୧୭ରେ ୪୮୮ବର୍ଗ ଅନୁଦାନପ୍ରାପ୍ତ କଲେଜ ବ୍ଲକଗ୍ରାଣ୍ଟ ଅଧ୍ୟାପକ-କର୍ମଚାରୀ ସମନ୍ୱୟ ସମିତି କରିବ ରାଲି

ଭୁବନେଶ୍ୱର: ଆସନ୍ତା ୧୭ତାରିଖରେ ୪୮୮ବର୍ଗ ଅନୁଦାନପ୍ରାପ୍ତ କଲେଜ ବ୍ଲକଗ୍ରାଣ୍ଟ ଅଧ୍ୟାପକ-କର୍ମଚାରୀ ସମନ୍ୱୟ ସମିତି ରାଲି କରିବ। ଏହି ରାଲିରେ ପ୍ରାୟ ୧୦ହଜାରରୁ ଅଧିକ ଅଧ୍ୟାପକ ଓ କର୍ମଚାରୀ ସାମିଲ ହେବେ। ସୋମବାର ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସମିତି ସୂଚନା ଦେଇଛି। ସମ୍ପୂର୍ଣ୍ଣ ବ୍ଲକଗ୍ରାଣ୍ଟ ପ୍ରଥା ଉଚ୍ଛେଦ କରି ଯୋଗ୍ୟତା ଦିନରୁ ସମସ୍ତ ଚାକିରୀ ସର୍ତ୍ତାବଳୀ ସହ ପୂର୍ଣ୍ଣ ଅନୁଦାନ ଦାବି କରି ପୁଣି ରାଜରାସ୍ତାକୁ ଓହ୍ଲାଇବ ବୋଲି ସମିତି ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛି।