ଦୁର୍ଗା ମେଢ଼ ଭସାଣିକୁ ନେଇ ବାଲେଶ୍ୱରରେ ୨ ଗୋଷ୍ଠୀ ମୁହାଁମୁହିଁ

ବାଲେଶ୍ୱର: ଦୁର୍ଗା ମେଢ଼ ଭସାଣିକୁ ନେଇ ଅଶାନ୍ତ ହୋଇପଡ଼ିଛି ବାଲେଶ୍ୱର ସହର। ଭସାଣି ବେଳେ ସିନେମା ଛକରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ୨ଜଣ ଆହତ ହୋଇଛନ୍ତି। ଆହତ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୋଲିସ ଏହି ମାମଲାରେ ଜଣେ ଗଣ୍ଡଗୋଳକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି।