭାଭାକ୍ସ ପ୍ରସ୍ତୁତ କରିଥିବା କରୋନା ଟିକା ଭାଇରସ ବିରୋଧରେ ୯୦%ରୁ ଅଧିକ ସଫଳ ବୋଲି ଜଣାପଡ଼ିଛି। କରୋନାରେ ପୀଡ଼ିତ ହେଉଥିବା ଲକ୍ଷଣ ଥିବା ଲୋକଙ୍କ କ୍ଷେତ୍ରରେ ଏହା ୯୦.୪% ସଫଳ ହେଉଥିବା ଆଜି କମ୍ପାନୀ ଦାବି କରିଛି।
କମ୍ପାନୀ କହିଛି ଯେ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ୩୦ ହଜାର ଲୋକ ସାମିଲ ହୋଇଥିଲେ। ଆମେରିକା ଓ ମେକ୍ସିକୋର ୧୧୯ଟି ସ୍ଥାନରେ ଏହାର ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷାରୁ ଜଣାପଡ଼ିଛି ଯେ କମ୍ପାନୀର ଏନଭିଏକ୍ସ-ସିଓଭି ୨୩୭୩ ପ୍ରୋଟିନ ଯୁକ୍ତ ଟିକା ମଧ୍ୟମ ଓ ସାଂଘିତକ କରୋନା ଲକ୍ଷଣ ବିରୋଧରେ ୧୦୦% ସଫଳ। ମୋଟାମୋଟି ଏହି ଟିକାର ସଫଳତାର ହାର ୯୦.୪।
ଏହା ୬୫ ବର୍ଷ ଓ ଏହାଠାରୁ କମ ବୟସ୍କଙ୍କ କ୍ଷେତ୍ରରେ ଅଧିକ ଫଳପ୍ରଦ। ଟିକାର ଦୁଇଟି ଡୋଜ୍ ନେଲେ ଏହା ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ବୃଦ୍ଧି କରିବାରେ ସହାୟକ ହେଉଛି। ସେହିପରି କରୋନାର ସବୁ ପ୍ରକାରର ଷ୍ଟ୍ରେନ ବିପକ୍ଷରେ ଏହା ଲଢ଼େଇ କରିବାକୁ ସକ୍ଷମ ବୋଲି କମ୍ପାନୀ ଦାବି କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
‘ଭାରତ ସରକାରଙ୍କ ନୀତିରେ ପ୍ରତିଫଳିତ ବୁଦ୍ଧଙ୍କ ପ୍ରତି ଶ୍ରଦ୍ଧା’
ପ୍ରଧାନମନ୍ତ୍ରୀ କହିଥିଲେ, ‘ଭଗବାନ ବୁଦ୍ଧଙ୍କ ପ୍ରତି ଆମର ଶ୍ରଦ୍ଧା ଭାରତ ସରକାରଙ୍କ ନୀତିରେ ପ୍ରତିଫଳିତ ହୋଇଛି।’

International
କ’ଣ ଅଛି ଭାରତ-ଆମେରିକା ମିଳିତ ବିବୃତିରେ, ପଢ଼ନ୍ତୁ
ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ସହଯୋଗର ପ୍ରମୁଖ ସ୍ତମ୍ଭ ଗୁଡ଼ିକରେ ପରିବର୍ତ୍ତନ ଆଣିବା ପାଇଁ ଏକ ନୂତନ ପଦକ୍ଷେପ- ‘ଏକବିଂଶ ଶତାବ୍ଦୀ ପାଇଁ ସାମରିକ ଭାଗୀଦାରୀ, ତ୍ୱରିତ ବାଣିଜ୍ୟ ଏବଂ ପ୍ରଯୁକ୍ତି ବିଦ୍ୟା ପାଇଁ ଉତ୍ସାହଜନକ ସୁଯୋଗ’ର ଶୁଭାରମ୍ଭ କରିଛନ୍ତି। ଏହି ପଦକ୍ଷେପ ଅନୁସାରେ, ସେମାନେ ପାରସ୍ପରିକ ଲାଭଦାୟକ ଭାଗୀଦାରୀ ପାଇଁ ବିଶ୍ୱାସର ସ୍ତର ପ୍ରଦର୍ଶନ କରିବା ଲାଗି ଚଳିତ ବର୍ଷ ପ୍ରାରମ୍ଭିକ ଫଳାଫଳ ସହିତ ଏକ ଫଳାଫଳ-ଭିତ୍ତିକ ଏଜେଣ୍ଡା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

International
ମୋଦୀଙ୍କ କୂଟନୀତିରେ ପରମ୍ପରାର ସ୍ପର୍ଶ
୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ଶ୍ରୀ ମୋଦୀ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାକୁ ସୂଚୀତ କରିବାକୁ କୂଟନୈତିକ ଉପହାରଗୁଡ଼ିକୁ ବ୍ୟବହାର କରିଆସୁଛନ୍ତି। ତାଙ୍କ ଉପହାର ଚୟନରେ ଦୁଇଟି ପ୍ରମୁଖ ଯୋଜନା ସମ୍ମିଶ୍ରିତ ହୋଇରହିଥାଏ- ୱାନ ଡିଷ୍ଟ୍ରିକ୍ଟ ୱାନ ପ୍ରଡକ୍ଟ (ଗୋଟିଏ ଜିଲ୍ଲା-ଗୋଟିଏ ଉତ୍ପାଦ) ଏବଂ ଭୋକାଲ ଫର ଲୋକାଲ୍।

Technology
ବାଉଁଆ ଲୋକର ଚିତ୍ର ଆଙ୍କେ ନାହିଁ ଏଆଇ ଆପ୍!
ଯଦି ଆପଣ ଏକ ଏଆଇ ଆପରେ ଆପଣଙ୍କ ଡାକ୍ତରୀ ରିପୋର୍ଟ ଅପଲୋଡ୍ କରନ୍ତି, ତେବେ ଏହା କୌଣସି କଷ୍ଟକର ଶବ୍ଦ ବ୍ୟବହାର ନକରି ସରଳ ଭାଷାରେ ଆପଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ବର୍ଣ୍ଣନା କରିପାରେ। କିନ୍ତୁ, ଯଦି ଆପଣ ସେହି ଆପ୍କୁ ଜଣେ ବାମ ହାତରେ ଲେଖୁଥିବା ବ୍ୟକ୍ତିର ଚିତ୍ର ତିଆରି କରିବାକୁ କହିବେ ତେବେ ତାହା ଡାହାଣ ହାତରେ ଲେଖୁଥିବା ବ୍ୟକ୍ତିର ଚିତ୍ର ଆଙ୍କିବ, କାରଣ ଏହିପରି ଭାବେ ଏହି ତାଲିମ ଆପକୁ ଗଢ଼ାଯାଇଛି।

International
ଟ୍ୟାଙ୍କ ଓ ଟ୍ରାକ୍ଟର ଧରି ଲଣ୍ଡନ ରାଜରାସ୍ତାରେ ଚାଷୀ
ଦିଲ୍ଲୀର ଜାତୀୟ ରାଜପଥରେ ଟ୍ରାକ୍ଟର ରାଲି ଦେଖିବାକୁ ମିଳିଥିଲା। ହଜାର ହଜାର ଚାଷୀ ନିଜ ନିଜ ଟ୍ରାକ୍ଟର ଧରି କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ କୃଷି ଆଇନ ବିରୋଧରେ ବିକ୍ଷୋଭ କରିଥିଲେ।