ପଦ୍ମଶ୍ରୀ ପାଇଥିବା ୨ ଜଣ ଆଦିବାସୀ ପେଶାରେ ସାପଧରାଳି

ସାପ ସେମାନଙ୍କ ପାଇଁ ନିଜ ପିଲା ଭଳି।

Mani Sadaiyan and Vadivel

ପଦ୍ମଶ୍ରୀ ପାଇଥିବା ୨ ଜଣ ଆଦିବାସୀ।

Tapas Behera
  • Published: Thursday, 02 February 2023
  • Updated: 02 February 2023, 01:11 PM IST

ତାମିଲନାଡ଼ୁର ଇରୁଲା ଜନଜାତିର ଦୁଇ ଜଣ ବ୍ୟକ୍ତି ତଥା ମଣି ସାଦୟାନ ଏବଂ ଭାଡିଭେଲଙ୍କୁ ନିକଟରେ ପଦ୍ମଶ୍ରୀ ସନ୍ମାନରେ ସନ୍ମାନିତ କରାଯାଇଛି। ଉଭୟେ ପେଶାରେ ଦୁଇ ଜଣ ସାପ ଧରାଳି। ଉଭୟେ କହିଛନ୍ତି ଯେ, ସାପ ସେମାନଙ୍କ ପାଇଁ ନିଜ ପିଲା ଭଳି। ସାପ ଆମ ପାଇଁ ଭଗବାନ ସଦୃଶ। ଯୁବାବସ୍ଥାରୁ ଉଭୟେ ବିଷାକ୍ତ ସାପ ସବୁ ଧରି ଆସୁଛନ୍ତି। ଇରୁଲା ଜନଜାତି ଅନୁସୂଚିତ ଜନଜାତି ଶ୍ରେଣୀର। ଯେଉଁମାନେ ଅନୁସୂଚିତ ଜନଜାତି ଅଧୀନରେ ଆସନ୍ତି। ଏମାନେ ସାପ ଧରିବାରେ ମାହିର। ସାପ ଧରିବା ସେମାନଙ୍କର ପାରମ୍ପରିକ କାର୍ଯ୍ୟ।

ମୁଁ ସାପ ଧରିବାକୁ ଭଲ ପାଏ।  ସାପ ଧରିବା ମୁଁ ମୋ ବାପାଙ୍କ ପାଖରୁ ଶିଖିଛି। ଆଣ୍ଟିଭେନମ ତଥା ବିଷ ନିର୍ଗତ ପାଇଁ ମୁଁ ଅନେକ ନାଗ, ରଣା, ତମ୍ପ ଏବଂ ଐହିରାଜ ଆଦି ଭୟଙ୍କର ସାପ ଧରିଥିବା ମଣି ସାଦୟାନ କହିଛନ୍ତି। ମୁଁ ଯେତେବେଳେ ସାପ ଧରେ ସେମାନଙ୍କୁ ଠିକ୍ ପିଲାଙ୍କ ଭଳି ଦେଖିଥାଏ। ଏହି ସାପ ଆମ ପାଇଁ ଭଗବାନଙ୍କ ପରି । ସାପ ଧରିବା ବେଳେ ମୁଁ କୌଣସି ସ୍ୱତନ୍ତ୍ର ଉପକରଣର ସାହାଯ୍ୟ ନିଏ ନାହିଁ ବୋଲି ମଣି ସାଦୟାନ କହିଛନ୍ତି। ତେବେ ତାଙ୍କ ଜୀବନରେ ଥରେ ସେ ସାପ କାମୁଡ଼ାରେ ଶିକାର ହୋଇଥିଲେ। ଏକ ବିଷାକ୍ତ ସାପର ବିଷନିର୍ଗତ କରୁଥିବା ବେଳେ ଚୋଟ ମାରିଥିଲା। କିନ୍ତୁ ସେ ବଞ୍ଚିଯାଇଥିଲେ। ସେ କହିଛନ୍ତି ଯଦି କେବେ ସାପ କାମୁଡ଼େ ସେହି ସମୟରେ ସେ ଅଧିକ ବିଷ ନିର୍ଗତ କରିଥାଏ। ଆପଣଙ୍କ ଶରୀରର ତୁରନ୍ତ ଦୁର୍ବଳ ହୋଇଯିବା। ଭିତରେ ଭିତରେ ଆମ ସେଲ ଗୁଡ଼ିକ ନିଷ୍କ୍ରିୟ ହୋଇଥାଏ। ଯଦି ଆମେ ସେହି ସମୟରେ ମନକୁ ଟାଣ କରି ଧର୍ଯ୍ୟ ଧରିବା ତେବେ ଏତେଟା କ୍ଷତି ହେବ ନାହିଁ ବୋଲି ସେ କହିଛନ୍ତି। ସାପର ବିଷ ପ୍ରବାହର ଗତି କମିଯାଏ।

Also Read

ତାମିଲନାଡ଼ୁର ଇରୁଲା ଜନଜାତିର ମହିଳାମାନେ ମଧ୍ୟ ସାପ ଧରନ୍ତି। ଯଦି କୌଣସିଠାରୁ ସାପ ଧରିବା ପାଇଁ ଡାକରା ଆସେ , ଆମ ସହିତ ମହିଳାମାନେ ମଧ୍ୟ ସାପ ଧରିବା ପାଇଁ ଯାଆନ୍ତି। ସାପ ଦେଖିଲାମାତ୍ରେ ମହିଳାମାନଙ୍କୁ ସାପ ଆଗକୁ ଯିବା ପାଇଁ କହିଥାଉ। ଯାହା ଦ୍ୱରା ସାପଟି ପଛ ମୁହାଁ ହୋଇ ସେମାନଙ୍କୁ ଆଡ଼କୁ ଆସିଥାଏ। ଫଳରେ ସାପ ଧରିବା ପାଇଁ ସହଜ ହୋଇଥାଏ। ବିଷାକ୍ତ ସାପ ଧରିବାରେ ବିଶେଷଜ୍ଞ ମଣି ସାଦୟାନ ପଦ୍ମଶ୍ରୀ କ’ଣ ଜାଣି ନାହାନ୍ତି ବୋଲି କହିଛନ୍ତି। କିନ୍ତୁ ମୋତେ ଏଭଳି ଏକ ସନ୍ମାନଜନକ ପୁରସ୍କାର ମିଳିଥିବାରୁ ମୁଁ ଖୁସି ବୋଲି ସେ କହିଛନ୍ତି । ଏଥିପାଇଁ ମୁଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଉଛି। ତାମିଲଡ଼ାନୁ ପାରିବେଶ ସଚିବ ସୁପ୍ରିୟା ସାହୁ କହିଛନ୍ତି ଯେ, ଇରୁଲା ହେଉଛନ୍ତି ଭାରତର ଏକ ପ୍ରକାର ଆଦିମ ଜନଜାତି। ସେମାନଙ୍କୁ ସାପ ଧରିବାର କୌଶଳ ବେଶ ଜଣା। ତାମିଲନାଡ଼ୁ ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ଇରୁଲା ଜନଜାତିଙ୍କ ପାଇଁ ଏକ ଗବେଷଣା ଭିତ୍ତିକ କୋଅପରେଟିଭ ସୋସାଇଟି ଅଛି। ଏହି ସୋସାଇଟିରେ ଇରୁଲା ଜନଜାତିମାନେ ସାପ ବିଷ ନିର୍ଗତ ପାଇଁ କାମ କରିଥାନ୍ତି। ସେହିପରି ଏହି ଜନଜାତିମାନେ ବହୁ ଲୋକଙ୍କ ଘରୁ ସାପ ଧରି ସେମାନଙ୍କ ଜୀବନ ମଧ୍ୟ ବଞ୍ଚାଇ ଥାଆନ୍ତି। ଏଥିପାଇଁ ସେମାନଙ୍କ ଜୀବନକୁ ବାଜି ଲଗାଇବାକୁ ପଡ଼େ ବୋଲି ପରିବେଶ ସଚିବ ସୁପ୍ରିୟା ସାହୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story