କରୋନା ବିରୋଧରେ ହ୍ରାସ ପାଉଛି ଫାଇଜର ଟିକାର ପ୍ରଭାବ, ବଢ଼ୁଛି ସଂକ୍ରମଣ

ଜେରୁଜେଲମ: ମହାମାରୀ କରୋନା ବିରୋଧରେ ସୁରକ୍ଷା ଦେବାରେ ଧୀରେଧୀରେ ବିଫଳ ହେଉଛି ଫାଇଜର-ବାୟୋନଟେକ ପ୍ରସ୍ତୁତ କରିଥିବା ଟିକା। ପୂର୍ବରୁ କରୋନା ବିରୋଧରେ ଏହା ୯୩ରୁ ୫୯% ସଫଳ ବୋଲି ଦାବି କରାଯାଉଥିଲା। ହେଲେ ନୂଆ ଭାରିଏଣ୍ଟ ଆସିବା ମାତ୍ରେ କରୋନା ବିରୋଧରେ ଏହି ଟିକା ସୁରକ୍ଷା ଦେବାରେ ବିଫଳ ହେଉଛି। ଟିକା ପ୍ରଭାବହୀନ ହେଉଥିବାରୁ ଇସ୍ରାଏଲରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଟିକା ଏବେ ବି ଆକ୍ରାନ୍ତଙ୍କୁ ଗୁରୁତର ହେବାରୁ ସୁରକ୍ଷା ଦେଉଛି ବୋଲି […]

fizer-vaccine

fizer-vaccine

Hemant Lenka
  • Published: Tuesday, 06 July 2021
  • Updated: 06 July 2021, 01:29 PM IST

Sports

Latest News

ଜେରୁଜେଲମ: ମହାମାରୀ କରୋନା ବିରୋଧରେ ସୁରକ୍ଷା ଦେବାରେ ଧୀରେଧୀରେ ବିଫଳ ହେଉଛି ଫାଇଜର-ବାୟୋନଟେକ ପ୍ରସ୍ତୁତ କରିଥିବା ଟିକା। ପୂର୍ବରୁ କରୋନା ବିରୋଧରେ ଏହା ୯୩ରୁ ୫୯% ସଫଳ ବୋଲି ଦାବି କରାଯାଉଥିଲା। ହେଲେ ନୂଆ ଭାରିଏଣ୍ଟ ଆସିବା ମାତ୍ରେ କରୋନା ବିରୋଧରେ ଏହି ଟିକା ସୁରକ୍ଷା ଦେବାରେ ବିଫଳ ହେଉଛି।

ଟିକା ପ୍ରଭାବହୀନ ହେଉଥିବାରୁ ଇସ୍ରାଏଲରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଟିକା ଏବେ ବି ଆକ୍ରାନ୍ତଙ୍କୁ ଗୁରୁତର ହେବାରୁ ସୁରକ୍ଷା ଦେଉଛି ବୋଲି ସେଠାକାର ସରକାର କହିଛନ୍ତି।

ଦେଶରେ ଡେଲ୍ଟା ଭାରିଏଣ୍ଟ ବ୍ୟାପୁଥିବା ବେଳେ ଇସ୍ରାଏଲ ସରକାର ସାମାଜିକ ଦୂରତା ନିୟମକୁ ହଟାଇ ଦେଇଛନ୍ତି। ସଂକ୍ରମଣ ବଢ଼ିବା ପଛରେ ଏହା ମଧ୍ୟ ଗୋଟିଏ କାରଣ। ଇସ୍ରାଏଲର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସଂକ୍ରମଣ ଓ ଲକ୍ଷଣ ଯୁକ୍ତ ରୋଗରୁ ଟିକାର ପ୍ରଭାବ ଜୁନ୍‌ ୬ ସୁଦ୍ଧା ୬୪%କୁ ଖସି ଆସିଛି। ଏହି ସମୟରେ ଟିକା କରୋନା ଭାଇରସ ଯୋଗୁ ଗୁରୁତର ଓ ହସ୍ପିଟାଲରେ ଭର୍ତ୍ତି ହେବା ଘଟଣାରେ ୯୩% ପ୍ରଭାବ ଦେଖାଉଛି। ଏହାର ଅର୍ଥ ଲୋକମାନେ ଟିକା ନେଇ କରୋନାରେ ଆକ୍ରାନ୍ତ ହେଉଛନ୍ତି ସତ ହେଲେ ହସ୍ପିଟାଲରେ ଭର୍ତ୍ତି ହେଉନାହାନ୍ତି।

ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ ଏହା କେତେ ପ୍ରତିଶତ ପ୍ରଭାବ ଦେଖାଉଥିଲା ବୋଲି କୁହାଯାଇ ନାହିଁ। ହେଲେ ମେ’ ମାସରେ ମନ୍ତ୍ରଣାଳୟ ତା’ ରିପୋର୍ଟରେ କହିଥିଲା ଯେ ଫାଇଜର ଟିକାର ଡବଲ ଡୋଜ୍ ନେବା ପରେ ଏହା କରୋନା ବିରୋଧରେ ୯୫% ସଫଳ ହେଉଛି।

ଅନ୍ୟପକ୍ଷରେ କମ୍ପାନୀ ପକ୍ଷରୁ ଏ ସମ୍ପର୍କରେ କିଛି ବି କୁହାଯାଇ ନାହିଁ। କିନ୍ତୁ ସବୁ ଭାରିଏଣ୍ଟ ବିରୋଧରେ ଫାଇଜର ଟିକା ଫଳପ୍ରଦ ବୋଲି ଦାବି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos