ବେଙ୍ଗମାନଙ୍କ ସହ କଥା ହେଉଛନ୍ତି ପ୍ରଫେସର, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସିଡ୍‌ନୀ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। କାରଣ ଜଣେ ପ୍ରଫେସର କେମିତି ବେଙ୍ଗମାନଙ୍କ ସହ କଥା ହେଉଛନ୍ତି? ହେଲେ ଏମିତି ଘଟଣା ଘଟିଛି। ବାୟୋଲଜି ପ୍ରଫେସର ଭାବେ କାମ କରୁଥିବା ୭୦ ବର୍ଷୀୟ ମାଇକେଲ ମହୋନୟୀ ଏପରି କାମ କରୁଛନ୍ତି। ସେ ବୟସର ଅପରାହ୍ନରେ ପହଞ୍ଚିଥିଲେ ହେଁ ଅଷ୍ଟ୍ରେଲିଆର ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ପୋଖରୀ ଭିତରେ ପଶି ଛୋଟ ପିଲାଙ୍କ ଭଳି ବେଙ୍ଗମାନଙ୍କ ସହ କଥା ହେଉଛନ୍ତି। ଏହା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ […]

Frogs

Frogs

Hemant Lenka
  • Published: Thursday, 24 June 2021
  • Updated: 24 June 2021, 05:13 PM IST

Sports

Latest News

ସିଡ୍‌ନୀ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। କାରଣ ଜଣେ ପ୍ରଫେସର କେମିତି ବେଙ୍ଗମାନଙ୍କ ସହ କଥା ହେଉଛନ୍ତି? ହେଲେ ଏମିତି ଘଟଣା ଘଟିଛି। ବାୟୋଲଜି ପ୍ରଫେସର ଭାବେ କାମ କରୁଥିବା ୭୦ ବର୍ଷୀୟ ମାଇକେଲ ମହୋନୟୀ ଏପରି କାମ କରୁଛନ୍ତି।

ସେ ବୟସର ଅପରାହ୍ନରେ ପହଞ୍ଚିଥିଲେ ହେଁ ଅଷ୍ଟ୍ରେଲିଆର ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ପୋଖରୀ ଭିତରେ ପଶି ଛୋଟ ପିଲାଙ୍କ ଭଳି ବେଙ୍ଗମାନଙ୍କ ସହ କଥା ହେଉଛନ୍ତି। ଏହା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। ଅଷ୍ଟ୍ରେଲିଆର ନ୍ୟୁ କ୍ୟାସେଲ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଥିବା ମାଇକେଲ ବେଙ୍ଗମାନଙ୍କ ସ୍ୱର ସହ ସେମାନଙ୍କ ଶବ୍ଦକୁ ବୁଝିବାରେ ଲାଗିଛନ୍ତି। ଏହାପରେ ସେ ବେଙ୍ଗମାନଙ୍କ ସ୍ୱରକୁ ନକଲ କରୁଛନ୍ତି। ଏପରି ନକଲ କରି ସେ ବେଙ୍ଗମାନଙ୍କ ସହ କଥା ହୁଅନ୍ତି।

ନ୍ୟୁ ସାଉଥ ୱେଲ୍ସର ବୋରାନବଙ୍ଗ ଠାରେ ଥିବା ଗୋଟିଏ ପୋଖରୀ ପାଖରେ ମାଇକେଲ କହିଛନ୍ତି, ବେଳେବେଳେ ସେ ବେଙ୍ଗମାନଙ୍କୁ ବୁଝିବା ଓ ସେମାନଙ୍କ ସହ କଥା ହେବା ସମୟରେ ଅନ୍ୟ କାମ କରିବା ଭୁଲି ଯାଆନ୍ତି। ବେଙ୍ଗମାନଙ୍କ ସହ କଥା ହେବା ବେଳେ ସେ ବହୁତ ଆନନ୍ଦ ଅନୁଭବ କରନ୍ତି। ସେ ବେଙ୍ଗଙ୍କ ଭଳି ଶବ୍ଦ କରିବା ବେଳେ ସେମାନେ ମଧ୍ୟ ଏହାର ଉତ୍ତର ଦେଉଥିବାରୁ ଏହାକୁ ତାଙ୍କୁ ଆହୁରି ଉତ୍ସାହିତ କରୁଛି। ହେଲେ ଦିନକୁ ଦିନ ବେଙ୍ଗମାନେ ନୀରବ ପାଲଟି ଯିବାର ଆଶଙ୍କା ମଧ୍ୟ ମାଇକେଲ ପ୍ରକାଶ କରିଛନ୍ତି।

ଅଷ୍ଟ୍ରେଲିଆରେ ପାଖାପାଖି ୨୪୦ ପ୍ରଜାତିର ବେଙ୍ଗ ରହିଛନ୍ତି। ହେଲେ ଜଳବାୟୁ ପରିବର୍ତ୍ତନ, ଜଳ ପ୍ରଦୂଷଣ, ଫଙ୍ଗସ ଓ ବିଭିନ୍ନ ସମସ୍ୟା କାରଣରୁ ୩୦% ବେଙ୍ଗ ପ୍ରତି ବିପଦ ସୃଷ୍ଟି ହୋଇଛି। ତାଙ୍କ କ୍ୟାରିୟରେ ମାଇକେଲ ୧୫ ପ୍ରକାରର ବେଙ୍ଗ ଚିହ୍ନଟ କରିଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ କିଛି ଏବେ ବିଲୁପ୍ତ ହୋଇସାରିଲେଣି।

ସେ କହିଛନ୍ତି, ମୋ କ୍ୟାରିୟର ଆରମ୍ଭ ବେଳେ ମୁଁ ନୂଆ ପ୍ରଜାତିର ବେଙ୍ଗ ଠାବ କରିଥିଲି। ହେଲେ ଦୁଇ ବର୍ଷ ମଧ୍ୟରେ ଏହା ବିଲୁପ୍ତ ହୋଇଯିବା ମୋତେ ସବୁଠାରୁ ଦୁଃଖ ଦେଇଥିଲା। ମୁଁ ସେତେବେଳୁ ବେଙ୍ଗମାନେ କେତେ ବିପଦରେ ରହିଛନ୍ତି, ସେକଥାକୁ ଅନୁଭବ କରିଥିଲି। ତେଣୁ ଆମକୁ ବ୍ୟବହାରରେ ପରିବର୍ତ୍ତନ କରିବାକୁ ପଡ଼ିବ ଓ ଭୁଲ କେଉଁଠି ରହିଛି, ସେକଥା ବୁଝିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ବେଙ୍ଗଙ୍କ ବଂଶବୃଦ୍ଧି କରିବା ଓ ସେମାନଙ୍କୁ ବିଲୁପ୍ତ ହେବାରୁ ରକ୍ଷା କରିବା ପାଇଁ ପ୍ରଫେସର ମାଇକେଲ ଜେନେଟିକା ସାମଗ୍ରୀକୁ ସଂରକ୍ଷିତ ରଖିବାକୁ ବ୍ୟବସ୍ଥା ମଧ୍ୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story