ଆଜି ତାରିଖରେ ମହାତ୍ମା ଗାନ୍ଧୀଙ୍କୁ ଗିରଫ କରିଥିଲା ବ୍ରିଟିଶ ପୁଲିସ, ନାତିଙ୍କୁ ଅଟକ ରଖିଲା ମହାରାଷ୍ଟ୍ର ପୁଲିସ!

ଆଜକୁ ଠିକ୍ ୮୧ ବର୍ଷ ତଳେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସହ ଯାହା ଘଟିଥିଲା ତାଙ୍କ ନାତିଙ୍କ ସହ ଠିକ୍ ସେହିପରି ଘଟିଛି।

File Photo

ଫାଇଲ୍ ଫଟୋ

Debibandita Barick
  • Published: Wednesday, 09 August 2023
  • Updated: 09 August 2023, 12:14 PM IST

News Highlights

  • ଆଜି ଭାରତ ଛାଡ ଦିବସ
  • ଏହି ଦିନରେ ବନ୍ଦୀ ହୋଇଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ
  • ଠିକ୍ ଏହି ଦିନରେ ତାଙ୍କ ନାତିଙ୍କୁ ଅଟକ ରଖିଛି ପୁଲିସ

Sports

Latest News

ଆଜକୁ ଠିକ୍ ୮୧ ବର୍ଷ ତଳେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସହ ଯାହା ଘଟିଥିଲା ତାଙ୍କ ନାତିଙ୍କ ସହ ଠିକ୍ ସେହିପରି ଘଟିଛି। ସମଗ୍ର ଦେଶ ଯେତେବେଳେ ୧୯୪୨ ଆଜିର ଦିନ(ଅଗଷ୍ଟ ୯)ରେ ଭାରତ ଛାଡ଼ ଆନ୍ଦୋଳନର ନାରା ଦେଉଥିଲା ସେତେବେଳେ ବ୍ରିଟିଶ ପୁଲିସ ମହାତ୍ମା ଗାନ୍ଧୀଙ୍କୁ ବନ୍ଦୀ କରିଥିଲା। ଆଉ ଆଜି ଠିକ୍ ଏହି ଦିନରେ ତାଙ୍କ ନାତି ତୁଷାର ଗାନ୍ଧୀଙ୍କୁ ମହାରାଷ୍ଟ୍ର ପୁଲିସ ଅଟକ ରଖିଛି। 

ଆଜି ସବୁଠି ଭାରତ ଛାଡ଼ ଆନ୍ଦୋଳନ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ ହୋଇଛି। ଏହି ଅବସରରେ ସକାଳେ ଦକ୍ଷିଣ ମୁମ୍ବାଇର ଐତିହାସିକ ଅଗଷ୍ଟ କ୍ରାନ୍ତି ମୈଦାନ ଅଭିମୁଖେ ବାହାରିଥିଲେ ତୁଷାର ଗାନ୍ଧୀ। ଭାରତ ଛାଡ଼ ଆନ୍ଦୋଳନର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଘରେ ବାହାରେ ଆସି ପହଞ୍ଚିଥିଲା ପୁଲିସ। ଏଥିସହ ତାଙ୍କୁ ଥାନାକୁ ନେଇ ଅଟକ ମଧ୍ୟ ରଖିଛି। 

ତୁଷାର ଗାନ୍ଧୀ IANSକୁ କହିଛନ୍ତି, "ମୁଁ ଅଗଷ୍ଟ କ୍ରାନ୍ତି ଦିବସ ପାଳନ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ସାନ୍ତାକ୍ରୁଜ୍ ପୁଲିସ୍ ମୋତେ ଅଟକ ରଖିଛି। ପ୍ରଥମ କରି ମୋ ଜୀବନରେ ଏପରି ଘଟଣା ଘଟିଛି। ମୋତେ ଥାନାକୁ ନେବା ପାଇଁ ଗତକାଲି ରାତିରୁ ପୁଲିସ ଘର ବାହାରେ ଅପେକ୍ଷା କରିଥିଲା। ମହାତ୍ମା ଗାନ୍ଧୀ ଏବଂ କସ୍ତୁରବା (ବାପୁ ଏବଂ ବା) ମଧ୍ୟ ଏହି ଐତିହାସିକ ତାରିଖରେ ବନ୍ଦୀ ହୋଇଥିବାରୁ ମୁଁ ବହୁତ ଖୁସି… ଆଉ ଗର୍ବିତ।"

ସେ କହିଛନ୍ତି ଯେ, ଏନେଇ ତାଙ୍କୁ କୌଣସି ନୋଟିସ୍ କରାଯାଇ ନଥିଲା କି ପୂର୍ବ ଅଭିଯୋଗ ମଧ୍ୟ ନଥିଲା। ବର୍ତ୍ତମାନ ସେ ପୁଲିସ ଷ୍ଟେସନରେ ବସିଛନ୍ତି ଏବଂ ତାଙ୍କ ସହ ଖୁବ୍ ଆନ୍ତରିକାତର ସହ ବ୍ୟବହାର କରାଯାଉଛି। ବୋଧହୁଏ ଏହା ପୁଲିସ କମିଶନରଙ୍କ ନିର୍ଦ୍ଦେଶରେ କରାଯାଇଛି। ଯେତେବେଳେ ମୋତେ ଏଠାରୁ ଯିବାକୁ ଅନୁମତି ମିଳିବ ମୁଁ ତୁରନ୍ତ ଅଗଷ୍ଟ କ୍ରାନ୍ତି ମୈଦାନକୁ ଯିବି ଏବଂ ସେଠାରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବି ବୋଲି ତୁଷାର ଗାନ୍ଧୀ କହିଛନ୍ତି।

ତେବେ ଚଳିତ ନବୀକରଣ ହୋଇଥିବା ଅଗଷ୍ଟ କ୍ରାନ୍ତି ମୈଦାନରୁ ଏକ ନୂଆ ଅଭିଯାନ 'ମେରୀ ମିଟ୍ଟି, ମେରା ଦେଶ' ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ଅଜିତ ପାୱାର ଏବଂ ଅନ୍ୟମାନେ ଟ୍ରାଫିକ୍ ସୁରକ୍ଷା ମାଧ୍ୟମରେ ଆଜି ସକାଳେ ଏହି ଅଭିଯାନରେ ଯୋଗ ଦେଇଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story