Advertisment

ଅଜବ ଦାବି ନେଇ ସୁପ୍ରିମକୋର୍ଟରେ ପହଞ୍ଚିଲେ ବ୍ୟକ୍ତି, କଥା ଶୁଣି ଆଶ୍ଚର୍ଯ୍ୟ ହେଲେ ସିଜେଆଇ

ଆବେଦନକାରୀ ଦେଶର ସମସ୍ତ ସାଂସଦ ଓ ବିଧାୟକଙ୍କ ସବୁ କାର୍ଯ୍ୟକଳାପ ଉପରେ ଡିଜିଟାଲ ଉପାୟରେ ନଜର ରଖିବା ପାଇଁ ନିବେଦନ କରିଥିଲେ। ଏହା ଶୁଣି ସିଜେଆଇ ଆଶ୍ଚର୍ଯ୍ୟ ହେବା ସହ ବିରକ୍ତି ମଧ୍ୟ ପ୍ରକାଶ କରିଛନ୍ତି।

author-image
Hemant Lenka
sc

sc

ଅଜବ ଦାବି ନେଇ ସୁପ୍ରିମକୋର୍ଟରେ ପହଞ୍ଚିଥିବା ଜଣେ ବ୍ୟକ୍ତିଙ୍କୁ ଖୋଲାଖୋଲି ଭାବେ ଚେତାବନୀ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼। ଆବେଦନକାରୀ ଦେଶର ସମସ୍ତ ସାଂସଦ ଓ ବିଧାୟକଙ୍କ ସବୁ କାର୍ଯ୍ୟକଳାପ ଉପରେ ଡିଜିଟାଲ ଉପାୟରେ ନଜର ରଖିବା ପାଇଁ ନିବେଦନ କରିଥିଲେ। ଏହା ଶୁଣି ସିଜେଆଇ ଆଶ୍ଚର୍ଯ୍ୟ ହେବା ସହ ବିରକ୍ତି ମଧ୍ୟ ପ୍ରକାଶ କରିଛନ୍ତି।

Advertisment

ଆବେଦନକୁ ଅଗ୍ରାହ୍ୟ କରି ଏପରି ନିବେଦନ ନେଇ ଆସିଥିବା ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି। ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ ଆବେଦନକାରୀ ସୁରିନ୍ଦର କୁନ୍ଦ୍ରାଙ୍କୁ କହିଛନ୍ତି, “କ’ଣ ନଜର ରଖିବା ପାଇଁ ସମସ୍ତ ସାଂସଦ ଓ ବିଧାୟକଙ୍କ କାନ୍ଧରେ ମାଇକ୍ରୋଚିପ ଲଗାଇବୁ? କେମିତି ବିଧାୟକ ଓ ସାଂସଦମାନଙ୍କୁ ଡିଜିଟାଲ ଉପାୟରେ ମନିଟର କରାଯିବ? ସାଂସଦ ଓ ବିଧାୟକମାନଙ୍କର ମଧ୍ୟ ବ୍ୟକ୍ତିଗତ ଗୋପନୀୟତାର ଅଧିକାର ରହିଛି। ଆମେ କେମିତି ଏଥିରେ ହସ୍ତକ୍ଷେପ କରିବୁ? ଭବିଷ୍ୟତରେ ଏପରି ଆବେଦନ ଯେମିତି ଦାଖଲ ନ ହୁଏ।”

ସାଧାରଣ ଲୋକଙ୍କ ସମୟ ନଷ୍ଟ ହେଉଥିବାରୁ ଶୁଣାଣି ଆରମ୍ଭରୁ ସୁପ୍ରିମକୋର୍ଟ ଆବେଦନକାରୀ କୁନ୍ଦ୍ରାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିବାର ଚେତାବନୀ ଦେଇଥିଲେ। ଏକଥା ଶୁଣି କୁନ୍ଦ୍ରା କହିଥିଲେ ଯେ ନିଜର ପକ୍ଷ ରଖିବା ପାଇଁ ସର୍ବୋଚ୍ଚ ଅଦାଲତ ୧୫ ମିନିଟ ସମୟ ଦିଅନ୍ତୁ।

Advertisment

ନିଜର ଯୁକ୍ତି ଉପସ୍ଥାପନ କରି ଶ୍ରୀ କୁନ୍ଦ୍ରା କହିଥିଲେ ଯେ ନିର୍ବାଚନ ଜିତିବା ପରେ ସାଂସଦ ଓ ବିଧାୟକମାନେ ନିଜକୁ ଶାସକ ଭାବେ ଚିତ୍ରଣ କରୁଛନ୍ତି। ସେମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରହିବା ଦରକାର। ତେଣୁ ସମସ୍ତ ସାଂସଦ ଓ ବିଧାୟକଙ୍କ ଘର ଠାରୁ ଆରମ୍ଭ କରି ସେମାନେ ଯାଉଥିବା ସ୍ଥାନଗୁଡ଼ିକରେ ସିସିଟିଭି ଫୁଟେଜ ଲଗାଇ ୨୪ ଘଣ୍ଟିଆ ମନିଟରିଂ ବ୍ୟବସ୍ଥା କରାଯାଉ। ଏହି ଫୁଟେଜ ସମସ୍ତ ସାଧାରଣ ଲୋକଙ୍କ ମୋବାଇଲରେ ମଧ୍ୟ ଉପଲବ୍ଧ ହେବା ଦରକାର ବୋଲି ସେ କହିଥିଲେ।

୧୫ ମିନିଟର ସମୟ ଅତିକ୍ରମ କରିବା ପୂର୍ବରୁ ସିଜେଆଇ ଆବେଦନକାରୀଙ୍କୁ ଅଟକାଇ ଦେଇଥିଲେ। ତାଙ୍କ ଆବେଦନକୁ ଅଗ୍ରାହ୍ୟ କରି ସିଜେଆଇ ଚନ୍ଦ୍ରଚୂଡ଼ କହିଥିଲେ ଯେ ସେ ନିଜକୁ ଆବେଦନକାରୀଙ୍କ ଉପରେ ଲାଗିଥିବା ଫାଇନ ନିର୍ଦ୍ଦେଶରୁ ଦୂରେଇ ରଖୁଛନ୍ତି। କିନ୍ତୁ ସେ ଆବେଦନକାରୀଙ୍କୁ କୋର୍ଟଙ୍କ ସମୟ ନଷ୍ଟ ନ କରିବାକୁ ପରାମର୍ଶ ଦେଇଛନ୍ତି।

Supreme Court