ଗୁଣ୍ଡ କାଗଜ ବ୍ୟବସାୟୀଙ୍କଠୁ ଝାମ୍ପିନେଲେ ୨ ଲକ୍ଷ

ବ୍ରହ୍ମପୁର(ଜଗନ୍ନାଥ ସାହୁ):  ପ୍ରତି ବୁଧବାର ଆନ୍ଧ୍ରପ୍ରଦେଶ ପଲାସାରୁ ଗୁଣ୍ଡ କାଗଜ  ଆଣି ବ୍ରହ୍ମପୁର  ବ୍ୟବସାୟୀଙ୍କୁ ଦେଉଥିଲେ।   ଏହାପରେ   ବକେୟା ଟଙ୍କା ନେଇ ପଲାସା ଯାଉଥିଲେ । ଏହାକୁ ଟାର୍ଗେଟ କରି ଲୁଟ୍‌ ନିମନ୍ତେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ  ଲୁଟେରା ।  ଗତକାଲି ଦୁଇ ବ୍ୟବସାୟୀଙ୍କଠାରୁ ୨ ଲକ୍ଷ ଲୁଟିନେଲେ  ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ବ୍ୟବସାୟୀ ଗୁରୁତର ହୋଇ ବିଶାଖାପାଟଣା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନାଯୋଗ୍ୟ, ଉଭୟ ବ୍ରହ୍ମପୁରରେ ବ୍ୟବସାୟ କରି ଗତକାଲି ସନ୍ଧ୍ୟା […]

loot

loot

Niharika Rout
  • Published: Thursday, 21 January 2021
  • Updated: 21 January 2021, 08:18 AM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ):  ପ୍ରତି ବୁଧବାର ଆନ୍ଧ୍ରପ୍ରଦେଶ ପଲାସାରୁ ଗୁଣ୍ଡ କାଗଜ  ଆଣି ବ୍ରହ୍ମପୁର  ବ୍ୟବସାୟୀଙ୍କୁ ଦେଉଥିଲେ।   ଏହାପରେ   ବକେୟା ଟଙ୍କା ନେଇ ପଲାସା ଯାଉଥିଲେ । ଏହାକୁ ଟାର୍ଗେଟ କରି ଲୁଟ୍‌ ନିମନ୍ତେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ  ଲୁଟେରା ।  ଗତକାଲି ଦୁଇ ବ୍ୟବସାୟୀଙ୍କଠାରୁ ୨ ଲକ୍ଷ ଲୁଟିନେଲେ  ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ବ୍ୟବସାୟୀ ଗୁରୁତର ହୋଇ ବିଶାଖାପାଟଣା ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନାଯୋଗ୍ୟ, ଉଭୟ ବ୍ରହ୍ମପୁରରେ ବ୍ୟବସାୟ କରି ଗତକାଲି ସନ୍ଧ୍ୟା ସମୟରେ ବକେୟା ଟଙ୍କା ସଂଗ୍ରହ କରି ଆନ୍ଧ୍ରକୁ ଫେରୁଥିଲେ । ଏହାପରେ  ବାଇକ୍‌ରେ ୨ ଜଣ ସେମାନଙ୍କୁ ଫଲୋ କରିଥିଲେ। ଗୋଲନ୍ଥରା ନିକଟ ଏକ ଘରୋଇ ଇଞ୍ଜିନିୟରିଂ କଲେଜ ସମ୍ମୁଖରେ  ନିଛାଟିଆ ଥିବା ଦେଖି   ସେମାନେ କ୍ୟାଶ ବ୍ୟାଗ୍‌କୁ ଟାଣିବାକୁ ଚେଷ୍ଟା କରିଥିଲେ। ଫଳରେ ଗାଡ଼ି ଚାଳକ ସୁରେଶଙ୍କ ସମେତ ୨ ଜଣ ଗାଡିରୁ ଖସି ପଡ଼ିଥିଲେ। ସେମାନେ ରାସ୍ତାରେ ପଡି ଗୁରୁତର ହେବାରୁ ଲୁଟେରା ୨ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ।

ସ୍ଥାନୀୟ ଲୋକେ ଦୁଇ ବ୍ୟବସାୟୀଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ସୁରେଶଙ୍କ ଅବସ୍ଥା ଗୁରୁତର ହେବାକୁ ତାଙ୍କୁ   ବିଶାଖାପାଟଣାସ୍ଥିତ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story