ଦାଦନ ଖଟିବାକୁ ଯାଉଥିଲେ, ଉଦ୍ଧାର ହେଲେ

ପାଟଣାଗଡ଼(ବଂଶୀଧର): ନିର୍ମାଣ ଶ୍ରମିକ ପରିଚୟ ପତ୍ର ବିନା ଦାଦନ ଖଟିବାକୁ ଯାଉଥିବା ୨୭ ଶ୍ରମିକ ଉଦ୍ଧାର ହୋଇଛନ୍ତି।  ଗତକାଲି ରାତିରେ ପାଟଣାଗଡ଼ ଜୁରିଆ ଗାଁ ନିକଟରୁ ସେମାନଙ୍କୁ ପୁଲିସ୍‌ ଉଦ୍ଧାର କରି ଲରମ୍ଭା ଥାନାକୁ ଆଣିଥିଲା। ପରେ ଗ୍ରାମୀଣ ଶ୍ରମ ନିରୀକ୍ଷକ ଆସି ଶ୍ରମିକମାନଙ୍କୁ ପଚରାଉଚରା କରିଥିଲେ । ଶ୍ରମିକମାନେ ଆସିକା ଇଟାଭାଟିକୁ କାମ କରିବାକୁ ଯାଉଥିଲେ।ହେଲେ ସେମାନଙ୍କ ପାଖରେ ନିର୍ମାଣ ଶ୍ରମିକ ପରିଚୟ ପତ୍ର  ନଥିବା ପଚରାଉଚରାରୁ ଜଣାପଡ଼ିଛି।  ଘଟଣାସ୍ଥଳରୁ ଅଭିଯୁକ୍ତ ସର୍ଦ୍ଦାର ଫେରାର ମାରିଥିବାବେଳେ […]

patanagada-1-1

patanagada-1-1

Niharika Rout
  • Published: Wednesday, 25 December 2019
  • Updated: 25 December 2019, 11:27 AM IST

Sports

Latest News

ପାଟଣାଗଡ଼(ବଂଶୀଧର): ନିର୍ମାଣ ଶ୍ରମିକ ପରିଚୟ ପତ୍ର ବିନା ଦାଦନ ଖଟିବାକୁ ଯାଉଥିବା ୨୭ ଶ୍ରମିକ ଉଦ୍ଧାର ହୋଇଛନ୍ତି।  ଗତକାଲି ରାତିରେ ପାଟଣାଗଡ଼ ଜୁରିଆ ଗାଁ ନିକଟରୁ ସେମାନଙ୍କୁ ପୁଲିସ୍‌ ଉଦ୍ଧାର କରି ଲରମ୍ଭା ଥାନାକୁ ଆଣିଥିଲା। ପରେ ଗ୍ରାମୀଣ ଶ୍ରମ ନିରୀକ୍ଷକ ଆସି ଶ୍ରମିକମାନଙ୍କୁ ପଚରାଉଚରା କରିଥିଲେ ।

ଶ୍ରମିକମାନେ ଆସିକା ଇଟାଭାଟିକୁ କାମ କରିବାକୁ ଯାଉଥିଲେ।ହେଲେ ସେମାନଙ୍କ ପାଖରେ ନିର୍ମାଣ ଶ୍ରମିକ ପରିଚୟ ପତ୍ର  ନଥିବା ପଚରାଉଚରାରୁ ଜଣାପଡ଼ିଛି।  ଘଟଣାସ୍ଥଳରୁ ଅଭିଯୁକ୍ତ ସର୍ଦ୍ଦାର ଫେରାର ମାରିଥିବାବେଳେ ଶ୍ରମିକଙ୍କ ମଧ୍ୟରେ ୧୦ ଜଣ ମହିଳା, ୧୨ ଜଣ ପୁରୁଷ ଓ ୫ ଜଣ ଶିଶୁ ଅଛନ୍ତି । ସମସ୍ତ ଉଦ୍ଧାର ଶ୍ରମିକ ଖପ୍ରାଖୋଲ ଥାନା ଅନମରା ଗାଁର ହୋଇଥିବାବେଳେ ଦାଦନ ସର୍ଦ୍ଦାର ଡୁରକିପଦରର ଅଙ୍ଗତ ସିଂ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos