ଆଜି ଓଡ଼ିଆ ନବବର୍ଷ ଓ ମହା ବିଷୁବ ସଂକ୍ରାନ୍ତି

ଭୁବନେଶ୍ୱର: ଆଜି ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ନୂଆ ବର୍ଷ । ପରମ୍ପରା ଅନୁଯାୟୀ ଓଡ଼ିଶାର ପୁରପଲ୍ଲୀରେ ଆଜି ପଣା ସଂକ୍ରାନ୍ତି ମହାସମାରୋହରେ ପାଳନ କରାଯାଉଛି । ଏହି ଅବସରରେ ବୃନ୍ଦାବତୀଙ୍କ ନିକଟରେ ଗବଡାଳ ପୋତାଯାଇ ଘଡି ବସାଯିବାର ପରମ୍ପାରା ରହିଛି । ଓଡ଼ିଆ ନୂଆବର୍ଷ ପାଳନ ଲାଗି ବିଭିନ୍ନ ସଂସ୍ଥା ଓ ସଂଗଠନଙ୍କ ତରଫରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସେପଟେ ଆଜିଠାରୁ ମଧ୍ୟ ନୂଆ ପାଞ୍ଜି ପ୍ରଚଳନ କରାଯାଇଥାଏ । ଓଡ଼ିଆ […]

bisubha

bisubha

Rakesh Mallick
  • Published: Tuesday, 14 April 2015
  • Updated: 14 April 2015, 12:57 PM IST

Sports

Latest News

ଭୁବନେଶ୍ୱର: ଆଜି ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ନୂଆ ବର୍ଷ । ପରମ୍ପରା ଅନୁଯାୟୀ ଓଡ଼ିଶାର ପୁରପଲ୍ଲୀରେ ଆଜି ପଣା ସଂକ୍ରାନ୍ତି ମହାସମାରୋହରେ ପାଳନ କରାଯାଉଛି । ଏହି ଅବସରରେ ବୃନ୍ଦାବତୀଙ୍କ ନିକଟରେ ଗବଡାଳ ପୋତାଯାଇ ଘଡି ବସାଯିବାର ପରମ୍ପାରା ରହିଛି । ଓଡ଼ିଆ ନୂଆବର୍ଷ ପାଳନ ଲାଗି ବିଭିନ୍ନ ସଂସ୍ଥା ଓ ସଂଗଠନଙ୍କ ତରଫରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସେପଟେ ଆଜିଠାରୁ ମଧ୍ୟ ନୂଆ ପାଞ୍ଜି ପ୍ରଚଳନ କରାଯାଇଥାଏ । ଓଡ଼ିଆ ନୂଆବର୍ଷରେ ନୂଆପାଞ୍ଚି ପ୍ରଚଳନ ଏକ ସ୍ୱତନ୍ତ୍ର ପରମ୍ପରା । ଏହାସହ ଅଜିଠାରୁ ସୂର୍ଯ୍ୟଙ୍କର ବିଷୁବରେଖା ଅବସ୍ଥାନ ସହ ୧୨ଟି ରାଶିର ଚଳନ ଆରମ୍ଭ ହୁଏ । ସେପଟେ ଓଡ଼ିଶାବାସୀଙ୍କୁ ଟ୍ୱିଟରରେ ସୁଭେଚ୍ଛା ଜଣାଇଛନ୍ତି ପ୍ରଧାଡ଼ମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos