ଖାଦ୍ୟ ଓ ତେଲ ଉପରେ ତାଲିବାନୀ ପ୍ରହାର, ସଙ୍କଟରେ ଜୀବନ

କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନର ଆଉ ଏକ ବର୍ବରକାଣ୍ଡ ସାମ୍ନାକୁ ଆସିଛି। ନର୍ଦ୍ଦନ ବଗଲାନ ପ୍ରଦେଶର ଅନ୍ଦରାବ ଘାଟିରେ ରହୁଥିବା ଲୋକଙ୍କ ଉପରେ ତାଲିବାନ ଜୁଲମ ଆରମ୍ଭ କରିଛି। ସେଠାକୁ ଯାଉଥିବା ଖାଦ୍ୟ ଓ ତୈଳ ଉପରେ ସଂଗଠନ ପକ୍ଷରୁ ରୋକ ଲାଗାଇ ଦିଆଯାଇଛି। ଏଥିପାଇଁ ସେଠାରେ ମାନବୀୟ ସଙ୍କଟ ସୃଷ୍ଟି ହୋଇଥିବା ଆଫଗାନର କାମଚଳା ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ସୂଚନା ଦେଇଛନ୍ତି। ଏଥିସହ ଏହି ଅଞ୍ଚଳରେ ତାଲିବାନୀମାନେ ମାନବାଧିକାର ଉଲ୍ଲଙ୍ଘନ କରୁଥିବା […]

Taliban

Taliban

Hemant Lenka
  • Published: Tuesday, 24 August 2021
  • Updated: 24 August 2021, 04:52 PM IST

Sports

Latest News

କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନର ଆଉ ଏକ ବର୍ବରକାଣ୍ଡ ସାମ୍ନାକୁ ଆସିଛି। ନର୍ଦ୍ଦନ ବଗଲାନ ପ୍ରଦେଶର ଅନ୍ଦରାବ ଘାଟିରେ ରହୁଥିବା ଲୋକଙ୍କ ଉପରେ ତାଲିବାନ ଜୁଲମ ଆରମ୍ଭ କରିଛି। ସେଠାକୁ ଯାଉଥିବା ଖାଦ୍ୟ ଓ ତୈଳ ଉପରେ ସଂଗଠନ ପକ୍ଷରୁ ରୋକ ଲାଗାଇ ଦିଆଯାଇଛି।

ଏଥିପାଇଁ ସେଠାରେ ମାନବୀୟ ସଙ୍କଟ ସୃଷ୍ଟି ହୋଇଥିବା ଆଫଗାନର କାମଚଳା ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ସୂଚନା ଦେଇଛନ୍ତି। ଏଥିସହ ଏହି ଅଞ୍ଚଳରେ ତାଲିବାନୀମାନେ ମାନବାଧିକାର ଉଲ୍ଲଙ୍ଘନ କରୁଥିବା ସେ ଅଭିଯୋଗ ବି କରିଛନ୍ତି।

ସୋମବାର ଅନ୍ଦରାବ ରିଜନରେ ତାଲିବାନୀ ଓ ବିରୋଧୀଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଥିଲା। ବିରୋଧୀଙ୍କ ଆକ୍ରମଣ ଯୋଗୁ ତାଲିବାନର ପ୍ରାୟ ୫୦ ଜଣ ସଦସ୍ୟ ନିହତ ହୋଇଥିଲେ। ତଥାପି ଉକ୍ତ ଅଞ୍ଚଳକୁ ତାଲିତବାନୀମାନେ ଦଖଲ କରି ଏବେ ଲୋକଙ୍କ ଉପରେ ପ୍ରତିଶୋଧ ନେବା ଆରମ୍ଭ କରିଦେଇଛନ୍ତି।

ଅମରୁଲ୍ଲା ଟ୍ୱିଟ କରି କହିଛନ୍ତି, ଅନ୍ଦରାବ ଉପତ୍ୟକାକୁ ଖାଦ୍ୟ ଓ ତୈଳ ଯୋଗାଣ ଉପରେ ତାଲିବାନୀ ରୋକ ଲଗାଇଛନ୍ତି। ଏଠାରେ ମାନବୀୟ ସଙ୍କଟ ସୃଷ୍ଟି ହୋଇଛି। ହଜାର ହଜାର ମହିଳା ଓ ଛୋଟ ପିଲା ଭୟରେ ପାହାଡ଼ ଉପରକୁ ଚାଲି ଯାଉଛନ୍ତି। ଦୁଇ ଦିନ ହେଲା ତାଲିବାନ ପକ୍ଷରୁ ଛୋଟ ପିଲା ଓ ବୟସ୍କମାନଙ୍କୁ ଅପହରଣ କରି ନିଆଯାଉଛି। ସେମାନଙ୍କୁ ଢାଲ କରି ବିଭିନ୍ନ ସ୍ଥାନକୁ ସେମାନେ ଯାଉଛନ୍ତି ଓ ଘରଘର ବୁଲି ବିରୋଧ କରୁଥିବା ଲୋକଙ୍କ ସନ୍ଧାନ କରୁଛନ୍ତି ବୋଲି ସେ କହିଛନ୍ତି।


ଏହାର ଗୋଟିଏ ଦିନ ପୂର୍ବରୁ ପଞ୍ଜଶିର ଦଖଲ କରିବାକୁ ତାଲିବାନୀମାନେ ଆଦୌ ଆଗକୁ ବଢ଼ନ୍ତୁ ନାହିଁ ବୋଲି ଅମରୁଲ୍ଲା ସତର୍କ କରାଇଥିଲେ। ପଞ୍ଜଶିର ଏବେ ବି ତାଲିବାନ ଦଖଲ ବାହାରେ ରହିଛି। ଏଠାରେ ଅହମଦ ମାସୁଦଙ୍କ ନେତୃତ୍ୱରେ ନର୍ଦ୍ଦନ ମେଣ୍ଟ ତାଲିବାନ ବିରୋଧରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି।

ତଥାପି ତାଲିବାନର ସଦସ୍ୟମାନେ ପଞ୍ଜଶିର ପ୍ରବେଶ ପଥରେ ପହଞ୍ଚି ସାରିଲେଣି। ଏହାର ମୁକାବିଲା କରିବାକୁ ମାସୁଦ ପୂରା ପ୍ରସ୍ତୁତ ଥିବା ମଧ୍ୟ କହିଛନ୍ତି। ତେଣୁ ଆଗକୁ ଘମାଘୋଟ ଯୁଦ୍ଧର ଆଶଙ୍କା ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos