୨୪ ଘଣ୍ଟା ପରେ ପୁଣି ଭୂମିକମ୍ପ: ଓଡ଼ିଶାରେ ମୃଦୁ, ନେପାଳରେ ୬.୯

ଭୁବନେଶ୍ୱର/ନୂଆଦିଲ୍ଲୀ: ଶନିବାର ୧୨ଟା ୪୧ ମିନିଟରେ ହୋଇଥିଲା ଭୂମିକମ୍ପ। ଆଉ ତା’ର ଠିକ୍ ୨୪ ଘଣ୍ଟା ପରେ ପୁଣି ଭୂମିକମ୍ପ ଅନୁଭୁତ ହୋଇଛି। ଆଜି ୧୨ଟା ୪୯ ମିନିଟରେ ହୋଇଛି ଭୂମିକମ୍ପ। ଗତକାଲି ଭଳି ଆଜି ବି ଏହାର କେନ୍ଦ୍ରସ୍ଥଳ ଥିଲା ନେପାଳ। ନେପାଳର କୋଦାରୀ ନାମକ ସ୍ଥାନରୁ ୧୮ କିଲୋମିଟର ଦୂରରେ ଆରମ୍ଭ ହୋଇଥିଲା ଏହି ଭୂମିକମ୍ପ। ଏହାର ତୀବ୍ରତା ୬.୯ ଥିଲା। ଏହାର ପ୍ରଭାବ ଆଜି ବି ଓଡ଼ିଶା ସମେତ ବିହାର, ମଧ୍ୟପ୍ରଦେଶ,ପଶ୍ଚିମବଙ୍ଗ, ରାଜସ୍ଥାନ, […]

earth 1

earth 1

Rakesh Mallick
  • Published: Sunday, 26 April 2015
  • Updated: 27 April 2015, 11:36 AM IST

Sports

Latest News

ଭୁବନେଶ୍ୱର/ନୂଆଦିଲ୍ଲୀ: ଶନିବାର ୧୨ଟା ୪୧ ମିନିଟରେ ହୋଇଥିଲା ଭୂମିକମ୍ପ। ଆଉ ତା’ର ଠିକ୍ ୨୪ ଘଣ୍ଟା ପରେ ପୁଣି ଭୂମିକମ୍ପ ଅନୁଭୁତ ହୋଇଛି। ଆଜି ୧୨ଟା ୪୯ ମିନିଟରେ ହୋଇଛି ଭୂମିକମ୍ପ। ଗତକାଲି ଭଳି ଆଜି ବି ଏହାର କେନ୍ଦ୍ରସ୍ଥଳ ଥିଲା ନେପାଳ। ନେପାଳର କୋଦାରୀ ନାମକ ସ୍ଥାନରୁ ୧୮ କିଲୋମିଟର ଦୂରରେ ଆରମ୍ଭ ହୋଇଥିଲା ଏହି ଭୂମିକମ୍ପ। ଏହାର ତୀବ୍ରତା ୬.୯ ଥିଲା। ଏହାର ପ୍ରଭାବ ଆଜି ବି ଓଡ଼ିଶା ସମେତ ବିହାର, ମଧ୍ୟପ୍ରଦେଶ,ପଶ୍ଚିମବଙ୍ଗ, ରାଜସ୍ଥାନ, ପଞ୍ଜାବ, ହରିଆଣା, ନୂଆଦିଲ୍ଲୀ ଓ ଏନସିଆରରେ ପଡ଼ିଛି। ଭାରତରେ ଏହି ଭୂମିକମ୍ପର ତୀବ୍ରତା ୬.୫ ରହିଥିଲା। ତେବେ ଓଡ଼ିଶାରେ ଏହାର ତୀବ୍ରତା ଖୁବ୍ କମ୍ ରହିଥିଲା। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୁତ ହୋଇଥିଲା। ଏହାର ତୀବ୍ରତା ମାତ୍ର ୪.୩ ରୁ ୪.୪ ମଧ୍ୟରେ ରହିଥିଲା ବୋଲି ଜଣାପଡ଼ିଛି। ପୁଣି ମାତ୍ର ୩ରୁ ୪ ସେକେଣ୍ଡ ପାଇଁ ଏହି ଭୂମିକମ୍ପକୁ ଅନୁଭବ କରାଯାଇଥିଲା। ତେବେ ଲୋକେ ଭୟଭୀତ ହୋଇଯାଇଛନ୍ତି। ଗତକାଲି ଭୂମିକମ୍ପରେ ନେପାଳର ଭୟାବହ ଦୃଶ୍ୟ ଦେଖିବା ପରେ ରାଜ୍ୟବାସୀ ଡରି ଯାଇଛନ୍ତି। ଅନ୍ୟପକ୍ଷରେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଗକୁ ଆହୁରି ଭୂମିକମ୍ପ ଝଟକା ଅନୁଭୁତ ହୋଇପାରେ। ତେଣୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

ଜଣେ ମୃତ, ୮ ଆହତ

୨୪ ଘଣ୍ଟା ପରେ ପୁଣି ଥରେ ଘଟିଥିବା ଏହି ଭୂମିକମ୍ପ ଯୋଗୁ ରାଜସ୍ଥାନର ଭରତପୁରରେ ଏକ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ବାଳିକା ପ୍ରାଣ ହରାଇଛି। ଅନ୍ୟ ୮ ଜଣ ଆହତ ହୋଇଛନ୍ତି।
ସେହିଭଳି ଏହି ଭୂମିକମ୍ପ ଯୋଗୁ ନେପାଳରେ ଏଭରେଷ୍ଟରେ ଆଜି ପୁଣି ଥରେ ବରଫ ଅତଡ଼ା ଖସି ଥିଲା। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।

ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ
ପୁଣି ଭୂମିକମ୍ପ ଅନୁଭୁତ ହେବାରୁ ଭାରତୀୟ ବିମାନଗୁଡ଼ିକ ଦ୍ୱାରା ନେପାଳରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ବାଧା ଆସିଛି । ଏହି ଭୂମିକମ୍ପ ଯୋଗୁ କାଠମାଣ୍ଡୁ ବିମାନ ବନ୍ଦରକୁ ଅପରାହ୍ନ ୧ଟା ୧୫ ମିନିଟରେ ବନ୍ଦ କରି ଦିଆଯାଇଥିଲା । ଫଳରେ ଆକାଶମାର୍ଗରେ ଥିବା ହେଲିକପ୍ଟର ଓ ଅନ୍ୟ ବିମାନଗୁଡ଼ିକୁ ଭାରତ ଫେରିଯିବାକୁ କୁହାଯାଇଥିଲା । ଅନ୍ୟପକ୍ଷରେ ଉଡ଼ାଣ ଭରି ନ ଥିବା ବିମାନଗୁଡ଼ିକ ପରବର୍ତ୍ତୀ ନିର୍ଦେଶ ନପାଇଲା ପର୍ଯ୍ୟନ୍ତ ଉଡ଼ାଣ ନ ଭରିବାକୁ କୁହାଯାଇଛି । ଅପରାହ୍ନ ୪ଟା ପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟକୁ ସାମୟିକ ଭାବେ ବନ୍ଦ କରାଯାଇଛି । ପରେ ପୁଣି ବିମାନ ଉଡ଼ାଣ ସ୍ୱାଭାବିକ ହୋଇଥିଲା ଓ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଥିଲା । ଅପରାହ୍ନ ୫ଟା ବେଳକୁ ଆହୁରି ୨୫୦ ଭାରତୀୟଙ୍କୁ ନେପାଳରୁ ଉଦ୍ଧାର କରି ନୂଆଦିଲ୍ଲୀ ଅଣାଯାଇଥିଲା । ସେହିପରି ଏଭରେଷ୍ଟର ବେସ୍ କ୍ୟାମ୍ପରୁ ୬୧ ପର୍ବତାରୋହୀଙ୍କୁ ଉଦ୍ଧାର କରାଯାଇଛି । ୨୨ ଜଣ ପର୍ବତାରୋହୀଙ୍କ ମୃତଦେହକୁ ମଧ୍ୟ ଅଣାଯାଇଛି ।

ପ୍ରଧାନମନ୍ତ୍ରୀ ଡାକିଲେ ବୈଠକ

ଆଜି ପୁଣି ଥରେ ଭୂମିକମ୍ପ ହେବାରୁ ସ୍ଥିତି ସମୀକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଇଥିଲେ । ପ୍ରଧାନମନ୍ତ୍ରୀ ୭ ରେସ କୋର୍ସ ସ୍ଥିତି ବାସଭବନରେ ଅପରାହ୍ନ ସାଢ଼େ ତିନିଟାରେ ବସିଥିଲା ଏହି ବୈଠକ । ଏଥିରେ ଗୃହ ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ପ୍ରମୁଖ ଯୋଗ ଦେଇ ଥିଲେ । ନେପାଳକୁ ସହାୟତା ଓ ସେଠାରୁ ଭାରତୀୟଙ୍କୁ ଉଦ୍ଧାର କାର୍ଯ୍ୟ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା ବୈଠକରେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story