କ୍ଷମତାରେ ଥିବା ବେଳେ କରିଥିଲେ କୁକର୍ମ, ଏବେ ପୂର୍ବତନ ଡିଆଇଜି ଓ ଡିଏସପିଙ୍କୁ ମିଳିଲା କଠୋର ଜେଲଦଣ୍ଡ

ଦିଲବାଗଙ୍କୁ ସ୍ୱତନ୍ତ୍ର କୋର୍ଟ ୭ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଗୁରବଚନଙ୍କୁ ମିଳିଛି ଆଜୀବନ ଜେଲଦଣ୍ତ।

Court

Representational image

Hemant Lenka
  • Published: Friday, 07 June 2024
  • Updated: 07 June 2024, 03:55 PM IST

Sports

Latest News

ପଦରେ ଥିବା ବେଳେ ନିଜ କ୍ଷମତାର ଅପବ୍ୟବହାର କରିଥିଲେ। ଜଣେ ନିରୀହ ପରିବା ବିକାଳିଙ୍କୁ ଅପହରଣ କରି ନେଇ ଗୁଳି କରି ଦେଇଥିଲେ। ଭାବିଥିଲେ କେହି କିଛି କରିପାରିବେ ନାହିଁ।

ହେଲେ ବିଳମ୍ବରେ ହେଉ ପଛେ ନିଜର କୁକର୍ମ ପାଇଁ ଦଣ୍ଡ ପାଇଛନ୍ତି ଦୁଇ ଜଣ ପୂର୍ବତନ ପୁଲିସ୍‌ ଅଧିକାରୀ। ପଞ୍ଜାବର ପୂର୍ବତନ ଡିଆଇଜି ଦିଲବାଗ ସିଂହ ଓ ଡିଏସ୍‌ପି ଗୁରବଚନ ସିଂହଙ୍କୁ ମିଳିଛି ଜେଲଦଣ୍ଡ।

Also Read

ଦିଲବାଗଙ୍କୁ ସ୍ୱତନ୍ତ୍ର କୋର୍ଟ ୭ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଗୁରବଚନଙ୍କୁ ମିଳିଛି ଆଜୀବନ ଜେଲଦଣ୍ତ। ସ୍ୱତନ୍ତ୍ର ସିବିଆଇ କୋର୍ଟ ବିଚାରପତି ଆରକେ ଗୁପ୍ତା ଗୁରୁବାର ଏମାନଙ୍କୁ ଫେକ ଏନକାଉଣ୍ଟର କେସରେ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ସେମାନଙ୍କ ବିରୋଧରେ ଦଣ୍ଡବିଧାନ କରାଯାଇଛି।

୧୯୯୫ରେ ସୁପ୍ରିମକୋର୍ଟ ବିପୁଳ ସଂଖ୍ୟାର ଦାବିଦାର ନଥିବା ମୃତଦେହଗୁଡ଼ିକୁ କରାଯାଇଥିବା ସଂସ୍କାର ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିଥିଲେ। ଏହା ମଧ୍ୟରେ ପରିବା ବିକାଳି ଗୁଲଶନ କୁମାରଙ୍କ ମାମଲା ମଧ୍ୟ ରହିଥିଲା।

ଗୁଲଶନଙ୍କ ବାପା ଚମନଲାଲ ଅଭିଯୋଗ କରିଥିଲେ ଯେ ୧୯୯୩ ମସିହା ଜୁନ ୨୨ରେ ସେ ଓ ତାଙ୍କ ପୁଅ ପ୍ରବୀଣ କୁମାର, ବବୀ କୁମାର ଓ ଗୁଲଶନ କୁମାରଙ୍କୁ ଡିଏସ୍‌ପି ଦିଲବାଗ ସିଂହ ଓ ତରନ ତାରନ ସହରର ଏସ୍‌ଏଚ୍‌ଓ ଗୁରବଚନ ସିଂହଙ୍କ ନେତୃତ୍ୱରେ ଗୋଟିଏ ପୁଲିସ୍‌ ଟିମ ଘରୁ ଉଠାଇ ନେଇଥିଲା।

କିଛି ଦିନ ପରେ ପୁଲିସ୍‌ ଚମନ ଲାଲ ଓ ବାକି ୨ ପୁଅଙ୍କୁ ଛାଡ଼ିଥିଲେ ହେଁ ଗୁଲଶନ କୁମାର ହେପାଜତରେ ରହିଥିଲେ। ତାଙ୍କୁ ତରନ ତାରନ ପୁଲିସ୍‌ ଷ୍ଟେନରେ ରଖାଯାଇଥିବାରୁ ପରିବାର ଲୋକ ନିୟମିତ ଖାଦ୍ୟ ନେଇ ଯାଉଥିଲେ।

କିନ୍ତୁ ୧୯୯୩ ମସିହା ଜୁଲାଇ ୨୨ରେ ଗୁଲଶନ କୁମାର ଓ ଅନ୍ୟ ୩ ଜଣଙ୍କୁ ପୁଲିସ୍‌ ଏନକାଉଣ୍ଟର କରି ଦେଇଥିବା ଜଣାପଡ଼ିଥିଲା। ତେବେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ନଥିଲା ଓ ଏହାର କୌଣସି ଦାବିଦାର ନଥିବା କହି ପୁଲିସ୍‌ ନିଜ ଆଡ଼ୁ ଅନ୍ତିମ ସଂସ୍କାର କରି ଦେଇଥିଲା।

ଗୁଲଶନଙ୍କ ସହ ଉକ୍ତ ତଥାକଥିତ ଏନକାଉଣ୍ଟରରେ କର୍ଣ୍ଣାଇଲ, ଜର୍ଣ୍ଣାଇଲ ଓ ହରଜିନ୍ଦର ସିଂହଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଡିଏସ୍‌ପି ଦିଲବାଗ, ଇନସପେକ୍ଟର ଗୁରବଚନ, ଏଏସ୍‌ଆଇ ଅର୍ଜୁନ ସିଂହ, ଏଏସ୍‌ଆଇ ଦବିନ୍ଦର ସିଂହ ଓ ଏଏସ୍‌ଆଇ ବଲବୀର ସିଂହଙ୍କ ବିରୋଧରେ ଗୋଟିଏ ଚାର୍ଜଶିଟ ୧୯୯୯ ମସିହାରେ ଦାଖଲ କରାଯାଇଥିଲା।

ତେବେ ମାମଲାର ଶୁଣାଣି ବେଳେ ଏଏସ୍‌ଆଇ ଅର୍ଜୁନ ସିଂହ, ଏଏସ୍‌ଆଇ ଦବିନ୍ଦର ସିଂହ ଓ ଏଏସ୍‌ଆଇ ବଲବୀର ସିଂହଙ୍କ ମୃତ୍ୟୁ ହୋଇଯାଇଥିଲା। ଘଟଣା ୧୯୯୩ ମସିହା ଜୁଲାଇ ୨୨ରେ ହୋଇଥିଲେ ହେଁ ଚାର୍ଜଫ୍ରେମ ୨୦୨୨ ଫେବୃଆରୀ ୭ରେ କରାଯାଇଥିଲା।

ଘଟଣାର ପ୍ରଥମ ସାକ୍ଷୀଙ୍କ ବୟାନ ୩୦ ବର୍ଷ ପରେ ଅର୍ଥାତ ୨୦୨୨ ମସିହା ଏପ୍ରିଲ ୨୫ରେ ଗ୍ରହଣ କରାଯାଇଥିଲା। ଏହାପରେ ସିବିଆଇ କୋର୍ଟ ଆଇପିସିର ବିଭିନ୍ନ ଦଫାରେ ଦିଲବାଗ ଓ ଗୁରବଚନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story