Advertisment

କାହିଁକି ଟିକାର ଦୁଇଟି ଯାକ ଡୋଜ ନେବା ଦରକାର?

ଦ ଲାନସେଣ୍ଟରେ ପ୍ରକାଶିତ ହୋଇଛି ରିପୋର୍ଟ ପବ୍ଲିକ ହେଲଥ ଇଂଲଣ୍ଡ (PHE) ଏବଂ ମେଡିକାଲ୍ ରିସର୍ଚ୍ଚ କାଉନସିଲ୍ (MRC) ନେତୃତ୍ୱରେ ହୋଇଛି ଅଧ୍ୟୟନ ସମ୍ପୂର୍ଣ୍ଣ ଟୀକାକରଣ କାହିଁକି ଆବଶ୍ୟକ? ଆଲଫା ଭାରିଆଣ୍ଟ ତୁଳନାରେ ଡେଲଟା ଭାରିଆଣ୍ଟ ସଂକ୍ରମିତ ହସ୍ପିଟାଲର ଯିବାର ଆଶଙ୍କା ଅଧିକ ଲଣ୍ଡନ: ବ୍ରିଟେନରେ କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଡେଲଟା ଭାରିଆଣ୍ଟରେ ପୀଡିତ ଥିବା ବ୍ୟକ୍ତିମାନେ କରୋନାର ଆଲଫା ଭାରିଆଣ୍ଟ ତୁଳନାରେ ଡାକ୍ତରଖାନା ଯିବାର ସମ୍ଭାବନା ପ୍ରାୟ ଦୁଇ ଗୁଣ ଅଧିକ। ‘ଦ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଟିକାର ବୁଷ୍ଟର ଡୋଜ୍‌କୁ ହୁ’ର ବିରୋଧ, ଜାଣନ୍ତୁ କାରଣ

Vaccine

  • ଦ ଲାନସେଣ୍ଟରେ ପ୍ରକାଶିତ ହୋଇଛି ରିପୋର୍ଟ
  • ପବ୍ଲିକ ହେଲଥ ଇଂଲଣ୍ଡ (PHE) ଏବଂ ମେଡିକାଲ୍ ରିସର୍ଚ୍ଚ କାଉନସିଲ୍ (MRC) ନେତୃତ୍ୱରେ ହୋଇଛି ଅଧ୍ୟୟନ
  • ସମ୍ପୂର୍ଣ୍ଣ ଟୀକାକରଣ କାହିଁକି ଆବଶ୍ୟକ?
  • ଆଲଫା ଭାରିଆଣ୍ଟ ତୁଳନାରେ ଡେଲଟା ଭାରିଆଣ୍ଟ ସଂକ୍ରମିତ ହସ୍ପିଟାଲର ଯିବାର ଆଶଙ୍କା ଅଧିକ
Advertisment

ଲଣ୍ଡନ: ବ୍ରିଟେନରେ କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଡେଲଟା ଭାରିଆଣ୍ଟରେ ପୀଡିତ ଥିବା ବ୍ୟକ୍ତିମାନେ କରୋନାର ଆଲଫା ଭାରିଆଣ୍ଟ ତୁଳନାରେ ଡାକ୍ତରଖାନା ଯିବାର ସମ୍ଭାବନା ପ୍ରାୟ ଦୁଇ ଗୁଣ ଅଧିକ। 'ଦ ଲାନସେଣ୍ଟ'ରେ ବିଶେଷଜ୍ଞ ଏଭଳି ମତ ରଖିଛନ୍ତି। ପତ୍ରିକାରେ ପ୍ରକାଶିତ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟୟନରେ ଲୋକମାନଙ୍କର ସମ୍ପୂର୍ଣ୍ଣ ଟୀକାକରଣ କାହିଁକି ଆବଶ୍ୟକ ତାହା ଉପରେ ବିସ୍ତୃତ ଭାବରେ କୁହାଯାଇଛି। ସମ୍ପୂର୍ଣ୍ଣ ଟିକାକରଣ ହେଲେ କରୋନାରେ ସଂକ୍ରମିତ ହେବାର ଆଶଙ୍କା କମିଯିବ ବୋଲି କୁହାଯାଇଛି।

ଭାରତରୁ ସୃଷ୍ଟି ହୋଇଥିବା ଏହି ଡେଲଟା ଭାରିଆଣ୍ଟ ଅନେକ ଦେଶକୁ ବ୍ୟାପୀ ସାରିଛି। ବ୍ରିଟେନରେ ଦେଖାଦେଇଥିବା ଆଲଫା ଭାରିଆଣ୍ଟ ଯଦିଓ ଏତେଟା ଘାତକ ନୁହେଁ ହେଲେ ଡେଲଟା ଆଲଫା ତୁଳନାରେ ଅଧିକ ବିପଦ।

Advertisment

ପବ୍ଲିକ ହେଲଥ ଇଂଲଣ୍ଡ (PHE) ଏବଂ ମେଡିକାଲ୍ ରିସର୍ଚ୍ଚ କାଉନସିଲ୍ (MRC) ନେତୃତ୍ୱରେ ଏହି ଅଧ୍ୟୟନ ହୋଇଛି। ମାର୍ଚ୍ଚ ମାସରୁ ମେ ମାସରେ ମଧ୍ୟରେ ୪୩,୩୩୮ ଜଣ ସଂକ୍ରମିତଙ୍କୁ ନେଇ ଅଧ୍ୟୟନ ହୋଇଥିଲା। ଯେଉଁଥିରେ ଆଲଫା ଏବଂ ଡେଲଟା ଭାରିଆଣ୍ଟର ସଂକ୍ରମିତ ଲୋକ ଥିଲେ।

ଏହି ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ଲୋକ ଟିକାକରଣରେ ସାମିଲ୍ ହୋଇନଥିଲେ। ଏହି ଅଧ୍ୟୟନ ଅନୁଯାୟୀ ଅଧିକାଂଶ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ ନାହିଁ। ଅବଶ୍ୟ, ଡେଲଟା ଭାରିଆଣ୍ଟରେ ସଂକ୍ରମିତ ବ୍ୟକ୍ତି ୧୯୬ (୨.୩%) ଏବଂ ଆଲଫା ଭାରିଆଣ୍ଟରେ ସଂକ୍ରମିତ ଲୋକଙ୍କ ମଧ୍ୟରୁ ୭୬୪ (୨.୨%) ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଏହି ସଂକ୍ରମିତଙ୍କ ମଧ୍ୟରୁ ବୟସ, ଲିଙ୍ଗ ଏବଂ ଜାତି ଭଳି ବିଭିନ୍ନ ପାର୍ଥକ୍ୟକୁ ଅନୁଧ୍ୟାନ କରିବା ପରେ ଜଣାପଡ଼ିଛି ଯେ ଡେଲଟା ଭାରିଆଣ୍ଟ ରୋଗୀମାନେ ଆଲଫା ତୁଳନାରେ ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା ପ୍ରାୟ ଦୁଇଗୁଣ ରହିଛି। ତେଣୁ ଡେଲଟା ଭାରିଆଣ୍ଟର ବିପଦକୁ ଏଡ଼ାଇାକୁ ହେଲେ ସମସ୍ତଙ୍କୁ ଟିକାକରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ପବ୍ଲିକ ହେଲଥ ଇଂଲଣ୍ଡ (ପିଏଚଇ) ଅନୁଯାୟୀ ଟିକାର ଉଭୟ ଡୋଜ ନେବା ପରେ ହସ୍ପିଟାଲ ଯିବାର ଆବଶ୍ୟକତା କିନ୍ତୁ ଏତେଟା ନଥାଏ। କରୋନାର ସଂକ୍ରମଣର ବିପଦରୁ ଫାଇଜର ଟିକା ୯୬% ସୁରକ୍ଷା ପ୍ରଦାନ କରୁଥିବାବେଳେ ଆଷ୍ଟ୍ରୋଜେନେକା ୯୨% ସୁରକ୍ଷା ପ୍ରଦାନ କରିଥାଏ। ସେହିପରି ଅନ୍ୟାନ୍ୟ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଟିକା ସଂକ୍ରମଣକୁ ରୋକିପାରେ ନାହିଁ, କିନ୍ତୁ ଏହା ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁର ସମ୍ଭାବନାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

ପବ୍ଲିକ ହେଲଥ ଇଂଲଣ୍ଡର ଡାକ୍ତର ଗାଭିନ ଡୁବେରା କହିଛନ୍ତି, "ଆମେ ଜାଣିଛୁ ଯେ ଟିକା ଡେଲଟା ଭାରିଆଣ୍ଟରୁ ଅଧିକ ସୁରକ୍ଷା ପ୍ରଦାନ କରିଥାଏ। ବ୍ରିଟେନରେ ୯୯%ରୁ ଅଧିକ ମାମଲା ଡେଲଟା ଭାରିଆଣ୍ଟ ଯୋଗୁଁ ରହିଛି। ତେଣୁ ଯେଉଁମାନେ ଟିକାର ଉଭୟ ଡୋଜ ନେଇ ନାହାନ୍ତି ସେମାନେ ଯଥାଶୀଘ୍ର ନେବା ଉଚିତ୍।