ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଗଡ଼ଜଣ୍ଟୁଣିଆରେ ସୁଦର୍ଶନଙ୍କ ଦାରୁ ଛେଦନ ଲାଗି ଜୋରସୋରରେ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ । କାକଟପୁର ଦେଉଳୀ ମଠରେ ଅବସ୍ଥାନ କରୁଥିବା ଯାତ୍ରୀ ଆଜି ଅପରାହ୍ଣରେ ଏହିଠାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେଦୃଷ୍ଟିରୁ ଶବରପଲ୍ଲୀର କାମ ଆଜି ଶେଷ ହେବ । ସେହିପରି ମହାଯଜ୍ଞ ପାଇଁ ମଣ୍ଡପ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି । ଆସନ୍ତାକାଲି ବଢିଭୋରରୁ ଭୂମି ଓ ଦାରୁପୂଜାପରେ ଅଙ୍କୁରୋପଣ ଆଦି କାର୍ଯ୍ୟ କରାଯିବ । ତ’ପରଦିନ ଏହିଠାରେ ମହାଯଜ୍ଞ ଅନୁଷ୍ଠିତ ହେବ । ପୂର୍ଣ୍ଣାହୂତି ପରେ ଦାରୁ ଛେଦନ କାର୍ଯ୍ୟ କରାଯିବ । ସେପଟେ ଗଡ଼ଜଣ୍ଟୁଣିଆରେ ଗହଳିଚହଳି ଲାଗି ରହିଛି । ଶହ ଶହ ସଂଖ୍ୟାରେ ଭକ୍ତଙ୍କର ସମାଗମ ହେବା ସହ ପୂଜାର୍ଚ୍ଚନା ମଧ୍ୟ କରାଯାଉଛି । ଦାରୁର ସୁରକ୍ଷା ନିମନ୍ତେ ବହୁ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଛି । ଅପରାହ୍ଣରେ ଦେଉଳିମଠରୁ ଦଇତାପତି, ଶ୍ରୋତିୟ ବ୍ରାହ୍ମଣ ଓ ବିଶ୍ୱାବସୁ ସେବାୟତମାନେ ଆସି ଏଠାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Education
ଶିକ୍ଷାଗତ ଯୋଗ୍ୟତା ଅନୁସାରେ କାହିଁକି ଭାରତୀୟ ପାଉନାହାନ୍ତି ଚାକିରି?
କେବଳ ୮.୨୫ ଗ୍ରାଜ୍ୟୁଏଟ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଭାରତରେ ଚାକିରି କରିବାକୁ ସକ୍ଷମ ହୋଇଛନ୍ତି।

Guest Column
ନିର୍ବାଚନ ମଣ୍ଡଳି ସୀମା ପୁନଃ ନିର୍ଦ୍ଧାରଣ ଓ ସଂଘୀୟ ବ୍ୟବସ୍ଥା
ମୋଦୀଙ୍କ ଏନଡିଏ ସରକାର ପାର୍ଲାମେଂଟର ନୂଆ ଭବନ କଲାବେଳେ ଯେପରି ଭାବରେ ଲୋକସଭାରେ ୮୫୦ ଜଣ ସଦସ୍ୟ ବସିବା ପାଇଁ ବ୍ୟବସ୍ଥା କରିଛନ୍ତି ସେଥିରେ ମୋଦୀ ସରକାର ସୀମା ନିର୍ଦ୍ଧାରଣ କମିଶନ ଜରିଆରେ ଲୋକସଭା ଆସନ ସଂଖ୍ୟା ବଢ଼ାଇବେ ବୋଲି ବିଶ୍ୱାସ ସୃଷ୍ଟି ହୋଇଛି।

Politics
ଷ୍ଟାଲିନଙ୍କ ସୀମା ପୁନଃ ନିର୍ଦ୍ଧାରଣ ବୈଠକକୁ କାହିଁକି ଆସିଲାନି TMC?
ଜନ ସଂଖ୍ୟା ଆଧାରରେ ସୀମା ପୁନଃନିର୍ଦ୍ଧାରଣ କାର୍ଯ୍ୟକ୍ରମ ୨୦୨୬ରୁ ଆରମ୍ଭ ହେଉଥିବା ବେଳେ ଏହାକୁ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ବିରୋଧ କରୁଛନ୍ତି।

Crime
ମୃତଦେହକୁ ଚିହ୍ନଟ କରିଥିଲେ ବାପା, ଜେଲରେ ୪ ଅଭିଯୁକ୍ତ: କିନ୍ତୁ ଏବେ ସମସ୍ତେ ଚକିତ!
୨୦୨୩ ସେପ୍ଟେମ୍ବର ମାସରରେ ଲଳିତା ଗାନ୍ଧି ସାଗର ଅଞ୍ଚଳରୁ ନିଖୋଜ ହୋଇଯାଇଥିଲେ। କିଛି ଦିନ ପରେ ଗୋଟିଏ ଟ୍ରକ ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଥିଲା।

National
ଜଜଙ୍କ ଘରୁ ଟଙ୍କା ମିଳିବା ଘଟଣା: ୨୦୧୮ରେ ସିବିଆଇ ଏଫଆଇଆର୍ରେ ରହିଥିଲା ଜଷ୍ଟିସ ବର୍ମାଙ୍କ ନାଁ
ସୁଗାର ମିଲ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ୨୦୧୮ରେ ଗୋଟିଏ ଏଫଆଇଆର କରିଥିଲା। ଏହି ଏଫଆଇଆରରେ ଜଷ୍ଟିସ ବର୍ମାଙ୍କ ନାଁ ରହିଥିଲା।