ଭୁବନେଶ୍ୱର: ଶ୍ରୀକ୍ଷେତ୍ର ଅଭିମୁଖେ ଗଡି ଚାଲିଛି ବଳଭଦ୍ରଙ୍କ ଦାରୁ ଶଗଡି। ଗତକାଲି ଅପରାହ୍ଣରେ କଟକ- ଭୁବନେଶ୍ୱର ମଝି ଭାଣପୁରରୁ ଯାତ୍ରା ଆରମ୍ଭ କରିଥିବା ଦାରୁ ଶଗଡି ମଧ୍ୟ ରାତ୍ରୀରେ ଭୁବନେଶ୍ୱର ଉପକଣ୍ଠ ପଣ୍ଡରା ନିକଟରେ ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚିଥିଲା। ପାଟ୍ଟବସ୍ତ୍ର ଓ ପୁଷ୍ପ ମଣ୍ଡିତ ଦିବ୍ୟଦାରୁଙ୍କ ଦର୍ଶନ ପାଇଁ ଲୋକାରଣ୍ୟ ହୋଇପଡିଥିଲା କଟକ-ଭୁବନେଶ୍ୱର ରାସ୍ତାର ଉଭୟ ପାଶ୍ୱର୍। ଘଣ୍ଟଗଣ୍ଟା ସଂଙ୍କୀର୍ତ୍ତନ ସାଙ୍ଗକୁ ହୁଳହୁଳି ହରିବୋଲି ଧ୍ୱନି କମ୍ପି ଉଠୁଥିଲା ପରିବେଶ। ବଡ଼ଠାକୁର ବଳଭଦ୍ରଙ୍କ ଶ୍ରୀଦାରୁଙ୍କୁ ସ୍ୱଗତ କରିବା ପାଇଁ କିଏ ପବିତ୍ର ପାଣି ଛିଞ୍ଚି ରାସ୍ତା ଧୋଇ ଦେଉଥିଲେ ତ କିଏ ଫୁଲ ଝୋଟିରେ ସଜେଇ ଦେଉଥିଲେ ରାସ୍ତାକୁ । ଆଉ କିଏ ପୁଣି ଶାଢୀ ବିଛେଇ ଦେଉଥିଲେ ରାସ୍ତା ଉପରେ। ଶ୍ରୀ ଦାରୁଙ୍କ ଦିବ୍ୟରୂପ ଦର୍ଶନ କରି କୃତ୍ୟ କୃତ୍ୟ ହୋଇପଡୁଥିଲେ ଭକ୍ତ । କିଛି ନୀତି ଶେଷ ହେବାପରେ ଆଜି ଅପରାହ୍ଣରେ ପାଣ୍ଡରାରୁ ପୁଣି ଶ୍ରୀକ୍ଷେତ୍ର ଅଭିମୁଖେ ଗଡ଼ି ଚାଲିବ ଦାରୁ ଶଗଡି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ତାରାଙ୍କ ଚେତାବନୀ- ୨୫ ସୁଦ୍ଧା ମଣ୍ଡିରୁ ଧାନ ନ ଉଠିଲେ ୨୬ରୁ ରାସ୍ତାରୋକ
'ମଣ୍ଡିରୁ ଧାନ ନ ଉଠିଲେ ସ୍ଥିତି ଅସମ୍ଭାଳ ହେବ । ଆସନ୍ତା ୨୫ ତାରିଖ ସୁଦ୍ଧା ସମସ୍ତ ମଣ୍ଡିରୁ ଧାନ ନ ଉଠିଲେ କୋରାପୁଟ ଜିଲ୍ଲା ବନ୍ଦ କରି ଦିଆଯିବ । ଏପରିକି ଆସନ୍ତା ୨୬ରୁ ରାସ୍ତାରୋକ କରିବାକୁ ବି ପଛାଇବୁ ନାହିଁ।’
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।