ସୁସ୍ଥ ହେଲେ ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ ଅଧିକ ପଢ଼ନ୍ତୁ?
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରେକର୍ଡ ସଂଖ୍ୟକ ୧୮୧୦ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨୮୬୯୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
Reaching another record high, we are happy to report the discharge of 1810 #COVID19 patients today!
With this, the total recovered cases of Odisha stand at 28697.
700 from Ganjam
202 from Khurdha
147 from Cuttack
136 from Gajapati
116 from Dhenkanal
106 from Sundergarh— H & FW Dept Odisha (@HFWOdisha) August 7, 2020
ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତ ଭିତରୁ ଗଞ୍ଜମ ଜିଲ୍ଲାରୁ ସର୍ବାଧିକ ୭୦୦ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୦୨, କଟକରୁ ୧୪୭, ଗଜପତିରୁ ୧୩୬, ଢେଙ୍କାନାଳରୁ ୧୧୬, ସୁନ୍ଦରଗଡ଼ରୁ ୧୦୬, ସମ୍ୱଲପୁରରୁ ୬୨, ରାୟଗଡ଼ାରୁ ୫୫, କେନ୍ଦୁଝରରୁ ୩୭, ଅନୁଗୋଳରୁ ୩୪, କଳାହାଣ୍ଡିରୁ ୨୪, କୋରାପୁଟରୁ ୨୨, ଯାଜପୁରରୁ ୨୦, ବରଗଡ଼ରୁ ୧୯, ବାଲେଶ୍ୱରରୁ ୧୭, ବଲାଙ୍ଗିରିରୁ ୧୫, ମାଲକାନଗିରିରୁ ୧୫, କେନ୍ଦ୍ରାପଡ଼ାରୁ ୧୪, ଭଦ୍ରକରୁ ୧୩, ଦେବଗଡ଼ରୁ ୧୧, ନବରଙ୍ଗପୁରରୁ ୧୧, ଜଗତସିଂହପୁରରୁ ୮, ଝାରସୁଗୁଡ଼ାରୁ ୮, ପୁରୀରୁ ୬, ବୌଦ୍ଧରୁ ୫, ସୋନପୁରରୁ ୪ ଓ ମାଲକାନଗିରିରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଆଜି ସୁଦ୍ଧା ରାଜ୍ୟରେ ୪୨୫୫୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୪୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮୬୯୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୪୫ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।